ଝାରସୁଗୁଡା: ବନ୍ଧବାହାଲର ବିଦ୍ୟୁତ ବିଭାଗ ସବ ଷ୍ଟେସନରେ ବନ୍ଧୁକ ମୁନରେ ଲୁଟ । ରାତି ୧୨:୩୦ରେ ଆଠରୁ ଦଶ ଜଣ ମୁଖାପିନ୍ଧି ଥିବା ଦୁର୍ବୃତ୍ତ ବନ୍ଧବାହାଲ ସବ ଷ୍ଟେସନରେ ପଶିଥିଲେ । ସେଠାରେ ରାତିରେ ଡ୍ୟୁଟି କରୁଥିବା କର୍ମଚାରୀଙ୍କୁ ମାଡ ମାରିବା ସହ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଅଫିସ ରୁମରେ ବନ୍ଦ କରି ଦେଇଥିଲେ । ଏହାପରେ ଦୁର୍ବୃତ୍ତମାନେ ସବ ଷ୍ଟେସନରେ ଥିବା ଟ୍ରାନ୍ସଫର୍ମରରୁ ତମ୍ବା ତାର କଏଲ, ଗୋଟିଏ ମୋଟରସାଇକେଲ ଓ ୧୧ ଟି ମୋବାଇଲ ଲୁଟିଛନ୍ତି ।
ତେବେ ପୋଲିସ ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୁଟ ହୋଇଥିବା ତମ୍ବା ତାରର ଆନୁମାନିକ ମୂଲ୍ୟ 60 ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି ।