ETV Bharat / state

ବାଲି ମାଫିଆ ରାଜକୁ ବିରୋଧ, ଗାଁ ଲୋକଙ୍କୁ ବୁଝାସଝା କଲେ ତହସିଲଦାର

author img

By

Published : Dec 9, 2021, 6:49 AM IST

ଝାରସୁଗୁଡ଼ା ବ୍ରଜରାଜନଗର ନିକଟସ୍ଥ ଚାରଭାଟି ଗ୍ରାମବାସୀ ଓ ମିଶନ ଶକ୍ତିର ସଭ୍ୟାମାନେ ବାଲିଘାଟରେ ବେଆଇନ ବାଲି ଚାଲାଣକୁ ବିରୋଧ କରିଛନ୍ତି । ଅଧିକ ପଢନ୍ତୁ

sand mafiaଙ୍କ ରାଜକୁ ବିରୋଧ: ଗ୍ରାମବାସୀଙ୍କୁ ଡାକି ବୁଝାସଝା କଲେ ତହସିଲଦାର

ଝାରସୁଗୁଡ଼ା: ବ୍ରଜରାଜନଗର ନିକଟସ୍ଥ ଚାରଭାଟି ଗ୍ରାମବାସୀ ଓ ମିଶନ ଶକ୍ତିର ସଭ୍ୟାମାନେ ବାଲିଘାଟରେ ବେଆଇନ ବାଲି ଚାଲାଣକୁ ବିରୋଧ କରିଛନ୍ତି । ଏହାସହିତ ଝାରସୁଗୁଡ଼ା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ସଭ୍ୟାମାନେ । ବେଆଇନ ଭାବେ ବାଲି ଚାଲାଣ ହେଉଥିବା ନେଇ ଗ୍ରାମବାସୀ ମାନେ ଗତ ୨୯ ନଭେମ୍ବରରେ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ଦେଇଥିଲେ ।

ଅଜସ୍ର ବାଲି କାଢ଼ିବାରୁ ନଦୀର ଗଭୀରତା ବୃଦ୍ଧି ପାଇବା ସହିତ କୂଳ ଖାଇଯାଉଛି । ଯାହା ଫଳରେ ଚାଷ ଜମି ବିଲିନ ହେବାରେ ଲାଗିଛି । ମେସିନ ସାହାଯ୍ୟରେ ବାଲି ଉତ୍ତୋଳନ ହେଉଛି ସେଠାରୁ । ଅପରପକ୍ଷରେ ବାଲିମାଫିଆ ମାନେ ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପ୍ରଶାସନରୁ ଲିଜ ଆକାରରେ ଚାରଭାଟି ଘାଟକୁ ନେବା ପରେ ବାର୍ଷିକ ୩୦ ଲକ୍ଷରୁ ଅଧିକ ରୋୟାଲ୍ଟି ଦେଉଥିବା କହିଛନ୍ତି ବାଲି ମାଫିଆ । ତେବେ ବର୍ତ୍ତମାନ ପ୍ରଶାସନିକ ନିର୍ଦ୍ଦେଶ ଯୋଗୁଁ ବାଲିଘାଟ ବନ୍ଦ ରହିଥିବା କହିଛନ୍ତି । ଏନେଇ ଝାରସୁଗୁଡ଼ା ତହସିଲଦାର କୁଳମଣି ରଣବିଡାଙ୍କୁ ପଚାରିବାରୁ ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.