ETV Bharat / state

ପାର୍କର ପାଚେରୀ ନିର୍ମାଣରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ଅଭିଯୋଗ - ଝାରସୁଗୁଡା ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗ

ସହରାଞ୍ଚଳ ପରେ ଗ୍ରାମଞ୍ଚଳରେ ଆମୋଦ ପ୍ରମୋଦ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଉଛି ପାର୍କ । ତେବେ ନିର୍ମାଣ କରାଯାଇଥିବା ପାର୍କରେ ଦୁର୍ନୀତି ଅଭିଯୋଗ କରିଛନ୍ତି ଲୋକେ । ପାର୍କର ପାଚେରୀ ନିର୍ମାଣରେ ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଅଧିକ ପଢନ୍ତୁ

ପାର୍କର ପାଚେରୀ ନିର୍ମାଣରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ଅଭିଯୋଗ

author img

By

Published : Jan 23, 2022, 9:29 PM IST

ଝାରସୁଗୁଡା: ପାର୍କରେ ନିର୍ମାଣ ହେଇଥିବା ପାଚେରୀରେ ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ । ସହରାଞ୍ଚଳ ପରେ ଗ୍ରାମାଞ୍ଚଳରେ ଆମୋଦ ପ୍ରମୋଦ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଝାରସୁଗୁଡାର କଣ୍ଟାପାଲି ଠାରେ ନିର୍ମାଣ ହୋଇଛି ପାର୍କ। ଆରମ୍ଭ ହେବା ପରେ ହିଁ ପାର୍କର ରକ୍ଷଣାବେକ୍ଷଣ ହେଉନଥିବା ସହିତ ପାର୍କରେ ନିର୍ମାଣ ହେଇଥିବା ପାଚେରୀରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

ପାର୍କର ପାଚେରୀ ନିର୍ମାଣରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ଅଭିଯୋଗ

ଝାରସୁଗୁଡ଼ା କଟାପାଲିସ୍ଥିତ ପାର୍କରେ ଦୁର୍ନୀତି ଅଭିଯୋଗ । ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ କ୍ଷେତ୍ରରେ ଅନେକ ଯୋଜନା କରିଛନ୍ତି । ଏହା ସହିତ ଗ୍ରାମାଞ୍ଚଳରେ ସରକାର ଅନେକ ବିକାଶମୂଳକ କାର୍ଯ୍ୟ କରୁଥିବା ନଜରକୁ ଆସିଛି । ଗ୍ରାମାଞ୍ଚଳକୁ ସୁନ୍ଦର କରିବା ପାଇଁ ପାର୍କ ନିର୍ମାଣ ତାର ଏକ ଅଂଶ ବିଶେଷ । କଟାପାଲିରେ ରହିଥିବା ଏକ ଆଶ୍ରମକୁ ଜିଲ୍ଲା ପ୍ରଶାସନ ନବୀକରଣ କରି ସୌନ୍ଦର୍ଯୀକରଣ କରିବାର ନିଷ୍ପତି ନେଇ ୧ କୋଟି ବ୍ୟୟ ଅଟକଳରେ ଏକ ପାର୍କ ନିର୍ମାଣ କରିଥିଲେ। ତେବେ ପାର୍କର ରକ୍ଷଣାବେକ୍ଷଣ ଉପରେ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ପାର୍କର ରକ୍ଷଣାବେକ୍ଷଣ ଅଭାବରୁ ସେଠାରେ ରହିଥିବା କାନ୍ଥମାନ ଭାଙ୍ଗି ଯାଇଥିବା ଦେଖାଯାଇଛି । ଏହା ସହିତ ପାର୍କର ସୁରକ୍ଷା ବ୍ୟବସ୍ଥା ନଥିବା ବେଳେ ବଡ଼ ବଡ଼ ବୁଦା ହୋଇଥିବା ନଜର ଆସିଛି।

ତେବେ ଅଞ୍ଚଳବାସୀ ଏହାର ରକ୍ଷଣାବେକ୍ଷଣ ହେଉନଥିବା ଏବଂ ନିମ୍ନମାନର କାମ ସହ ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ କରିଛନ୍ତି। ସେପଟେ ଏହାକୁ ନେଇ ଝାରସୁଗୁଡ଼ା ବିଡିଓ ଏହା ଏକ ଭିତ୍ତୀହିନ ଅଭିଯୋଗ କହିବା ସହ ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନେ ପ୍ରଶାସନରୁ ଆରଟିଆଇ ଯୋଗେ ତଥ୍ୟ ସଂଗ୍ରହ କରି ସତ୍ୟତା ଜାଣିପାରିବେ ବୋଲି କହିଛନ୍ତି ।

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.