ETV Bharat / state

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଏସପିଙ୍କୁ ଭେଟିଲା ଜିଲ୍ଲା ସାମ୍ବାଦିକ ସଂଘ - ଝାରସୁଗୁଡ଼ା ଏସପିଙ୍କୁ ଭେଟିଲା ଜିଲ୍ଲା ସାମ୍ବାଦିକ ସଂଘ

ବରଗଡ଼ ପାଇକମାଳଠାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା । ସମ୍ପୃକ୍ତ ରାଜନୈତିକ ଦଳର କର୍ମୀଙ୍କୁ ଗୁରଫ ଦାବି । ଅଧିକ ପଢ଼ନ୍ତୁ

ବରଗଡ଼ରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଝାରସୁଗୁଡ଼ା ଏସପିଙ୍କୁ ଭେଟିଲା ଜିଲ୍ଲା ସାମ୍ବାଦିକ ସଂଘ

author img

By

Published : Dec 2, 2022, 10:08 PM IST

ଝାରସୁଗୁଡ଼ା: ବରଗଡ଼ ପାଇକମାଳ ଠାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା । ଝାରସୁଗୁଡା ସାମ୍ବାଦିକ ସଂଘ ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ଝାରସୁଗୁଡା ଏସପିଙ୍କ ଜରିଆରେ ଦାବିପତ୍ର ପ୍ରଦାନ । ଅଭିଯୁକ୍ତଙ୍କୁ ଗିରଫ ସହ ସେହି ସ୍ଥାନରେ ଉପସ୍ଥିତ ଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ।

ସୂଚନା ଅନୁସାରେ ଗତକାଲି (ଗୁରୁବାର) ବରଗଡ଼ ଜିଲ୍ଲା ପାଇକମାଳ ଠାରେ କାର୍ଯ୍ୟରତ ନିର୍ଦ୍ଦିଷ୍ଟ ଏକ ନ୍ୟୁଜ ଚ୍ୟାନେଲର ଜଣେ ସାମ୍ବାଦିକଙ୍କୁ ଥାନାଧିକାରୀଙ୍କ ଉପସ୍ଥିତିରେ ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାକୁ ଝାରସୁଗୁଡା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି । ପୋଲିସ ମହାନିର୍ଦ୍ଦେଶକଙ୍କୁ ଝାରସୁଗୁଡା ଏସପିଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇ ସମ୍ପୃକ୍ତ ରାଜନୈତିକ ଦଳର କର୍ମୀଙ୍କୁ ଗିରଫ କରିବାକୁ ଦାବି କରାଯାଇଛି । ଏହା ସହିତ ସେହି ସ୍ଥାନରେ ଉପସ୍ଥିତ ଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଝାରସୁଗୁଡା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.