ETV Bharat / state

ଜମୁଆ ଡୁଙ୍ଗୁରି ବେଆଇନ ମାଟି ଖନନ, କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କହିଲେ ଉପଜିଲ୍ଲାପାଳ - ଜମୁଆ ଡୁଙ୍ଗୁରି ବେଆଇନ ମାଟି ଖନନ ଘଟଣା

ଜମୁଆ ଡୁଙ୍ଗୁରି ବେଆଇନ ମାଟି ଓ ମୋରମ ଖନନ ଘଟଣାରେ ପ୍ରତିକ୍ରିୟା ରଖିଲେ ଝାରସୁଗୁଡ଼ା ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁ । କହିଲେ ଏଥିରେ ଯିଏ ବି ସଂପୃକ୍ତ ଥିବ, ସମସ୍ତଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଅଧିକ ପଢ଼ନ୍ତୁ

ଜମୁଆ ଡୁଙ୍ଗୁରି ମାଟି ଖନନ ଘଟଣା ନେଇ ଏମିତି କହିଲେ ଉପଜିଲ୍ଲାପାଳ

author img

By

Published : Jun 14, 2023, 9:17 AM IST

ଜମୁଆ ଡୁଙ୍ଗୁରି ମାଟି ଖନନ ଘଟଣା ନେଇ ଏମିତି କହିଲେ ଉପଜିଲ୍ଲାପାଳ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଜମେରା ପଞ୍ଚାୟତ ଅନ୍ତର୍ଗତ ଜମୁଆ ଡୁଙ୍ଗୁରି ବେଆଇନ ମାଟି ଓ ମୋରମ ଖନନ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡ଼ା ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁ । ଦୀର୍ଘଦିନ ଧରି ଜମୁଆ ଡୁଙ୍ଗୁରି ଠାରେ ବେଆଇନ ଭାବେ ମାଟି ଖନନ କରି ରେଳବାଇ କାର୍ଯ୍ୟରେ ଲଗାଉଥିବା ଅଭିଯୋଗ ନେଇ ସ୍ଥାନୀୟ ଗ୍ରାମବାସୀ ତହସିଲଦାରଙ୍କ ଦ୍ଵାରସ୍ଥ ହୋଇଥିଲେ । ଏହି ଘଟଣା ଗତମାସରେ ଗଣମାଧ୍ୟମରେ ପ୍ରକାଶ ହେବା ପରେ ଜିଲ୍ଲା ପ୍ରଶାସନର ନଜରକୁ ଆସିଥିଲା । ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଝାରସୁଗୁଡ଼ା ତହସିଲଦାର ଜମୁଆ ଡୁଙ୍ଗୁରିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ତେବେ ତହସିଲଦାରଙ୍କ ରିପୋର୍ଟ ଅନୁଯାଇ ସମ୍ପୃକ୍ତ ଠିକାଦାରଙ୍କୁ କେତେ ରୟାଲ୍‌ଟି ଓ ପେନାଲ୍‌ଟି କରାଯିବ, ତାହା ଜଣାପଡିବ ବୋଲି ଝାରସୁଗୁଡ଼ା ଉପଜିଲ୍ଲାପାଳ କହିଛନ୍ତି ।

ତେବେ ଝାରସୁଗୁଡାରେ ଦିନକୁ ଦିନ ବୃଦ୍ଧି ପାଉଛି ବେଆଇନ କାର୍ଯ୍ୟ । ଠିକାଦାର ମାନଙ୍କ ମନମୁଖି କାର୍ଯ୍ୟରେ ସିଧାସଳଖ ପ୍ରଭାବିତ ହେଉଛି ପରିବେଶ । ବନ ବିଭାଗ ଓ ପୋଲିସର ନାକ ତଳେ ହେଉଛି ଜଙ୍ଗଲ କାଟ୍‌ ଏବଂ ବେଆଇନ ମୋରମ ଚାଲାଣ । ସେପଟେ ସବୁ ଦେଖି ମଧ୍ୟ ଜିଲ୍ଲା ପ୍ରଶାସନ ଆଖିଦୃଶିଆ ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି । ଝାରସୁଗୁଡା ତହସିଲ ଅନ୍ତର୍ଗତ ଜମେରା ପଞ୍ଚାୟତର ଜମୁଆ ଡୁଙ୍ଗୁରିରେ ବେଆଇନ ଭାବରେ ହଜାର ହଜାର ମୂଲ୍ୟବାନ ଗଛ କାଟିବା ସହ ହଜାର ହଜାର ଟ୍ରିପ ମୋରମ ବେଆଇନ ଭାବରେ ଚାଲାଣ କରୁଛନ୍ତି ଜଣେ ଠିକାଦାର । ଝାରସୁଗୁଡା-ବିଳାଶପୁର ମଧ୍ୟରେ ନୂତନ ରେଳ ଲାଇନ ନିର୍ମାଣ ପାଇଁ ଠିକା କାମ ପାଇଥିବା ଠିକାଦାର ଏହିପରି ଭାବରେ ବେଧଡ଼କ କରୁଛନ୍ତି ବେଆଇନ କାର୍ଯ୍ୟ । ଯାହାଫଳରେ ଜମୁଆ ଡୁଙ୍ଗୁରି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହେବାସହ ଡୁଙ୍ଗୁରିରେ ଥିବା ହଜାର ହଜାର ଗଛ କଟାଯିବା ଫଳରେ ଏହାର ସିଧାସଳଖ ପ୍ରଭାବ ପରିବେଶ ଉପରେ ପଡିଛି ।

ଡୁଙ୍ଗୁରିରୁ ହଜାର ହଜାର ଟ୍ରିପ ମୋରମ ଚୋରା ଚାଲାଣ କରିଛନ୍ତି ଠିକାଦାର । ବିଗତ ୬ ମାସ ଧରି ସମ୍ପୃକ୍ତ ଠିକାଦାର ଜାମୁଆ ଡୁଙ୍ଗୁରିରୁ ବେଆଇନ ଭାବରେ ମାଟି ଖନନ କରିଥିଲେ । ଯାହା ଫଳର ଏଠାରେ ୫ ଶହ ମିଟର ପର୍ଯ୍ୟନ୍ତ ଗାଡିଆ ପାଲଟି ସାରିଛି । ସ୍ଥାନୀୟ ଗ୍ରାମବାସୀ ଏହି ବେଆଇନ ମୋରମ ଚାଲାଣ ଦିଗରେ ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ବନ ବିଭାଗ ଏହା ରେଭିନ୍ୟୁ ଡିପାର୍ଟମେଣ୍ଟ କାମ ବୋଲି କହି ଚୁପ ବସି ଥିବାବେଳେ ରେଭିନ୍ୟୁ ଡିପାର୍ଟମେଣ୍ଟ ବନ ବିଭାଗର କାର୍ଯ୍ୟ ବୋଲି କହି ଅବହେଳା କରିବା ସହ ପରସ୍ପରକୁ ଦୋଷାରୋପ କରୁଛନ୍ତି । ତେବେ ଉଭୟ ଡିପାର୍ଟମେଣ୍ଟ ମଧ୍ୟରେ ସମନ୍ବୟ ଅଭାବ ଯୋଗୁଁ ଜମୁଆ ଡୁଙ୍ଗୁରି ଏବେ ଧ୍ବଂସ ହେବାକୁ ବସିଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.