ETV Bharat / state

ଅନ୍ୟ ଦଳ ସହ ଟକ୍କର ଦେବ କଳିଙ୍ଗ ସେନା, ଝାରସୁଗୁଡା ଉପନିର୍ବାଚନ ପାଇଁ ଘୋଷଣା କଲା ପ୍ରାର୍ଥୀ - ଯୁବପିଢିଙ୍କ ଉନ୍ନତି ଦଳର ମୁଖ୍ୟ ରଣନୀତି

ଝାରସୁଗୁଡାରେ ଉପ ନିର୍ବାଚନ ତାତି । ମୈଦାନକୁ ଓହ୍ଲାଇଛନ୍ତି ପ୍ରମୁଖ ଦଳ । ବିଧାୟକ ପ୍ରାର୍ଥୀ ଘୋଷଣା କରିଛି କଳିଙ୍ଗ ସେନା । ପରିବାର ବାଦ ବିରୋଧରେ ଲଢିବା ସହ ଯୁବକମାନଙ୍କୁ ନିଯୁକ୍ତି ଦେବା ଦଳର ମୁଖ୍ୟ ରଣନୀତି ବୋଲି କହିଛି କଳିଙ୍ଗ ସେନା । ଅଧି୍କ ପଢ଼ନ୍ତୁ

ଝାରସୁଗୁଡ଼ା ପାଇଁ କଳିଙ୍ଗ ସେନାର ବିଧାୟକ ପ୍ରାର୍ଥୀ ଘୋଷଣା

author img

By

Published : Apr 6, 2023, 7:11 PM IST

ଝାରସୁଗୁଡ଼ା ପାଇଁ କଳିଙ୍ଗ ସେନାର ବିଧାୟକ ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାରଚନ ପାଇଁ ସରଗରମ ମୈଦାନ । ଗଡ ହାତେଇବା ପାଇଁ ସବୁ ଦଳ ପକ୍ଷରୁ ଚାଲିଛି ଯୋରଦାର କସରତ । ମେ ୧୦ରେ ଉପ ନିର୍ବାଚନ ଥିବା ବେଳେ ହଳ ପକ୍ଷରୁ ପ୍ରାର୍ଥୀ ଚୟନ ଆରମ୍ଭ ହୋଇଯାଇଥି । ବିଧାୟକ ପ୍ରାର୍ଥୀ ଘୋଷଣା କରିଛି କଳିଙ୍ଗ ସେନା। କଳିଙ୍ଗ ସେନା ଝାରସୁଗୁଡ଼ା ପାଇଁ ମହେନ୍ଦ୍ର ପଟ୍ଟନାୟକଙ୍କୁ ମନୋନୀତ କରିଛି । ଜଣେ ଦକ୍ଷ କର୍ମୀ ଭାବରେ କାର୍ଯ୍ୟ କରିଆସୁଥିବା ବେଳେ ବିଧାୟକ ଭାବେ ପ୍ରଥମଥର ପାଇଁ ଲଢ଼ିବେ ମହେନ୍ଦ୍ର ପଟ୍ଟନାୟକ। ଏଥର କଳିଙ୍ଗ ସେନା ପକ୍ଷରୁ ଲଢେଇ ଜୋରଦାର ହେବ ସହ ଅନ୍ୟ ଦଳ ସହ କଡ଼ା ଟକ୍କର ହେବ ବୋଲି କହିଛନ୍ତି ପ୍ରାର୍ଥୀ ମହେନ୍ଦ୍ର । ଜଣେ ଶିକ୍ଷିତ ଯୁବକ ଭାବେ ଯୁବକମାନଙ୍କୁ ଆଗକୁ ନେବା ପାଇଁ ବେରୋଜଗାରୀ ନିରାକରଣ କରିବା, ନିଯୁକ୍ତି ଦେବା ଦଳର ମୁଖ୍ୟ ଲକ୍ଷ୍ୟ ବୋଲି ମହେନ୍ଦ୍ର ପଟ୍ଟନାୟକ କହିଛନ୍ତି।

ମହେନ୍ଦ୍ର କହିଛନ୍ତି , ‘‘ଝାରସୁଗୁଡା ଖଜିଣ ପଦାର୍ଥ ଭରି ରହିଛି । ହେଲେ ଏହାର ସଠିକ ବ୍ୟବହାର କରାଯାଇ ପାରୁନାହିଁ ।ବାହାର ରାଜ୍ୟ ସବୁ ଲୁଟି ନେଉଛନ୍ତି ଝାରସୁଗୁଡ଼ାରୁ ହେଲେ ଯୁବପିଢିଙ୍କୁ ରୋଜଗାର ମିଳି ପାରୁ ନାହିଁ । ଝାରସୁଗୁଡ଼ାର ସମ୍ଭାରକୁ ନେଇ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ଦେବା ଦଳର ମୁଖ୍ୟ ରଣନୀତି ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ସ୍ବଚ୍ଛ ଓ ସ୍ୱାଭିମାନର ରାଜନୀତି କରିବା ଦଳ ଆଭିମୁଖ୍ୟ । ’’

ଖଣ୍ଡିଏ ଭୋଟ ପଛେ ମିଳୁ କିନ୍ତ ତାହା ଲୋକଙ୍କ ହିତର ଭୋଟ ହେବା ଦରକାର ବୋଲି କହିଛନ୍ତି । ତେବେ ଜନମତ ତାଙ୍କ ସପକ୍ଷରେ ଯିବା ଆଉ ସେ ଅନ୍ୟଦଳ ସହ ଟକ୍କର ଦେଇ ପାରିବେ ବୋଲି ଆଶା ପ୍ରକଟ କରିଛନ୍ତି । ପ୍ରମୁଖ ଦଳରୁ ଅନ୍ୟ ସହରରୁ ଆସି ରାଜନୀତି ଲଢ଼ୁଛନ୍ତି ଆଉ ଝାସରୁଗୁଡ଼ାବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ଯାହାକୁ ଦଳ କେବେ ଅଧିକାର ଦେବ ନାହିଁ ସ୍ଵଚ୍ଛ ରାଜନୀତି ସହ ଲୋକଙ୍କ ହିତ କରିବା ବୋଲି କହିଛନ୍ତି ମହେନ୍ଦ୍ର ପଟ୍ଟନାୟକ ।

ଅନ୍ୟପଟେ ପ୍ରାର୍ଥୀ ଘୋଷଣା ପରେ କଳିଙ୍ଗ ସେନାର ସଭାପତି ହେମନ୍ତ ରଥ ଆହୁରି କହିଛନ୍ତି, "କଳିଙ୍ଗ ସେନା ହେଉଛି ଓଡ଼ିଶାର ଆଞ୍ଚଳିକ ଦଳ । ଆଉ ମହେନ୍ଦ୍ର ପଟ୍ଟନାୟକ ହେଉଛନ୍ତି ସେଠାକାର ସ୍ଥାନୀୟ ଲୋକ । ତେଣୁ ସେହି ସ୍ଥାନର ସମସ୍ୟା ସମ୍ପର୍କରେ ସେ ଅବଗତ ଅଛନ୍ତି ଆଉ ସେହି ମୁତାବକ ସେ ରାଜନୀତି ଲଢ଼ିବେ । ବିଶେଷ ଭାବେ ଅଞ୍ଚଳକୁ ପ୍ରଦୂଷଣ ମୁକ୍ତ କରିବା ଆଉ ଓଡ଼ିଆ ଯୁବକଙ୍କୁ ଚାକିରି ଦେବା ଦିଗରେ ଲଢ଼ିବେ ବୋଲି କହିଛନ୍ତି । ସେଥିପାଇଁ ଆମେ ଜୟ ଓଡ଼ିଆ ନାରା ରଖିଛୁ । ଆଉ ଆମର ଆଶା କି ଏହି ମୁଦ୍ଦା ସହ ସହମତି ହୋଇ ଝାରସୁଗୁଡାବସୀ ଆମ ସପକ୍ଷରେ ଜନମତ ଦେବେ ଆଉ ଜିତିବୁ ବୋଲି କହିଛନ୍ତି ହେମନ୍ତ ଶର୍ମା ।"

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.