ETV Bharat / state

Naba Das Muder Case: ରିମାଣ୍ଡର ତୃତୀୟ ଦିନରେ ଗୋପାଳକୁ ଜେରା କରୁଛି କ୍ରାଇମବ୍ରାଞ୍ଚ - ଗୋପାଳ ଦାସକୁ ଜେରା କରୁଛି କ୍ରାଇମବ୍ରାଞ୍ଚ

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା । ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡର ତୃତୀୟ ଦିନରେ ଗୋପାଳ ଦାସକୁ ଜେରା କରୁଛି କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

ଗୋପାଳ ଦାସକୁ କ୍ରାଇମବ୍ରାଞ୍ଚ ଜେରା
ଗୋପାଳ ଦାସକୁ କ୍ରାଇମବ୍ରାଞ୍ଚ ଜେରା
author img

By

Published : Feb 7, 2023, 1:27 PM IST

Updated : Feb 7, 2023, 3:45 PM IST

ଗୋପାଳ ଦାସକୁ କ୍ରାଇମବ୍ରାଞ୍ଚ ଜେରା

ଝାରସୁଗୁଡା: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଖୋଳତାଡ ଜାରି ରହିଛି । ଅଭିଯୁକ୍ତ ଗୋପାଳ ଦାସକୁ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡର ତୃତୀୟ ଦିନରେ ପଚରାଉଚରା ଚାଲିଛି । କ୍ରାଇମବ୍ରାଞ୍ଚ ଟିକିନିକ୍ କରି ଗୋଟିଏ ପରେ ଗୋଟିଏ ପ୍ରମାଣ ଯୋଗାଡ କରିବାରେ ଲାଗି ପଡିଛି । ଗୋପାଳକୁ ଜେରା କରାଯିବା ସହ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ହେବାର ଥିବାବେଳେ ପରିବାର ଓ ତାର ସମ୍ପର୍କୀୟମାନଙ୍କର ମଧ୍ୟ ଯାଞ୍ଚ କରାଯିବାର ସମ୍ଭାବନା ରହିଛି । କିନ୍ତୁ ମନ୍ତ୍ରୀଙ୍କ ହତ୍ୟାକୁ ଇତିମଧ୍ୟରେ ୧୦ ଦିନ ପୁରିଥିଲେ ହେଁ ଏବେ ଯାଏଁ ହତ୍ୟା ପଛର ପ୍ରକୃତ କାରଣ ଖୋଜି ପାଇନାହିଁ କ୍ରାଇମବ୍ରାଞ୍ଚ ।

ଅନ୍ୟପଟେ ଆଜି ଝାରସୁଗୁଡ଼ା ଓଏସ୍ଏପି ଦ୍ବିତୀୟ ବାଟାଲିୟନ ଠାରେ ପହଞ୍ଚିଛି ନିମହାନ୍ସ ଟିମ୍ । ନିମହାନ୍ସର ବିଶେଷଜ୍ଞ ଟିମ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିବେ । ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟର ରିମାଣ୍ଡ ଶେଷ ହେବାକୁ ଥିବାବେଳେ କ୍ରାଇମ ସିନ୍ ରିକ୍ରିଏସନ ଉପରେ ମଧ୍ୟ ନଜର ରହିବ । ବର୍ତ୍ତମାନ ସୁଦ୍ଧା କ୍ରାଇମସିନ୍ ରିକ୍ରିଏସନ ହୋଇପାରିନଥିବା ବେଳେ ଗୋପାଳଙ୍କର ମାନସିକ ଅବସ୍ଥାର ଯାଞ୍ଚ ପରେ ଏହା ହୋଇପାରେ ବୋଲି ଅନୁମାନ କରାଯାଉଛି । ସେପଟେ ପୁଅ ବିଶାଳ ଦାସ ପ୍ରୟାଗରାଜରେ ଆଜି ଦିବଙ୍ଗତ ପିତା ମନ୍ତ୍ରୀ ନବ ଦାସଙ୍କ ଦଶାହ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଆଜି ଝାରସୁଗୁଡ଼ା ଫେରିବାର କାର୍ଯ୍ୟକ୍ରମ ରହିଛି ।

ନବ ଦାସ ହତ୍ୟାକାଣ୍ଡ ଘଟଣା ଏବେ ବି ରହସ୍ୟମୟ ହୋଇ ରହିଛି । କାହିଁକି ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳି ମାରିଲା ସେନେଇ କୌଣସି ଠୋସ୍ ପ୍ରମାଣ ପାଇପାରିନି କ୍ରାଇମବ୍ରାଞ୍ଚ । ଏହାରି ଭିତରେ ଏହି ହତ୍ୟା ମାମଲା କ୍ରାଇମବ୍ରାଞ୍ଚ ତଦନ୍ତ ତଦାରଖ କରୁଥିବା ଅବସରପ୍ରାପ୍ତ ଜଷ୍ଟିସ ଜେପି ଦାସ ଆଜି ଝାରସୁଗୁଡା ଯିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ସାଢେ ୪ ଟାରେ ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ଆସନ୍ତାକାଲି ଘଟଣାସ୍ଥଳ ପରିଦର୍ଶନ କରିପାରନ୍ତି ଜଷ୍ଟିସ ଜେପି ଦାସ ।

ଗତ ଜାନୁଆରୀ ୨୯ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ସର୍ବସମ୍ମୁଖରେ ହତ୍ୟା କରାଯାଇଥିଲା । ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବ୍ରଜରାଜନଗର ଯିବା ସମୟରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲା ଅଭିଯୁକ୍ତ ପୋଲିସ ଏଏସ୍‌ଆଇ ଗୋପାଳ ଦାସ । ତେବେ ଗୋପାଳ ନବଙ୍କୁ ଗୁଳି କରିଥିବା ସ୍ବୀକାର କରିଥିଲେ ଏବଂ କାହିଁକି ସେ ଏହି କାଣ୍ଡ ଭିଆଇଲା ତାହା ଏ ଯାଏଁ ଜଣାପଡିନାହିଁ ।

ଇଟିଭି ଭାରତ, ଝାରସୁଗୁଡା

Last Updated : Feb 7, 2023, 3:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.