ETV Bharat / state

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଜମିଲା ଝାରୁସୁଗୁଡ଼ା, ଚାର୍‌ଚାନ୍ଦ ଲଗାଇଲେ ବଲିଉଡ୍‌ ଷ୍ଟାର୍‌

author img

By ETV Bharat Odisha Team

Published : Sep 25, 2023, 11:32 AM IST

ଝାରସୁଗୁଡ଼ା ସହର ସ୍ଥିତ ସରବାହାଲଠାରେ ନବ ଦାସ ଫାଉଣ୍ଡେସନ୍‌ ପକ୍ଷରୁ ନୂଆଖାଇ ଭେଟଘାଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ମଞ୍ଚକୁ ଆସିଥିଲେ ବଲିଉଡ୍‌ ଷ୍ଟାର ଗୋବିନ୍ଦା । ନିଜ ଡ୍ୟାନ୍ସ ଠୁମ୍‌କା ଓ ଡାଇଲଗରେ ସେ ଦର୍ଶକଙ୍କ ମନ ମୋହିଥିଲେ । ଅଧିକ ପଢ଼ନ୍ତୁ

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଜମିଲା ଝାରୁସୁଗୁଡା

ଝାରସୁଗୁଡା: ଝାରସୁଗୁଡ଼ା ସହର ସ୍ଥିତ ସରବାହାଲ ଠାରେ ନବ ଦାସ ଫାଉଣ୍ଡେସନ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଦୁଇଦିନ ପର୍ଯ୍ୟନ୍ତ ସରବାହାଲ ହାଇସ୍କୁଲ ପଡ଼ିଆଠାରେ ଚାଲିଥିବା ଏହି ଉତ୍ସବରେ ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ମଞ୍ଚ ଉପରେ ଜଲୱା ଦେଖାଇଥିଲେ ବଲିଉଡ୍‌ ଷ୍ଟାର ଗୋବିନ୍ଦା ଆହୁଜା ।

ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଧୁମଧାମରେ ପାଳନ କରାଯାଉଛି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ଏହି କ୍ରମରେ ଝାରସୁଗୁଡ଼ା ସହର ସ୍ଥିତ ସରବାହାଲ ଠାରେ ନବ ଦାସ ଫାଉଣ୍ଡେସନ ପକ୍ଷରୁ ମଧ୍ୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ରବିବାର ଏହା ଉଦଯାପିତ ହୋଇଯାଇଛି । ଦୁଇଦିନ ଧରି ସରବାହାଲ ହାଇସ୍କୁଲ୍‌ ପଡ଼ିଆଠାରେ ଚାଲିଥିବା ଏହି ଉତ୍ସବରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ଦ୍ବିତୀୟ ଦିନରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପଶ୍ଚିମ ଓଡ଼ିଶାର ଲୋକକଳାକୁ ପ୍ରଦର୍ଶନ କରାଯାଇଥିଲା । ରସରକେଲି, ଡାଲଖାଇ ଭଳି ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିଥିଲେ କଳାକାରମାନେ ଯାହାକୁ ଲୋକମାନେ ବେଶ ଉପଭୋଗ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ସରିଲା ନୂଆଖାଇ, ଭେଟଘାଟ ତିହାରରେ ଦୁଲୁକୁଛି ବୌଦ୍ଧ

ପ୍ରଥମ ଇଣ୍ଡିଆନ ଆଇଡଲ ଭାବେ ପରିଚିତ କଣ୍ଠଶିଳ୍ପୀ ଅଭିଜିତ ସାୱନ୍ତ ଓ ବଲିଉଡ ସୁପରଷ୍ଟାର ଗୋବିନ୍ଦା ଏହି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗ ଦେଇ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ । ବଲିଉଡ ସୁପରଷ୍ଟାର ଗୋବିନ୍ଦା ତାଙ୍କର ସୁପରହିଟ୍ କ୍ୟାଲେଣ୍ଡରର ସେହି ୧୪ ବର୍ଷ ସମୟର ସଫଳତା ପ୍ରଶଂସକ ଓ ଦର୍ଶକଙ୍କ ସହିତ ବାଣ୍ଟିଥିଲେ । କେବଳ ସେତିକି ନୁହେଁ, ତାଙ୍କର ସୁପରହିଟ୍ ଚଳଚ୍ଚିତ୍ର ମାନଙ୍କର ଗୀତ ଗାଇବା ସହ ନାଚିଥିଲେ । ଯାହା ଦର୍ଶକମାନଙ୍କୁ ବେଶ ପସନ୍ଦ ଆସିଥିଲା ।

ଅନ୍ୟପଟେ ପ୍ରଥମ ଇଣ୍ଡିଆନ ଆଇଡଲ ଭାବେ ପରିଚିତ କଣ୍ଠଶିଳ୍ପୀ ଅଭିଜିତ ସାୱନ୍ତ ତାଙ୍କର ସୁମଧୁର କଣ୍ଠରେ ସୁପରହିଟ୍ ଗୀତ ଗାଇଥିଲେ । ଅଭିଜିତଙ୍କ ତାଳରେ ଝୁମିଥିଲେ ନାଚିଥିଲେ ସମସ୍ତ ଦର୍ଶକ । ଏହାପରେ ଏହି କାର୍ଯ୍ୟକ୍ରମକୁ ଉଦଯାପିତ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. ପ୍ରଥମ ଦିନରେ ତାରକା ଗହଳିରେ ଝଲସିଲା ନୂଆଖାଇ ଭେଟଘାଟ ମଞ୍ଚ

ତେବେ ପ୍ରଥମ ଦିନରେ ବି ଜମିଥିଲା ସରବାହାଲ ହାଇସ୍କୁଲ ପଡ଼ିଆଠାରେ ଭେଟଘାଟ କାର୍ଯ୍ୟକ୍ରମ । ପାରମ୍ପରିକ ଢଙ୍ଗରେ ମଞ୍ଚରେ ମନ୍ତ୍ରୀ ରୀତା ସାହୁ, କଟକ ମେୟର ସୁବାସ ସିଂ, ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଭେଟଘାଟ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପରେ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ, ଓଡ଼ିଆ ଅଭିନେତ୍ରୀ ଶୀତଳ, ତମନ୍ନା ପ୍ରମୁଖ ଯୋଗ ଦେଇ ଲୋକମାନଙ୍କ ମନୋରଞ୍ଜନ କରିଥିଲେ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.