ETV Bharat / state

ଅନ୍ୟ ଜାତିରେ ବିବାହ କରି ସାମାଜିକ ବାସନ୍ଦ, ଗଛମୂଳେ କଟୁଛି 3 ଜଣଙ୍କ ଜୀବନ

author img

By

Published : Jul 25, 2022, 8:23 PM IST

Updated : Jul 25, 2022, 9:48 PM IST

ଆଧୁନିକ ଜୀବନଶୈଳ ସହ ନୂଆ ନୂଆ କଥା ଶିଖୁଛି ଆଜିର ମଣିଷ । ଏହାସତ୍ତ୍ବେ ଆଜି ବି କେତେକ ସ୍ଥାନରେ ବଞ୍ଚି ରହିଛି ସାମାଜିକ କୁପ୍ରଥା । ଝାରସୁଗୁଡ଼ା ଜିଲ୍ଲାରେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ଅନ୍ୟ ଜାତିରେ ବିବାହ କରି ସାମାଜିକ ବାସନ୍ଦ, ଗଛମୂଳେ କଟୁଛି ଦମ୍ପତ୍ତିଙ୍କ ଜୀବନ

ଝାରସୁଗୁଡ଼ା: ମଣିଷ ଯେତେ ଆଧୁନିକ ହେଲେ ବି ସମାଜର ସାମାଜିକ କୁସଂସ୍କାର ମଣିଷକୁ ଗ୍ରାସ କରିବାରେ ଲାଗିଛି । ଇଣ୍ଟରନେଟ୍‌ ଯୁଗରେ ଆଜି କିଛି ଲୋକ ଅବହେଳିତ, ନିଷ୍ପେସିତ ଓ ଉପେକ୍ଷିତ । ଏହି ତାଲିକାରେ ସାମାଜିକ ବାସନ୍ଦ ଭଳି କୁପ୍ରଥା ସର୍ବାଗ୍ରେ ରହିଛି । ଝାରସୁଗୁଡ଼ାରେ ଏଭଳି କୁପ୍ରଥା ଯେକୌଣସି ବ୍ୟକ୍ତି ବିଶେଷକୁ ବିଚଳିତ କରିପାରେ । ଏଠାରେ ଜଣେ ଦମ୍ପତ୍ତି ଭିନ୍ନ ଜାତିରେ ବିବାହ କରିଥିବାରୁ ତାଙ୍କୁ ସାମାଜିକ ବାସନ୍ଦ ହେବାକୁ ପଡି଼ଛି । ଫଳରେ ୧୨ ବର୍ଷ ହେଲା ଏକ ଗଛମୂଳ ଜୀବନ କାଟୁଛନ୍ତି ଦମ୍ପତ୍ତି ଓ ତାଙ୍କ ୧୧ ବର୍ଷର ପୁଅ ।

ଗଛମୂଳେ କଟୁଛି 3 ଜଣଙ୍କ ଜୀବନ

ଲଇକେରା ବ୍ଲକ ଲଇକେରା ଗ୍ରାମରେ ସୁଧାକର ମେହେର ନାମକ ଜଣେ ବ୍ୟକ୍ତି ସୁଲୋଚନା କିଶାନଙ୍କୁ ୧୨ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ । ଏହାପରେ ତାଙ୍କୁ ଲଇକେରା ଗାଁରୁ ବାସନ୍ଦ କରାଯାଇଛି । ବାସସ୍ଥାନ ନଥିବାରୁ ଗାଁ ମୁଣ୍ଡରେ ଏକ ଅନବନା ଜଙ୍ଗଲ ମଧ୍ୟରେ ଥିବା ଏକ ଗଛମୂଳକୁ ନିଜ ଆଶ୍ରୟସ୍ଥଳୀ ଭାବରେ ବାଛି ନେଇଥିଲେ । ଇତି ମଧ୍ୟରେ ଘଟଣାକୁ ୧୨ ବର୍ଷ ବିତି ଯାଇଥିଲେ ସୁଦ୍ଧା ସୁଧାକରଙ୍କ ପରିବାରକୁ ବାସସ୍ଥାନ ଖଣ୍ଡିଏ ମିଳି ପାରିନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଯୋଗ୍ୟଙ୍କୁ ସରକାରଙ୍କ ଯୋଜନାର ଲାଭ ମିଳି ପାରୁନି, ତେବେ କାହା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆବାସ ଯୋଜନା ।

ଲ‌ଇକେରା ବ୍ଲକ କାର୍ଯ୍ୟାଳୟର ମୂଖ୍ୟ ଗେଟ୍ ସାମ୍ନାରେ ସୁଧାକର ଗଛମୂଳେ ଜୀବନ କାଟୁଛନ୍ତି । ତେବେ ଏଥିପ୍ରତି କୌଣସି ଜନପ୍ରତିନିଧି କିମ୍ବା ସରକାରୀ ଅଧିକାରୀଙ୍କ ନଜର ପଡ଼ି ପାରିଲା ନାହିଁ । ଖାଲି ସେତିକି ନୁହେଁ, ଘର ଖଣ୍ଡିଏ ପାଇଁ ସରପଞ୍ଚଙ୍କ ନିକଟରେ ବାରମ୍ବାର ସୁଧାକର ଗୁହାରି କରିଥିଲେ ମଧ୍ୟ ଫଳ ଶୂନ । କେହି ବି ତାଙ୍କ ଦୁର୍ଦ୍ଦଶା ଦୂର କରିବାକୁ ଉଚିତ ମଣିନଥିବା ମନେ ହେଉଛି ।

ସେପଟେ ଖରା ହେଉ କି ବର୍ଷା ସେହି ଗଛମୂଳକୁ ଆଶ୍ରୟସ୍ଥଳ ଭାବି ରହିଛନ୍ତି ସୁଧାକରଙ୍କ ୩ ପ୍ରାଣୀ ପରିବାର । ଖରା ଏବଂ ବର୍ଷାର ପ୍ରକୋପ ଅଧିକ ହେଲେ ପର ପିଣ୍ଡାର ଆଶ୍ରୟ ନିଅନ୍ତି । ରାତି ଅଧରେ ବର୍ଷା ହେଲେ ସାରା ରାତି ଭିଜି ଭିଜି 3 ପ୍ରାଣୀ କୁଟୁମ୍ବ ସକାଳ ଅପେକ୍ଷାରେ ରହିଥାଆନ୍ତି । ସେ ରହୁଥିବା ଅନାବନା ଜଙ୍ଗଲ ସାପ ଓ ହାତୀଙ୍କ ବିଚରଣ ଭୂମି ବୋଲି ସ୍ଥାନୀୟ ଲୋକ କହୁଛନ୍ତି । ଏଭଳି ସ୍ଥିତିରେ ତାଙ୍କୁ ବାସ ଗୃହଟେ ଯୋଗାଇ ଦେବା ନିତାନ୍ତ ଆବଶ୍ୟକ ହୋଇ ପଡ଼ିଛି ।

ଏ ସମ୍ପର୍କରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ଅବଗତ କରାଇଥିଲା ଗଣମାଧ୍ୟମ । ଲଇକେରା ବ୍ଲକ୍‌ ଗସ୍ତରେ ଥିବା ବେଳେ ଜିଲ୍ଲାପାଳ ସୁଧାକରଙ୍କ ନିକଟରେ ପହଞ୍ଚିଥିଲେ । ତାଙ୍କ ସମସ୍ୟା ପଚାରି ବୁଝିବା ସହ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ତା ସହିତ ଗାଁ ଜାତି ଭାଇଙ୍କୁ ବସାଇ ସମସ୍ୟାର ସମାଧାନ କରାଇବାକୁ ବ୍ଲକ ଓ ପୋଲିସ ଅଧିକାରୀକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସେପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସୁଧାକାର ଓ ସୁଲୋଚନାଙ୍କ ମଧ୍ୟରେ ଘରକୁ ଫେରିବାର ଆଶା ସଞ୍ଚାର ହୋଇଛି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

Last Updated : Jul 25, 2022, 9:48 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.