ETV Bharat / state

ବେଲପାହାଡ଼ ଉପଜିଲ୍ଲାପାଳଙ୍କ ବିରୋଧରେ ଏତଲା ଦେବାକୁ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

author img

By

Published : Jan 7, 2022, 10:55 PM IST

ଅଡ଼ୁଆରେ ପଡ଼ିଲେ ବେଲପାହାଡ଼ ଉପଜିଲ୍ଲାପାଳ ଶିବ ଟପ୍ପୋ । ଉପଜିଲ୍ଲାପାଳଙ୍କ ନାମରେ ତୁରନ୍ତ ଥାନାରେ ଏତଲା ଦେଇ ଏହାର ତଥ୍ୟ ଦେବାକୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ୍ ଟ୍ରାଇବ୍ୟୁନାଲ । ଅଧିକ ପଢ଼ନ୍ତୁ

ବେଲପାହାଡ଼ ଉପଜିଲ୍ଲାପାଳଙ୍କ ବିରୋଧରେ ଏତଲା ଦେବାକୁ ଗ୍ରୀନ୍ ଟ୍ରାଇବ୍ୟୁନାଲଙ୍କ ନିର୍ଦ୍ଦେଶ

ଝାରସୁଗୁଡ଼ା: ଅଡ଼ୁଆରେ ପଡ଼ିଲେ ବେଲପାହାଡ଼ ଉପଜିଲ୍ଲାପାଳ ଶିବ ଟପ୍ପୋ । ଜାତୀୟ ଗ୍ରୀନ୍ ଟ୍ରାଇବ୍ୟୁନାଲ (NGT)ର ପୂର୍ବାଞ୍ଚଳ ଜୋନ କୋଲକାତା ବେଞ୍ଚ ଏକ ମାମଲରେ ଉପଜିଲ୍ଲାପାଳଙ୍କ ନାମରେ ତୁରନ୍ତ ଥାନାରେ ଏତଲା ଦେଇ ଏହାର ତଥ୍ୟ ଦେବାକୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବେଲପାହାଡ଼ ପୌର ପରିଷଦର ନବୀନ କିଶାନ ନାମକ ବ୍ୟକ୍ତି NGTରେ ଏକ ମାମଲା ଦାଖଲ କରିଥିଲେ । ଏହି ମାମଲାର ଗତକାଲି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଶୁଣାଣି କରିଛନ୍ତି NGT । ଏହି ରାୟ ମୁତାବକ ବେଲପାହାଡ଼ ଉପଜିଲ୍ଲାପାଳ ଶିବ ଟପ୍ପୋଙ୍କ ବିରୋଧରେ ଏତଲା ଦାଖଲ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।

ଗତ ସେପ୍ଟେମ୍ବର ୨୯ ତାରିଖରେ ଏକ ମାମଲାରେ ଉପଜିଲ୍ଲାପାଳଙ୍କୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରେ ୨୫ ହଜାର ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତାହାର ପ୍ରମାଣ ସ୍ୱରୂପ ସତ୍ୟପାଠ ଜରିଆରେ ଜଣାଇବାକୁ NGT ବେଞ୍ଚ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅର୍ଥ ଜମା ହେବା ନେଇ କୌଣସି ପ୍ରକାର ସତ୍ୟପାଠ ଉପଜିଲ୍ଲାପାଳଙ୍କ ପକ୍ଷରୁ ଦାଖଲ କରାଯାଇ ନାହିଁ । NGT ଦ୍ୱାରା ଗଠିତ କମିଟିର ସୁପାରିଶ ଏବଂ ମତାମତକୁ ସେପ୍ଟେମ୍ବର ୨୯ରେ ଆଦେଶନାମାରେ ଉଲ୍ଲେଖ କରାଯାଇଥିଲା । ଏହାସହ ସତ୍ୟପାଠ ଉପଜିଲ୍ଲାପାଳଙ୍କ ଦ୍ୱାରା ଦାଖଲ କରାଯାଇ ନ ଥିବାରୁ କୌଣସି ପ୍ରକାର ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି କି ନାହିଁ ସେ ସମ୍ପର୍କରେ ବେଞ୍ଚ ଅବଗତ ହୋଇ ପାରିନାହିଁ ।

NGT ଶୁଣାଣି ସମୟରେ ବେଲପାହାଡ଼ ପୌର ପରିଷଦର ପ୍ରଶାସନିକ ଅଧକାରୀ ବା ତାଙ୍କର ପ୍ରତିନିଧି ମଧ୍ୟ ହାଜର ହୋଇ ନ ଥିଲେ । କମିଟି ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ବେଲପାହାଡ଼ ପୌର ପରିଷଦ କର୍ତ୍ତୃପକ୍ଷ ବର୍ଜ୍ୟ ଜଳ ଏବଂ ଆବର୍ଜନା ଜଳ ନିଷ୍କାସନ ପାଇଁ କୌଣସି ପ୍ରକାର ଆବଶ୍ୟକ ଡ୍ରେନେଜ୍ ବ୍ୟବସ୍ଥା କରି ନାହିଁ । ତା ସହିତ ଉପଯୁକ୍ତ କ୍ଷମତା ବିଶିଷ୍ଟ ସିୱେଜ ଟ୍ରିଟମେଣ୍ଟପ୍ଲାଣ୍ଟ୍ (STP) ମଧ୍ୟ ସ୍ଥାପନ କରି ନାହାଁନ୍ତି । କନ୍‌ସେଣ୍ଟ ଟୁ ଏଷ୍ଟାବ୍ଲିସ୍ (Consent to Establish) ବା କନସେଣ୍ଟ ଟୁ ଅପରେଟ୍‌(Consent to Operate) ଆଦେଶନାମା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରୁ ହାସଲ କରି ନାହାଁନ୍ତି ।

ସେହି ଦୃଷ୍ଟିରୁ ପରିବେଶ ସୁରକ୍ଷା ଆଇନ-୧୯୮୬ ଏବଂ ଦି ୱାଟର୍ ପ୍ରିଭେନସନ୍ ଆଣ୍ଡ କଣ୍ଟ୍ରୋଲ୍ ( 1986 The Water Prevention and Control) ଓ ସି ଅଫ୍ ପଲ୍ୟୁସନ୍ ଆଇନ-୧୯୭୪(1974 sea off polution law) ବ୍ୟବସ୍ଥାର ବିରୁଦ୍ଧାଚରଣ କରିଥିବାରୁ ବେଲପାହାଡ଼ ପୌର ପରିଷଦର ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଥାନାରେ ଏତଲା ଦେବାକୁ ଏନ୍‌ଜିଟି ବେଞ୍ଚ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ NGT ପକ୍ଷରୁ ଗଠିତ କମିଟିର ଅନୁଧ୍ୟାନ ରିପୋର୍ଟ, ତଥ୍ୟ ଏବଂ ପ୍ରସ୍ତାବକୁ ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କ ପକ୍ଷରୁ ଏ ଦିଗରେ କି ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଟ୍ରାଇବ୍ୟୁନାଲକୁ ସୂଚିତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.