ETV Bharat / state

ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଅନ୍ତର୍ଜାତୀୟ ମହିଳା ହିଂସା ନିରୋଧ ଦିବସ ପାଳିତ

author img

By

Published : Nov 25, 2020, 7:38 PM IST

ଝାରସୁଗୁଡା ସେହେଡା ଅନୁଷ୍ଠାନ ଦ୍ବାରା ପରିଚାଳିତ ୱନ ଷ୍ଟପ ସେଣ୍ଟର (ସଖି) ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ହୋଇଯାଇଛି ଅନ୍ତର୍ଜାତୀୟ ମହିଳା ହିଂସା ନିରୋଧ ଦିବସ ସଚେତନତା କାର୍ଯ୍ୟକ୍ରମ।

ଅନ୍ତର୍ଜାତୀୟ ମହିଳା ହିଂସା ନିରୋଧ ଦିବସ
ଅନ୍ତର୍ଜାତୀୟ ମହିଳା ହିଂସା ନିରୋଧ ଦିବସ

ଝାରସୁଗୁଡ଼ା: ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ମହିଳା ହିଂସା ନିରୋଧ ଦିବସ । ଝାରସୁଗୁଡା ସେହେଡା ଅନୁଷ୍ଠାନ ଦ୍ବାରା ପରିଚାଳିତ ୱନ ଷ୍ଟପ ସେଣ୍ଟର (ସଖି) ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ହୋଇଯାଇଛି ଅନ୍ତର୍ଜାତୀୟ ମହିଳା ହିଂସା ନିରୋଧ ଦିବସ ସଚେତନତା କାର୍ଯ୍ୟକ୍ରମ। ଏହି ସଚେତନତା କାର୍ଯ୍ୟକ୍ରମରେ ସଖି ଅନୁଷ୍ଠାନ ଯୋଗାଉଥିବା ସେବା ମାନର ସଚେତନତା ପ୍ରଚାରପତ୍ର ବଣ୍ଟନ କରାଯାଇଛି ।

ଏହାସହିତ ସଖିର ସେବା ଗୁଡ଼ିକ ବିଷୟରେ ବୁଝାଯାଇଥିଲା । ଯଦି କୌଣସି ମହିଳା ହିଂସାର ଶିକାର ହେଲେ କେମିତି ମହିଳା ନ୍ୟାୟ ପାଇପାରିବ ଏବଂ ସଖି ଅନୁଷ୍ଠିନ ଭୂମିକା କ'ଣ ସେ ବିଷୟରେ ଜନସାଧାରଣଙ୍କୁ ବୁଝାଇଥିଲେ । ଏହି ଅଭିଯାନ ୨୫ ନଭେମ୍ବର ଠାରୁ ଆରମ୍ଭ ହୋଇ ମାନବ ଅଧିକାର ଦିବସ ୧୦ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ଅଞ୍ଚଳକୁ ଯାଇ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.