ETV Bharat / state

Naba Das Murder Case: ସାମ୍ନାକୁ ଆସିଲା ପଲିଗ୍ରାଫ ଟେଷ୍ଟ ରିପୋର୍ଟ, ଗୋପାଳକୁ ଡରାଇଥିଲେ ମନୋଜ ! - ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ରିପୋର୍ଟ

ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିଛି । ତେବେ ଏଥିରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଛି । ମନୋଜ ବରିହା ନାମକ ଜଣେ ବ୍ୟକ୍ତି ନବ ଦାସଙ୍କ ଆଡ଼ୁ ଗୋପାଳ ଜୀବନ ପ୍ରତି ବିପଦ ଥିବା ନେଇ ଗୋପାଳକୁ ବାରମ୍ବାର ଡରାଇଥିବା ଏହି ଟେଷ୍ଟରେ କହିଛି ଗୋପାଳ । ଅଧିକ ପଢ଼ନ୍ତୁ

ସାମ୍ନାକୁ ଆସିଲା ଗୋପାଳର ପଲିଗ୍ରାଫ ଟେଷ୍ଟ ରିପୋର୍ଟ

author img

By

Published : Jul 28, 2023, 9:53 PM IST

ସାମ୍ନାକୁ ଆସିଲା ଗୋପାଳର ପଲିଗ୍ରାଫ ଟେଷ୍ଟ ରିପୋର୍ଟ

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୋପାଳ କାହିଁକି ହତ୍ୟାକଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଅଭିଯୁକ୍ତ ଗୋପାଳର ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟ । ଏହି ରିପୋର୍ଟରେ ହତ୍ୟା ସମ୍ପର୍କିତ ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଆଉ ରିପୋର୍ଟ ଅନୁସାରେ ମନୋଜ ବରିହା ନାମକ ଜଣେ ବ୍ୟକ୍ତି ଗୋପାଳଙ୍କୁ ଜୀବନପ୍ରତି ବିପଦ ଥିବାନେଇ ଡରାଇଥିଲେ । ଆଉ ସେଥିପାଇଁ ଗୋପାଳ ନବ ଦାସଙ୍କୁ ହତ୍ୟା କରିବାକୁ ନିଷ୍ପତି ନେଇଥିଲା ବୋଲି ପଲିଗ୍ରାଫ୍‌ ଟେଷ୍ଟ ରିପୋର୍ଟରେ ପ୍ରକାଶ ପାଇଛି ।

ଗୋପାଳକୁ ଡରାଇଥିଲେ ମନୋଜ !: ଗୁଜରାଟ ଗାନ୍ଧୀନଗରସ୍ଥିତ ଡାଇରେକ୍ଟୋରେଟ୍ ଅଫ୍‌ ଫରେନ୍‌ସିକ ସାଇନ୍ସରେ ହୋଇଥିଲା ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳର ପଲିଗ୍ରାଫ ଟେଷ୍ଟ୍‌ । ଏବେ ସାମ୍ନାକୁ ଆସିଥିବା ଏହି ରିପୋର୍ଟ ଅନୁସାରେ ନବ ଦାସଙ୍କ ଲୋକ ଭାବରେ ଗୋପାଳକୁ ଧମକାଇଥିଲେ ମନୋଜ ବରିହା ନାମକ ବ୍ୟକ୍ତି । ଆଉ ସେଥିପାଇଁ ସେ ନବ ଦାସଙ୍କୁ ହତ୍ୟା କଲା । ତେବେ ଗାନ୍ଧୀଛକରେ ୨ ବର୍ଷ ପାଇଁ ପୋଷ୍ଟିଂ ପାଇଥିବା ସମୟରେ ମନୋଜ ବରିହାଙ୍କ ସଂସ୍ପର୍ଷରେ ଆସିଥିଲା ଗୋପାଳ । ଝାରସୁଗୁଡା ଜିଲ୍ଲା ହସ୍ପିଟାଲରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ ମନୋଜ । ହତ୍ୟାକାଣ୍ଡର ପ୍ରାୟ ୪ ମାସ ପୂର୍ବରୁ ଥରେ ମନୋଜ ଓ ଗୋପାଳ ବଡ଼ଭାଇ ସହ ଏକାଠି ମଦ ପିଇବାବେଳେ ଗୋପାଳକୁ ଧମକାଇଥିଲେ ମନୋଜ । ଦାଦା (ନବ କିଶୋର ଦାସ) ଆପଣଙ୍କ ଉପରେ ଖୁସି ନାହାନ୍ତି ବୋଲି ଗୋପାଳକୁ କହିଥିଲେ ମନୋଜ । ଯେଉଁଥିପାଇଁ ଗୋପାଳର ଜୀବନ ପ୍ରତି ବିପଦ ରହିଛି ବୋଲି ମଧ୍ୟ କହିଥିଲେ । ଗୋପାଳକୁ ମନୋଜ ବାରମ୍ବାର ଏହି କଥା କହିଥିଲେ, ଯାହା ଗୋପାଳକୁ ଭୟଭୀତ କରିଥିଲା ।

ଗୋପାଳ ଘରକୁ ଗୁଣ୍ଡା ପଠାଇଥିଲେ ନବ !: ପଲିଗ୍ରାଫ ଟେଷ୍ଟ ସମୟରେ ଗୋପାଳ ସମଲେଶ୍ବରୀ ମନ୍ଦିର ଯାଇ ନବଙ୍କୁ ହତ୍ୟା କରିବାକୁ ଶପଥ ନେବା କଥା ମଧ୍ୟ କହିଛି । ନବଙ୍କ ଆଡୁ ଜୀବନ ପ୍ରତି ଭୟ ଆଶଙ୍କା କରି ନିଜ ବଡ଼ଭାଇଙ୍କ ସହ ମୁଣ୍ଡନ ହେଲାବେଳେ ନବଙ୍କୁ ହତ୍ୟା କରିବାକୁ ମାନସିକ କରିଥିଲା ଗୋପାଳ । ଜାନୁଆରୀ ୧୩ କିମ୍ବା ୧୪ ତାରିଖରେ ନବ ଦାସ କିଛି ପିଲାଙ୍କୁ ଗୋପାଳ ଘରକୁ ପଠାଇଥିଲେ । ସେମାନେ ଗୋପାଳ ଘର ଗେଟ୍‌ ଆଗରେ ପରିଶ୍ରା କରି ଚାଲିଯାଇଥିଲେ ବୋଲି ମଧ୍ୟ ପଲିଗ୍ରାଫ ଟେଷ୍ଟ୍‌ ସମୟରେ କହିଛି ଗୋପାଳ । ଏହି ସମୟରେ ଘରେ ଗୋପାଳର ପୁତୁରା ଥିଲେ ଓ ସେ ଖୁବ ଭୟଭୀତ ହୋଇପଡିଥିଲେ ବୋଲି ଗୋପାଳ ସୂଚନା ଦେଇଛି । ଏହି ଘଟଣା ପରେ ନବ ଦାସଙ୍କୁ ହତ୍ୟା କରିବା ପାଇଁ ଗୋପାଳ ଦୁଇଥର ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲା । ଶେଷରେ ଜାନୁଆରୀ ୨୯ ତାରିଖରେ ନବଙ୍କୁ ହତ୍ୟା କରିବାକୁ ସମର୍ଥ ହେଲା ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ତେବେ ଏହି ପଲିଗ୍ରାଫ ଟେଷ୍ଟ ସମୟରେ ନବ ଦାସ ହତ୍ୟାକାଣ୍ଡ ନେଇ ଗୋପାଳକୁ ୨୬ଟି ପ୍ରଶ୍ନ ପଚରାଯାଇଥିଲା । ଏଥିରୁ ସେ ୧୩ଟିର ଉତ୍ତର ହଁ ଏବଂ ୧୩ ଉତ୍ତରରେ ନାଁ କହିଥିଲା ବୋଲି ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...Naba Das Murder: 543 ପୃଷ୍ଠାର ଚାର୍ଜସିଟ ଦାଖଲ, ବ୍ୟକ୍ତିଗତ ଆକ୍ରୋଶରୁ ନବଙ୍କ ଜୀବନ ନେଲା ଗୋପାଳ

ସେପଟେ ଏନେଇ ଗୋପାଳ ପକ୍ଷରୁ ମାମଲା ପରିଚାଳନା ପାଇଁ କୋର୍ଟ ନିଯୁକ୍ତ କରିଥିବା ଷ୍ଟେଟ୍‌ ଡିଫେନ୍ସ କାଉନ୍ସିଲ ନରେଶ ନାୟକ କହିଛନ୍ତି, "ସମସ୍ତ ତଦନ୍ତକାରୀ ସଂସ୍ଥା ଚିରାଚରିତ ଭାବେ ଏହି ଟେଷ୍ଟ୍‌ କରନ୍ତି । କିନ୍ତୁ ଏଥିରେ ଯାହା ରିପୋର୍ଟ ଆସିଛି ଏହା ନିଶ୍ଚିତ ସତ୍ୟ ନୁହେଁ । ଏନେଇ ଗୋପାଳକୁ ପ୍ରତିପ୍ରଶ୍ନ କରାଯିବ । କଣ ସତ୍ୟ କଣ ନୁହେଁ, ତାହା କୋର୍ଟ ଫୈସଲା କରିବେ ।" ତେବେ ପୂର୍ବ ଶତୃତାରୁ ଗୋପାଳ ନବ ଦାସଙ୍କୁ ହତ୍ୟା କରିଥିବା ସ୍ବୀକାର କରି ସାରିଛି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.