ଝାରସୁଗୁଡା: ପାଇଖାନା ସେଫଟି ଟାଙ୍କିରୁ ନିଖୋଜ ଯୁବକଙ୍କ କଙ୍କାଳ ଉଦ୍ଧାର ହୋଇଛି । ଯୁବକ ଜଣକ 2020 ମସିହା ଜୁନ ମାସ 16 ତାରିଖରେ ନିଖୋଜ ହୋଇଥିବା ଝାରସୁଗୁଡା ଜିଲ୍ଲା ବନହରପାଳି ପୋଲିସ ସୂଚନା ଦେଇଛି । ତେବେ ମୃତ ଯୁବକ ଜଣକ ସୁନ୍ଦରଗଡ଼ ଲହୁଣୀପଡା ଆମତାପାଳିର ଡମ୍ବରୁଧର ପାତ୍ର ବୋଲି ଜଣା ପଡ଼ିଛି l
ସୂଚନା ମୁତାବକ, ଡମ୍ବରୁଧରଙ୍କୁ ତାଙ୍କ ସ୍ତ୍ରୀ ଦମୟନ୍ତୀ ନାୟକ ଓ ଶଳା ଲମ୍ବୋଦର ନାୟକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି l ଏଥିସହ ଅଭିଯୁକ୍ତ ଦ୍ବୟ ଡମ୍ବରୁଧରଙ୍କୁ ହତ୍ୟା କରି ବନ୍ଧବାହାଲ ସ୍ଥିତ ତାଙ୍କ ଘର ପାଇଖାନାର ସେଫଟି ଟାଙ୍କିରେ ପୋତି ଦେଇଥିଲେ l ଦୁଇବର୍ଷ ପରେ ପୋଲିସ ସେଫଟି ଟାଙ୍କି ଖୋଲି ଡମ୍ବରୁଧରଙ୍କ କଙ୍କାଳ ଉଦ୍ଧାର କରିଛି l ତେବେ କିଛି ଦିନ ତଳେ ପୋଲିସ ଡମ୍ବୁରଧରଙ୍କ ମୋବାଇକୁ ଟ୍ରାକ କରିଥିଲା। ଆଉ ତା' ପରେ ଡମ୍ବୁରଙ୍କ ମୋବାଇଲ ସିଗ୍ନାଲର ଲାଷ୍ଟ ଲୋକେସନ ଟ୍ରାକ୍ କରିଥିଲା ପୋଲିସ । ଖୋଜିଖୋଜି କରି ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କ କଙ୍କାଳ ଉଦ୍ଧାର କରିବାରେ ସଫଳ ହୋଇଛି । ପୋଲିସ ଡମ୍ବରୁଧରଙ୍କ ପତ୍ନୀଙ୍କୁ ଜେରା କରିବା ବେଳେ ସାମ୍ନାକୁ ଆସିଥିଲା ଡମ୍ବୁରଙ୍କ ଶଳା ତଥା ଦମୟନ୍ତୀଙ୍କ ଭାଇ ଲମ୍ବୋଧରଙ୍କ ନାମ।
ଘଟଣା ସ୍ଥଳରେ ପୋଲିସ ତାଙ୍କୁ ପଚରାଉଚରା କରିଥିଲା ହେଲେ ପ୍ରଥମେ ଉଭୟ ଦୋଷ ଅସ୍ବିକାର କରିଥିଲେ। କିନ୍ତୁ ତାଙ୍କୁ ଘନଘନ ଜେରା ପରେ ଲମ୍ବୋଦର ନିଜ ଦୋଷ ସ୍ୱୀକାର କରିଥିଲେ। ଭିଣୋଇ ଡମ୍ବୁରଧରଙ୍କୁ ହତ୍ୟା କରି ପାଇଖାନାରେ ଟାଙ୍କିରେ ପୂରାଇ ଦେଇଥିବା ପୋଲିସ ଆଗରେ ମାନିଥିଲା । ଏଥିସହ ଏହି ହତ୍ୟାକାଣ୍ଡରେ ଡମ୍ବୁରଧରଙ୍କ ପତ୍ନୀ ଦମୟନ୍ତୀ ସାମିଲ ଥିବା ପୋଲିସ ସୂଚନା ଦେଇଛି । ଲମ୍ବୋଧରର ବୟାନ କ୍ରମେ ବ୍ରଜରାଜନଗର SDPO, ବନହରପାଲି ପୋଲିସ୍ ଟିମ୍ ଓ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତରେ ପୋଲିସ ଆଜି ପାଣି ଟାଙ୍କି ଭିତରୁ ହାଡ଼ କଙ୍କାଳ ଜବତ କରିଛି । ଏହି କଙ୍କାଳ ଡମ୍ବୁରଧରଙ୍କର ବୋଲି ଲମ୍ବୋଧର କହିଛି । ଏହି ଘଟଣାରେ ପୋଲିସ ଡମ୍ବୁରଧରଙ୍କ ପତ୍ନୀ ଦମୟନ୍ତୀ ଓ ଲମ୍ବୋଦରଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।
ଇଟିଭି ଭାରତ, ଝାରସୁଗୁଡା