ETV Bharat / state

ଓପିଜିସିରେ କୋଇଲା ସଙ୍କଟ, ବନ୍ଦ ହେବ 2 ନମ୍ବର ୟୁନିଟ !

author img

By

Published : Oct 13, 2019, 11:37 PM IST

ଝାରସୁଗୁଡା ଜିଲ୍ଲା ବନହରପାଲିଠାରେ ରହିଥିବା ଓପିଜିସିର 4ଟି ୟୁନିଟରୁ 1740 ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ହେଉଥିବା ବେଳେ ଏହା କମିବା ଆଶଙ୍କା ପ୍ରକାଶ ପାଇଛି । ତେବେ ଏମସିଏଲ କୋଇଲା ଯୋଗାଣ ବୃଦ୍ଧି ନକଲେ ଆଜି ମଧ୍ୟରାତ୍ରିଠାରୁ 2 ନମ୍ବର ୟୁନିଟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଓପିଜିସି କର୍ତ୍ତୃପକ୍ଷ ।

ଓପିଜିସିରେ କୋଇଲା ସଙ୍କଟ

ଝାରସୁଗୁଡା: ଓପିଜିସିରେ ଦେଖାଦେଇଛି କୋଇଲା ସଙ୍କଟ | ପୁର୍ବରୁ ଓପିଜିସିରେ ଗଚ୍ଛିତ ଥିବା କୋଇଲାରୁ 4ଟି ଯାକ ୟୁନିଟ ଚାଲୁଥିଲା । ତେବେ ଓପିଜିସିର ଗଚ୍ଛିତ କୋଇଲା ଶେଷ ହେଲାଣି | ତେବେ ଏମସିଏଲ କୋଇଲା ଯୋଗାଣ ବୃଦ୍ଧି ନକଲେ ଆଜି ମଧ୍ୟରାତ୍ରିଠାରୁ 2 ନମ୍ବର ୟୁନିଟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଓପିଜିସି କର୍ତ୍ତୃପକ୍ଷ | ଏହିଭଳି ଧାରା ବଜାୟ ରହିଲେ ଆଗକୁ ଆହୁରି ଅଧିକ ୟୁନିଟକୁ ବନ୍ଦ କରାଯାଇପାରେ ବୋଲି ଓପିଜିସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ଜଣାପଡିଛି |

ଓପିଜିସିରେ କୋଇଲା ସଙ୍କଟ

ଝାରସୁଗୁଡା ଜିଲ୍ଲା ବନହରପାଲିଠାରେ ରହିଥିବା ଓପିଜିସିର 4ଟି ୟୁନିଟରୁ 1740 ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ହେଉଥିବା ବେଳେ ଏହା କମିବା ଆଶଙ୍କା ପ୍ରକାଶ ପାଇଛି | ଓପିଜିସିର ପ୍ରଥମ ଓ ଦ୍ବିତୀୟ ୟୁନିଟରୁ 420 ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ କ୍ଷମତା ଥିବାବେଳେ ଦୈନିକ ଆବଶ୍ୟକ 8 ହଜାର ମେଟ୍ରିକ୍ ଟନ କୋଇଲା |

ସେହିପରି ଗତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ 3ୟ ଓ 4ର୍ଥ ୟୁନିଟରୁ 1320 ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ପାଇଁ ଦୈନିକ ଆବଶ୍ୟକ 16 ହଜାର ମେଟ୍ରିକ୍ ଟନ କୋଇଲା | ତେବେ ଦୈନିକ 24 ହଜାର ମେଟ୍ରିକ୍ ଟନ କୋଇଲାର ଆବଶ୍ୟକତା ରହିଥିବା ବେଳେ ଏମସିଏଲ ଯୋଗାଉଛି 14 ହଜାର ମେଟ୍ରିକ ଟନ କୋଇଲା | ଫଳରେ ଓପିଜିସିର 4ଟି ଯାକ ୟୁନିଟ ଚଳାଇବା ଅସମ୍ଭବ ହୋଇ ପଡୁଛି |

ଏହିପରି ସମସ୍ୟା ଲାଗି ରହିଲେ ରାଜ୍ୟରେ ବିଜୁଳି ସମସ୍ୟା ସୃଷ୍ଟି ହେବା ଆଶଙ୍କା ବଢିବାରେ ଲାଗିଛି | ଓପିଜିସି ର ଗୋଟିଏ ୟୁନିଟ ବନ୍ଦ ହେଲେ 210 ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ବାଧାପ୍ରାପ୍ତ ହେବ | ଗତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓପିଜିସିର 3ୟ ଓ 4ର୍ଥ ୟୁନିଟ ସହ ମନୋହରପୁର କୋଲ ବ୍ଲକକୁ ମଧ୍ୟ ଉଦଘାଟନ କରିଥିଲେ | କିନ୍ତୁ ମନୋହରପୁରରୁ ଓପିଜିସି ପର୍ଯ୍ୟନ୍ତ ରେଳ ଲାଇନ୍ ନିର୍ମାଣ ପାଇଁ ଆହୁରି 4 କିଲୋମିଟର ରାସ୍ତା ନିର୍ମାଣ ସରି ନଥିବା ଓ ଏଥିପାଇଁ ଏମସିଏଲ ଜମି ହସ୍ତାନ୍ତର କରୁ ନଥିବାରୁ କୋଇଲା ଉତ୍ତୋଳନ କରାଯାଇ ପାରୁ ନଥିବା ଓପିଜିସି ପକ୍ଷରୁ ସୂଚନା ଦିଆଯାଇଛି |

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro: ଓପିଜିସିରେ ଦେଖାଦେଇଛି କୋଇଲା ସଂକଟ|ଫଳରେ ଆଜି ଠାରୁ ଓପିଜିସିର ଗୋଟିଏ ୟୁନିଟ ବନ୍ଦ ହୋଇପାରେ |ଝାରସୁଗୁଡା ଜିଲ୍ଲା ବନହରପାଲି ଠାରେ ରହିଥିବା ଓପିଜିସିର 4ଟି ୟୁନିଟରୁ 1740 ମେଗାୱ୍ଟାଟ ବିଜୁଳୀ ଶକ୍ତି ଉତ୍ପାଦନ ହେଉଥିବା ବେଳେ ଏହା କମିବା ଆଶଙ୍କା ପ୍ରକାଶ ପାଇଛି |ଓପିଜିସିର ପ୍ରଥମ ଓ ଦ୍ୱିତୀୟ ୟୁନିଟରୁ 420 ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ କ୍ଷମତା ଥିବା ବେଳେ ଦୈନିକ ଆବଶ୍ୟକ 8 ହଜାର ମେଟ୍ରିକ୍ ଟନ କୋଇଲା |ସେହିପରି ଗତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ 3ୟ ଓ 4ର୍ଥ ୟୁନିଟରୁ 1320 ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ପାଇଁ ଦୈନିକ ଆବଶ୍ୟକ 16 ହଜାର ମେଟ୍ରିକ୍ ଟନ କୋଇଲା |ଏହିପରି ଦୈନିକ 24 ହଜାର ମେଟ୍ରିକ୍ ଟନ କୋଇଲାର ଆବଶ୍ୟକତା ରହିଥିବା ବେଳେ ଏମସିଏଲ ଯୋଗାଉଛି 14 ହଜାର ମେଟ୍ରିକ ଟନ କୋଇଲା |ଫଳରେ ଓପିଜିସିର 4ଟି ଯାକ ୟୁନିଟ ଚଳାଇବା ଅସମ୍ଭବ ହୋଇ ପଡୁଛି |ପୁର୍ବରୁ ଓପିଜିସିରେ ଗଚ୍ଛିତ ଥିବା କୋଇଲା ରୁ 4ଟି ଯାକ ୟୁନିଟକୁ ଚଳାଇ ଆସୁଥିବା ଓପିଜିସିର ଗଚ୍ଛିତ କୋଇଲା ଶେଷ ହେଲାଣି |ଫଳରେ ଏମସିଏଲ କୋଇଲା ଯୋଗାଣ ବୃଦ୍ଧି ନକଲେ ଆଜି ମଧ୍ୟ ରାତ୍ରି ଠାରୁ 2 ନମ୍ବର ୟୁନିଟକୁ ବନ୍ଦ କରିବାକୁ ଆପାତତଃ ନିଷ୍ପତ୍ତି ନେଇଛି ଓପିଜିସି କର୍ତ୍ରୁପକ୍ଷ |ଏହିଭଳି ଧାରା ବଜାୟ ରହିଲେ ଆଗକୁ ଆହୁରି ଅଧିକ ୟୁନିଟକୁ ବନ୍ଦ କରାଯାଇପାରେ ବୋଲି ଓପିଜିସି କର୍ତୁପକ୍ଷ ନିଷ୍ପତ୍ତି ନେଇଥିବା ଜଣା ପଡିଛି |ଏହିପରି ସମସ୍ୟା ଲାଗି ରହିଲେ ରାଜ୍ୟରେ ବିଜୁଳି ସମସ୍ୟା ସ୍ରୁଷ୍ଟି ହେବା ଆଶଙ୍କା ବଢିବାରେ ଲାଗିଛି |OPGC ର ଗୋଟିଏ ୟୁନିଟ ବନ୍ଦ ହେଲେ 210 ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ବାଧାପ୍ରାପ୍ତ ହେବ |ଗତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓପିଜିସିର 3ୟ ଓ 4ର୍ଥ ୟୁନିଟ ସହ ମନୋହରପୁର କୋଲ ବ୍ଲକକୁ ମଧ୍ୟ ଉଦଘାଟନ କରିଥିଲେ |କିନ୍ତୁ ମନୋହରପୁରରୁ ଓପିଜିସି ପର୍ଯ୍ୟନ୍ତ ରେଳ ଲାଇନ୍ ନିର୍ମାଣ ପାଇଁ ଆହୁରି 4 କିଲୋମିଟର ରାସ୍ତା ନିର୍ମାଣ ସରି ନଥିବା ଓ ଏଥିପାଇଁ ଏମସିଏଲ ଜମି ହସ୍ତାନ୍ତର କରୁ ନ ଥିବାରୁ କୋଇଲା ଉତ୍ତୋଳନ କରାଯାଇ ପାରୁ ନଥିବା ଓପିଜିସି ପକ୍ଷରୁ ସୂଚନା ଦିଆଯାଇଛି |
ଅଡିଓ1:ଦିଲୀପ କୁମାର ପଣ୍ଡା, DGM (HR), OPGC Body:।।।।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.