ଝାରସୁଗୁଡା: ଦ୍ବିତୀୟ ଦିନରେ କେନ୍ଦୁପତ୍ର କର୍ମଚାରୀଙ୍କ ଆନ୍ଦୋଳନ । କେନ୍ଦୁପତ୍ର କର୍ମଚାରୀଙ୍କ ଦରମା କାଟ କରାଯିବା, ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ପରେ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ସାମାଜିକ ନିରାପତ୍ତା ବ୍ୟବସ୍ଥାରୁ ବାଦ ଦେବା ଭଳି କାର୍ଯ୍ୟ କରୁଛି ହାଇପାୱାର କମିଟି । ତେଣୁ ସରକାର ନିଜ ପ୍ରତିଶ୍ରୁତି ନିଜେ ପାଳନ କରିବା ଦାବିରେ ସୋମାବାରଠାରୁ ବିଭିନ୍ନ କେନ୍ଦୁପତ୍ର କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଦିନିଆ ଧାରଣା ଦେଇଥିଲେ କର୍ମଚାରୀ ।
ଝାରସୁଗୁଡା କେନ୍ଦୁପତ୍ର ଡିଭିଜନ ଅଫିସ ସମ୍ମୁଖରେ କେନ୍ଦୁପତ୍ର କର୍ମଚାରୀ ସଂଘର ଆନ୍ଦୋଳନରେ ମଙ୍ଗଳବାର ରାଜ୍ୟ ସଭାପତି ବିଜୟ ମହାନ୍ତି ଯୋଗଦେଇ ଏହି ଆନ୍ଦୋଳନ ସରକାରଙ୍କୁ ଚେତାଇବାକୁ କରାଯାଇ ଥିବାବେଳେ ଆସନ୍ତା 11 ତାରିଖରେ କର୍ମଚାରୀ ଓ ତୋଳାଳି ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ସ୍ମାରକପତ୍ର ଡିଏଫଓଙ୍କୁ ପ୍ରଦାନ କରାଯାଇଥିଲା ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ