ETV Bharat / state

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଝୁରୁଛି ଜନ୍ମମାଟି, ଖେରୁଆଲରେ ହେବ ଅନ୍ତିମ ସଂସ୍କାର

author img

By

Published : Jan 30, 2023, 11:31 AM IST

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଧନ ପରେ ଝୁରୁଛି ଜନ୍ମମାଟି । କରିଯାଇଥିବା କାମକୁ ମନେ ପକାଇବା ସହ ଶେଷ ଦର୍ଶନକୁ ଅନାଇ ବସିଛନ୍ତି ଝାରସୁଗୁଡାବାସୀ । ଅପରାହ୍ନ ୪ ଟାରେ ଖେରୁଆଲରେ ହେବ ଅନ୍ତିମ ସଂସ୍କାର । ଅଧିକ ପଢନ୍ତୁ

jharsuguda local people reaction
jharsuguda local people reaction
ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଝୁରୁଛି ଜନ୍ମମାଟି

ଝାରସୁଗୁଡା: ଆଉ ନାହାନ୍ତି ପଶ୍ଚିମ ଓଡିଶାର ଟାଣୁଆ ନେତା ତଥା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାନ୍ଧି ଛକରେ ପୋଲିସ ଏଏସଆଇଙ୍କ ଗୁଳିମାଡରେ ଗୁରୁତର ହୋଇଥିଲେ। ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମନ୍ତ୍ରୀ । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରଲୋକରେ ସାରା ରାଜ୍ୟ ସ୍ତବ୍ଧ ହୋଇଯାଇଥିବା ବେଳେ ତାଙ୍କୁ ଜନ୍ମମାଟି ମାଟି ମଧ୍ୟ ଝୁରୁଛି । ଗତକାଲିଠାରୁ ଲୋକେ ଦୋକାନ ବଜାର ବନ୍ଦ କରିବା ସହ ମନ୍ତ୍ରୀଙ୍କ ଶେଷ ଦର୍ଶନ କରିବା ପାଇଁ ଚାତକ ପରି ଚାହିଁଛନ୍ତି ।

ଝାରସୁଗୁଡା ଜିଲ୍ଲାର ବିଧାୟକ ତଥା ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ପାର୍ଥିବ ଶରୀର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିବା ପରେ ସରବାହାଲ ସ୍ଥିତ ତାଙ୍କ ବାସ ଭବନକୁ ଅଣାଯିବାର କାର୍ଯ୍ୟକ୍ରମ ରହିଛି । ପରେ ପରେ ପାର୍ଥିବ ଶରୀରକୁ ଶୋଭାଯାତ୍ରା କରାଯାଇ ବେହେରାମାଲ ଛକ ଦେଇ ସହର ପରିକ୍ରମା କରାଯାଇ ଖେରୁଆଲରେ ଶେଷକୃତ୍ୟ ସମ୍ପାଦନ କରାଯିବ । ସ୍ବର୍ଗତ ନବକିଶୋର ଦାସଙ୍କ ଶେଷକୃତ୍ୟରେ ବହୁ ନେତା, ମନ୍ତ୍ରୀ ଓ ବରିଷ୍ଠ ନେତାମାନେ ଯୋଗଦେବେ ବୋଲି ସୂଚନା ମିଳିଛି । ନବକିଶୋର ଦାସଙ୍କ ଦେହାନ୍ତକୁ ନେଇ ଆଜି ଝାରସୁଗୁଡ଼ା ସହରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଝାରସୁଗୁଡ଼ା ଡ୍ରାଇଭର ମହାସଂଘ, ଝାରସୁଗୁଡ଼ା ବ୍ୟବସାୟିକ ସଂଗଠନ, ଝାରସୁଗୁଡ଼ା ବସ ମାଲିକ ସଂଘ ସମସ୍ତେ ନିଜ ପକ୍ଷରୁ ବନ୍ଦ କରିଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି, ନବ ଦାସ ଆମର ରହେ ଶବ୍ଦରେ ପ୍ରକମ୍ପିତ ହେଲା ପରିସର

ଏନେଇ ଝାରସୁଗୁଡା ବ୍ୟବସାୟୀ ସଂଘର ସଭାପତି କହିଛନ୍ତି, "ରାତି ପ୍ରାୟ ୮ ଟା ସମୟରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଧନ ଖବର ଶୁଣି ସମଗ୍ର ଝାରସୁଗୁଡାରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ରାତିରୁ ଦେକାନ ବଜାର ବନ୍ଦ ରହିଥିବା ବେଳେ ଆଜି ମଧ୍ୟ ବନ୍ଦ ରହିବ । ଆଜି ସକାଳ ୧୧ ଟା ସମୟରେ ମନ୍ତ୍ରୀଙ୍କ ପାର୍ଥିବ ଶରୀର ପହଞ୍ଚିବ । ସହର ପରିକ୍ରମା କରିବା ପରେ ଖେରୁଆଲରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ସେ ଦେଖିଥିବା ସ୍ବପ୍ନ ସବୁ ଅଧାରେ ରହିଗଲା । ସହରର ଉନ୍ନତି ପାଇଁ ସେ ଅନେକ ଚେଷ୍ଟା କରିଥିଲେ । ଝାରସୁଗୁଡାବାସୀଙ୍କ ପାଇଁ ସେ ଏକ ବରଦାନ ଥିଲେ । ତାଙ୍କ ବିୟୋଗ ପରେ ଆମେ ନିଜକୁ ଅସହାୟ ମନେ କରୁଛୁ ।"

ଅନ୍ୟପଟେ ଡ୍ରାଇଭର ମହାସଂଘ ସଭାପତି କହିଛନ୍ତି, "ମନ୍ତ୍ରୀଙ୍କ ବିୟୋଗ ଏକ ଅପୁରଣୀୟ କ୍ଷତି । ଡ୍ରାଇଭର ସଂଘ ପାଇଁ ଏକ ବଡ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆମେ ମନ୍ତ୍ରୀଙ୍କ ଶେଷ ଦର୍ଶନ କରିବା ପାଇଁ ଅପେକ୍ଷା କରିଛୁ । ନବ ଦାସଙ୍କର ସିନା ବିୟୋଗ ହୋଇଯାଇଛି, ହେଲେ ସେ ଚିରଦିନ ପାଇଁ ଅମର ରହିବେ ବୋଲି କହିଥିଲେ ଡ୍ରାଇଭର ସଂଘର ସମସ୍ତ ସଦସ୍ୟ । ତାଙ୍କଠାରୁ ପାଇଥିବା ସୁବିଧାକୁ ଆମେ କେବେ ମଧ୍ୟ ଭୁଲି ପାରିବୁ ନାହିଁ । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି । ତାଙ୍କୁ ଫାଶୀ ଦିଆଯାଉ ।"

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.