ETV Bharat / state

ସଫଳ ଚାଷୀ ସୁଶାନ୍ତ: ଚାକିରି ପଛରେ ନଧାଇଁ ଆପଣାଇଲେ ଚାଷ - ଚାକିରି ପଛରେ ନଧାଇଁ କରୁଛନ୍ତି ଚାଷ

ଝାରସୁଗୁଡାର ସଫଳ ଚାଷୀ ସୁଶାନ୍ତ ପ୍ରଧାନ । ଲଖନପୁର ବ୍ଲକ ପଞ୍ଚଗାଁର ସୁଶାନ୍ତ ଅର୍ଥଶାସ୍ତ୍ରରେ ସ୍ନାତକ କରିଥିବାବେଳେ ତାଙ୍କୁ ମିଳି ନଥିଲା ଚାକିରି । ପରେ ଚାଷକାର୍ଯ୍ୟକୁ ଆପଣାଇ ହୋଇପାରିଛନ୍ତି ସଫଳ ଚାଷୀ । ଅଧିକ ପଢନ୍ତୁ...

succesfull farmer susant
ଝାରସୁଗୁଡାର ସଫଳ ଚାଷୀ ସୁଶାନ୍ତ
author img

By

Published : Dec 19, 2019, 7:01 PM IST

ଝାରସୁଗୁଡା: ପରିବା ଚାଷରେ ହସି ଉଠିଛି କ୍ଷେତ । ଭଳିକି ଭଳି ବାଇଗଣ, କଲରା, ଟମାଟୋ, ସିମଲା ମିର୍ଚ୍ଚି, ପୋଟଳ ଆଦି ପନିପରିବାରେ ପୁରିଛି କ୍ଷେତ । ଏପରି ଛଅ ଏକର ଜମିରେ ସୁନା ଫଳାଇଛନ୍ତି ଝାରସୁଗୁଡାର ସଫଳ ଚାଷୀ ସୁଶାନ୍ତ ପ୍ରଧାନ । ଲଖନପୁର ବ୍ଲକ ପଞ୍ଚଗାଁର ସୁଶାନ୍ତ ଅର୍ଥଶାସ୍ତ୍ରରେ ସ୍ନାତକ କରିଥିବାବେଳେ ତାଙ୍କୁ ମିଳି ନଥିଲା ଚାକିରି । ଶେଷରେ ନିରାଶ ହୋଇ ନିଜ ପୈତୃକ ଚାଷ ଜମିରେ ଆରମ୍ଭ କରିଥିଲେ ଚାଷବାସ । ଆଉ ନିଜେ ସ୍ବାବଲମ୍ବୀ ହେବା ସହ ଗାଁର ଅନ୍ୟ 10 ଜଣଙ୍କୁ ବି ଦେଇ ପାରିଛନ୍ତି ରୋଜଗାର ।

ଝାରସୁଗୁଡାର ସଫଳ ଚାଷୀ ସୁଶାନ୍ତ

ନିଜର ନିଷ୍ଠା ଓ ହାଡଭଙ୍ଗା ପରିଶ୍ରମରେ ଅଢେଇ ଏକର ଜମିରେ ବାଇଗଣ ଓ ବଳକା ସାଢେ 4 ଏକରରେ ଅନ୍ୟାନ୍ୟ ଚାଷ କରିଛନ୍ତି ସୁଶାନ୍ତ । ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ସରକାରଙ୍କ ଉଠାଜଳସେଚନ ଯୋଜନାକୁ କାର୍ଯ୍ୟକାରୀ କରି ବର୍ଷକୁ ପାଖାପାଖି 12-15 ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି ସେ । ଯାହାକୁ ଆଖପାଖ ବଜାରରେ ବିକ୍ରି କରିବା ସହ ରାଜ୍ୟ ବାହାରକୁ ମଧ୍ୟ ପଠାଇଥାନ୍ତି ।

ଦେଶରେ ବେକାରୀ ସମସ୍ୟା ଦିନକୁ ଦିନ ଉଗ୍ରରୂପ ଧାରଣ କରୁଥିବା ବେଳେ ଚାକିରି ପଛରେ ଧାଉଁଥିବା ଯୁବପୀଢିଙ୍କ ପାଇଁ ସୁଶାନ୍ତ ଉଦାହରଣ ସାଜିଛନ୍ତି । ଆଧୁନିକ ପ୍ରଣାଳୀରେ ଚାଷକାମ ପାଇଁ ଅନେକ ଅନୁଷ୍ଠାନ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରସଂଶା ଓ ପୁରସ୍କୃତ ହୋଇଛନ୍ତି ସୁଶାନ୍ତ ।

ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ଶୀତଳ ଭଣ୍ଡାରଟିଏ ନଥିବାରୁ ଅନେକ ଅସୁବିଧା ସାମ୍ନା କରିଥାନ୍ତି ଚାଷୀ । ଏ ଅଞ୍ଚଳରେ ଶୀତଳ ଭଣ୍ଡାରର କରାଗଲେ ଆହୁରି ପରିବା ଚାଷରୁ ଆହୁରି ଲାଭ କରିପାରନ୍ତେ ଏବଂ ଅଞ୍ଚଳରେ ରୋଜଗାର ପାଇଁ ବାଟ ଖୋଳନ୍ତା ବୋଲି କୁହାଯାଉଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ସଫଳ ଚାଷୀ ସୁଶାନ୍ତ : ଚାକିରି ପଛରେ ନଧାଇଁ କରୁଛନ୍ତି ଚାଷ
ଝାରସୁଗୁଡ଼ା:- ଉଚ୍ଚଶିକ୍ଷା ଲାଭ କରିବା ପରେବି ଚାକିରି ପଛରେ ନଧାଇଁ କରୁଛନ୍ତି ଚାଷ । ସେଥିପାଇଁ ଚାଷକୁ ବୃତ୍ତି କଲେ ସ୍ତାନୀୟ ଯୁବକ । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ସ୍ୱାବଲମ୍ବୀ କରାଇ ପାରିଛନ୍ତି Body:ଝାରସୁଗୁଡା ପଞ୍ଚଗାଁ ର ସୁଶାନ୍ତ ପ୍ରାଧନ ।
ପରିବା ଚାଷରେ ହସି ଉଠିଛି ବିଲ । ଭଳି କି ଭଳି ପନି ପରିବାରେ ପୁରିଛି କ୍ଷେତ । ଆଜିର ଯୁଗରେ ଚାଷବାସରୁ ଦୁରେଇ ଯାଉଥିବା ଯୁବପିଢୀଙ୍କୁ ବାର୍ତ୍ତା ଦେବ ଏ ପରିବା କ୍ଷେତ । କାରଣ ଏହା ପଛରେ ରହିଛନ୍ତି ଜଣେ ଉଚ୍ଚଶିକ୍ଷିତ ଯୁବକ । ସେ ହେଲେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ପଂଚାୟତର ସୁଶାନ୍ତ ପ୍ରଧାନ । ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର କରିବା ପରେ ଚାକିରୀର ସନ୍ଧାନ ଆରମ୍ଭ କରିଥିଲେ ସୁଶାନ୍ତ । ହେଲେ ଚାକିରୀ ନ ମିଳିବାରୁ ହତାଶ ନହୋଇ ପୈତୃକ ଚାଷ ଜମିରେ ଆରମ୍ଭ କରିଥିଲେ ଚାଷବାସ । ଅତ୍ୟାଧୁନିକ ପ୍ରଣାଳୀରେ ପନିପରିବା ଚାଷ ଆରମ୍ଭ କରିଥିଲେ ସୁଶାନ୍ତ । ସରକାର ଙ୍କ ଉଠାଜଳସେଚନ ଯୋଜନାରେ ନିଜ ଜମିରେ ଏକ ବୋରୱେଲ ର ଖନନ କରିଥିଲେ ପରେ ଆଧୁନିକ ଯନ୍ତ୍ରପାତି ସହ ଡ୍ରିପ ମାଧ୍ୟମରେ ନିଜଜମିରେ ପାଖାପାଖି 2.5 ଏକଡ ଜମିରେ ବାଇଗଣ ଚାଷ କରୁଛନ୍ତି ସୁଶାନ୍ତ ।
ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ବାଇଗଣ, କଲରା, ଟମାଟୋ, ସିମଲା ମିର୍ଚ୍ଚ, ପୋଟଳ ଆଦି ଚାଷ କରୁଛନ୍ତି । ନିଜ ବିଲରୁ ଉତ୍ପାଦିତ ପନିପରିବାକୁ ଆଖପାଖ ବଜାରରେ ବିକ୍ରି କରିବା ସହ ରାଜ୍ୟବାହାରକୁ ମଧ୍ୟ ପଠାଇଥାନ୍ତି । ଏହି ପରିବା ଚାଷରେ ବର୍ଷକୁ ପ୍ରାୟ ୧୨-୧୫ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ନିଜର ଏହି ଚାଷ କାର୍ଯ୍ୟ ଜରିଆରେ ଗାଁର ୧୦ଜଣଙ୍କୁ ରୋଜଗାର ଯୋଗାଇ ସ୍ୱାବଲମ୍ବୀ କରାଇ ପାରିଛନ୍ତି ସୁଶାନ୍ତ ।
ସ୍ଥାନୀୟ ଅଂଚଳରେ ଶୀତଳ ଭଣ୍ଡାର ଟିଏ ନଥିବାରୁ ଅନେକ ଅସୁବିଧା ସାମ୍ନାକରିଥାନ୍ତି ଚାଷୀ । ଏ ଅଂଚଳରେ ଶୀତଳ ଭଣ୍ଡାରର କରାଗଲେ ଆହୁରି ପରିବା ଚାଷରୁ ଆହୁରି ଲାଭ କରିପାରନ୍ତେ ଏବଂ ସ୍ଥାନୀୟ ରୋଜଗାର ପାଇଁ ବାଟ ଖୋଳନ୍ତା । ସୁଶାନ୍ତଙ୍କ ଆଧୁନିକ ପ୍ରଣାଳୀର ଚାଷକାମ ପାଇଁ ସେ ବିଭିନ୍ନ ଅନୁଷ୍ଠାନ ସହ ମୁଖ୍ୟମନ୍ତ୍ରୀ ଦ୍ୱାରା ପ୍ରସଂଶ ପୁରସ୍କୃତ ହୋଇପାରିଛନ୍ତି ।Conclusion:Byte_1- ସୁଶାନ୍ତ ପ୍ରଧାନ :- ସଫଳ ଚାଷୀ , ପଞ୍ଚଗାଁ
Byte_2- ଗୌତମ ବେହେରା :- ସମାଜସେବୀ
Byte_3- ଯୋଗେନ୍ଦ୍ର ଚୌଧୁରୀ , ଚାଷୀ , ରାଜପୁର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.