ETV Bharat / state

ଝାରସୁଗୁଡ଼ା ହକି ସଂଘର ସ୍ମରଣିକା ଉନ୍ମୋଚିତ, ମ୍ୟାଚ୍ ଆୟୋଜନ ପାଇଁ ପ୍ରସ୍ତୁତ ହେବ ଖସଡ଼ା - ଝାରସୁଗୁଡ଼ା ହକି ସଂଘର ସ୍ମରଣିକା ଉନ୍ମୋଚିତ

ଝାରସୁଗୁଡ଼ା ଜିଲ୍ଲା ହକି ସଂଘର ସ୍ମରଣିକା ଆଜି ଜିଲ୍ଲାପାଳ ତଥା ହକି ସଂଘର ସଭାପତି ସରୋଜ କୁମାର ସାମଲ ଉନ୍ମୋଚନ କରିଛନ୍ତି । ଅଧିକ ପଢ଼ନ୍ତୁ

f
ଝାରସୁଗୁଡ଼ା ହକି ସଂଘର ସ୍ମରଣିକା ଉନ୍ମୋଚିତ, ମ୍ୟାଚ୍ ଆୟୋଜନ ପାଇଁ ପ୍ରସ୍ତୁତ ହେବ ଖସଡ଼ା
author img

By

Published : Jun 22, 2022, 10:36 PM IST

ଝାରସୁଗୁଡ଼ା: ଜିଲ୍ଲା ହକି ସଂଘର ସ୍ମରଣିକା ଆଜି ଝାରସୁଗୁଡ଼ା ଜିଲ୍ଲାପାଳ ତଥା ହକି ସଂଘର ସଭାପତି ସରୋଜ କୁମାର ସାମଲ ଉନ୍ମୋଚନ କରିଛନ୍ତି । ଜିଲ୍ଲା ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷରେ ଏହାକୁ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ମରଣିକା ଉନ୍ମୋଚନ କରିବା ସହ ଝାରସୁଗୁଡ଼ାରେ ହକିକୁ ଆଦୃତ କରିବା ପାଇଁ ସହଯୋଗ କାମନା କରିଥିଲେ ।

ଝାରସୁଗୁଡ଼ା ହକି ସଂଘର ସ୍ମରଣିକା ଉନ୍ମୋଚିତ, ମ୍ୟାଚ୍ ଆୟୋଜନ ପାଇଁ ପ୍ରସ୍ତୁତ ହେବ ଖସଡ଼ା
ଝାରସୁଗୁଡ଼ା ହକି ସଂଘର ସ୍ମରଣିକା ଉନ୍ମୋଚିତ, ମ୍ୟାଚ୍ ଆୟୋଜନ ପାଇଁ ପ୍ରସ୍ତୁତ ହେବ ଖସଡ଼ା

ଜିଲ୍ଲାରେ ହକିକୁ ଲୋକପ୍ରିୟ କରାଇବା ଓ ବ୍ୟାପକ କରିବା ପାଇଁ ମୋ 'ସ୍କୁଲ ହକି କ୍ଲବ ଅଭିଯାନ'କୁ ଆଗକୁ ଆଗେଇ ନେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ । ପ୍ରତିବର୍ଷ ଜାତୀୟ ସ୍କୁଲ ସ୍ତରୀୟ ହକି ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ପ୍ରସ୍ତୁତି ଜିଲ୍ଲାର ହକି କ୍ରୀଡ଼ାବିତ ପ୍ରସ୍ତୁତି କରିବେ । ଜିଲ୍ଲାରେ ଜୁନିଅର ଓ ସବ୍‌ଜୁନିଅର ସ୍ତରୀୟ ହକି ମ୍ୟାଚ୍ ଆୟୋଜନ ପାଇଁ ଖସଡ଼ା ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ହକି ସଂଘର କାର୍ଯ୍ୟକାରିଣୀ କମିଟିର ସଦସ୍ୟ ତଥା ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅଧ୍ୟକ୍ଷ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହକି ସଂଘ ଉପ ସଭାପତି ଜୀବନ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ DSP ବନଶ୍ରୀ ରାଉତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.