ETV Bharat / state

ସ୍ବତନ୍ତ୍ର ରାଜ୍ୟ ଦାବିରେ କୋଶଳ ସେନାର ପଦଯାତ୍ରା

author img

By

Published : Aug 11, 2022, 12:45 PM IST

ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବି ସହ ବେକାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦାବିରେ ଝାରସୁଗୁଡ଼ାରେ କୋଶଳ ସେନାର ପଦଯାତ୍ରା । ଜିଲ୍ଲା ସଭାପତି ଗଣେଶ ମୋଟାରୀ ଏବଂ ସାଧାରଣ ସମ୍ପାଦକ ବିମଲ ମହାକୁଡ଼ଙ୍କ ସହ ଅନେକ କର୍ମୀ ସାମିଲ । ଅଧିକ ପଢ଼ନ୍ତୁ

ସ୍ବତନ୍ତ୍ର ରାଜ୍ୟ ଦାବିରେ କୋଶଳ ସେନାର ପଦଯାତ୍ରା
ସ୍ବତନ୍ତ୍ର ରାଜ୍ୟ ଦାବିରେ କୋଶଳ ସେନାର ପଦଯାତ୍ରା

ଝାରସୁଗୁଡ଼ା: ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ କୋଶଳ ସେନା ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଝାରସୁଗୁଡ଼ା ବସଷ୍ଟାଣ୍ଡ ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଯୋଗେ ଆନ୍ଦୋଳନକାରୀ ମାନେ ପଦଯାତ୍ରାରେ ବାହାରିଥିଲେ । ବେକାରୀ ଯୁବକ ଯୁବତୀମାନଙ୍କୁ ଶୀଘ୍ର ନିଯୁକ୍ତି ଦେବାକୁ ସରକାରଙ୍କୁ ସେମାନେ ଦାବି କରିଥିଲେ ।

ପଶ୍ଚିମ ଓଡିଶାକୁ ସ୍ବତନ୍ତ୍ର କୋଶଳ ରାଜ୍ୟ ଘୋଷଣା ଦାବିରେ କୋଶଳ ସେନା ପକ୍ଷରୁ ବୁଧବାର ଝାରସୁଗୁଡ଼ାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହା ସହିତ ଝାରସୁଗୁଡ଼ା ଜିଲ୍ଲା ଖଣି ଓ ଶିଳ୍ପରେ ଭରି ରହିଥିଲେ ମଧ୍ୟ ଅନେକ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀ ବେକାର ହୋଇ ରହିଥିବା ଅଭିଯୋଗ କରିଛି ସେନା । ସେମାନଙ୍କୁ ଶୀଘ୍ର ନିଯୁକ୍ତି ଦେବାପାଇଁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ କୋଶଳ ସେନାର ଜିଲ୍ଲା ସଭାପତି ଗଣେଶ ମୋଟାରୀ ଏବଂ ସାଧାରଣ ସମ୍ପାଦକ ବିମଲ ମହାକୁଡ଼ଙ୍କ ସହ ଅନେକ କର୍ମୀ ଯୋଗ ଦେଇଥିଲେ ।

ଏହି ଅବସରରେ କୋଶଳ ସେନାର ସାଧାରଣ ସମ୍ପାଦକ ବିମଲ ମହାକୁଡ଼ କହିଛନ୍ତି "ଝାରସୁଗୁଡ଼ାରେ ଅନେକ ଖଣି ଓ କଳ କାରଖାନା ରହିଛି । ଏହା ସତ୍ତ୍ବେ ରାଜ୍ୟ ସରକାର ଆମ ଜିଲ୍ଲାକୁ ଅବହେଳା କରି ଆସିଛନ୍ତି । ବିଭିନ୍ନ କଳ କାରଖାନା ଯୋଗୁଁ ସହର ପ୍ରଦୂଷିତ ହେଉଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି । ତେବେ ଏସବୁ ସମସ୍ୟାର ସମାଧାନ ଯଥାଶୀଘ୍ର କରିବା ସହ ସମଗ୍ର ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର କୋଶଳ ରାଜ୍ୟର ମାନ୍ୟତା ନଦେଲେ ଭବିଷ୍ୟତରେ ଭୟାବହ ଆନ୍ଦୋଳନ ହେବ ।" ସେହିଭଳି ଆଗାମୀ ୧୫ ଦିନ ଭିତରେ ଝାରସୁଗୁଡ଼ାର ବେକାର ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ନମିଳିଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କୋଶଳ ସେନାର ଜିଲ୍ଲା ସଭାପତି ଗଣେଶ ମୋଟାରୀ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.