ETV Bharat / state

‘ଆମର ନୂଆ ପିଢି ହେଉଛନ୍ତି ଆମର ଭବିଷ୍ୟତ’ - 5t

Nua odisha naveen odisha program:ଝାରସୁଗୁଡା ନୂଆ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ । ଯୋଗଦଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ହକି ଇଣ୍ଡିଆର ଅଧ୍ୟକ୍ଷ ଦିଲୀପ ତିର୍କୀ । ଅଧିକ ପଢନ୍ତୁ

‘ଆମର ନୂଆ ପିଢି ହେଉଛନ୍ତି ଆମର ଭବିଷ୍ୟତ’
"ଆମର ନୂଆ ପିଢି ହେଉଛନ୍ତି ଆମର ଭବିଷ୍ୟତ "
author img

By ETV Bharat Odisha Team

Published : Dec 18, 2023, 8:20 PM IST

Updated : Dec 18, 2023, 9:59 PM IST

‘ଆମର ନୂଆ ପିଢି ହେଉଛନ୍ତି ଆମର ଭବିଷ୍ୟତ’

ଝାରସୁଗୁଡା: ଆଜି ଝାରସୁଗୁଡା ଅମଲିପାଲି ଠାରେ ନୂଆ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାର ବିକାଶରେ ଆଉ ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଛି । ନୂଆ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ଶିକ୍ଷା,ସଂସ୍କୃତି, ପରମ୍ପରା ଓ କ୍ରୀଡ଼ା କ୍ଷେତ୍ରରେ ଯୁବପିଢ଼ିଙ୍କୁ ଆଗକୁ ନେବା । ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ସ୍କୁଲ, କଲେଜ ଆୟୋଜନ କରାଯାଉଛି । ସରକାର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୁକାୟିତ ପ୍ରତିଭାକୁ ବାହାର କରିବା ସହ ବିଶ୍ୱ ଦରବାରରେ ପହଞ୍ଚାଇବା ଏକ ମାତ୍ର ଲକ୍ଷ୍ୟ ।

ବିଧାୟିକା ଦୀପାଳି ଦାସ କହିଛନ୍ତି,"ଏହା କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରାଯାଉଛି । ପ୍ରତ୍ୟେକ କଲେଜର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚୁର ଅର୍ଥ ପ୍ରଦାନ କରିଛନ୍ତି । ଫଳରେ କଳା, ସଂସ୍କୃତି ଏବଂ କ୍ରୀଡ଼ାର ବିକାଶ ହୋଇପାରିଛି । ଆମର ନୂଆ ପିଢି ହେଉଛନ୍ତି ଆମର ଭବିଷ୍ୟତ । ତାଙ୍କର ଭବିଷ୍ୟତ ହେଉଛି ଆମର ଭବିଷ୍ୟତ ।"

ସେହିପରି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି," ନୂଆ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ତେଣୁ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଉଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଯେଉଁ ନୂଆ ଓଡ଼ିଶା, ବିକଶିତ ଓଡ଼ିଶାର ପରିକଳ୍ପନା କରାଯାଇଛି । ତାହା ସ୍ବୀକାର କରିବା ପାଇଁ ଯୁବପିଢିଙ୍କ ସହଭାଗୀତା ନିହାତି ଆବଶ୍ୟକ ରହିଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାକୁ ବାହାର କରିବା ପାଇଁ ଏହା ଏକ ମାଧ୍ୟମ । ଏଥିରେ ୩ଟି ବିଭାଗ ଯଥା କ୍ରୀଡା,ସମାଜ ସେବା ଏବଂ ସଂସ୍କୃତିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଚେଷ୍ଟା କରିଛନ୍ତି ।"

ଏହା ମଧ୍ୟ ପଢନ୍ତୁ....କଳାହାଣ୍ଡିରେ ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମ, ଫୋକସରେ ଯୁବପିଢି

ଓଡ଼ିଶାର ସଂସ୍କୃତି ଓ ଲୋକକଳା ସହିତ ହକି, କ୍ରିକେଟ, ଚିତ୍ରାଙ୍କନ,ଗୀତ ଆଦି ବିଭିନ୍ନ ଖେଳରେ କେମିତି ଆଗେଇବ ସେନେଇ ସରକାର ରୋଡ଼ ମ୍ୟାପ ପ୍ରସ୍ତୁତ କରିଛନ୍ତି । ରାଜ୍ୟର ବିକାଶ ଦିଗରେ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ଯୁବ ସମାଜକୁ ଆହ୍ବାନ ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ।ତେବେ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମରେ ଯୁବ ପିଢ଼ିଙ୍କୁ ଏକ ନୂତନ ପ୍ରେରଣା ପ୍ରଦାନ କରିବ ।ଏହି କାର୍ଯ୍ୟକ୍ରମଟି ଝାରସୁଗୁଡା ଜିଲ୍ଲାର ବିଭିନ୍ନ ସ୍କୁଲ କଲେଜରେ ଅନୁଷ୍ଠିତ ହୋଇଥିଲା । ତେବେ ନାଚ, ଗୀତ, ଖେଳରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଏଠାରେ ପୁରସ୍କୃତ କରାଯାଇଥିଲା ।

ଏହି ଅବସରରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆର ଅଧ୍ୟକ୍ଷ ଦିଲୀପ ତିର୍କୀ, ଝାରସୁଗୁଡ଼ା ବିଧାୟିକା ଦୀପାଲି ଦାସ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ଜିଲ୍ଲାପାଳ ଆବୋଲି ସୁନିଲ ନରଭାଣେ ପ୍ରମୁଖ ଉପସ୍ଥିତ ଥିବା ବେଳେ ଜିଲ୍ଲା ପ୍ରଶାସନର ଅଧିକାରୀ ଓ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ଇଟିଭି ଭାରତ, ଝାରସୁଗୁଡ଼ା

Last Updated : Dec 18, 2023, 9:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.