ETV Bharat / state

ପ୍ରାପ୍ୟ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମୀ

author img

By

Published : Oct 5, 2020, 5:59 PM IST

ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଠିକା ସଂସ୍ଥା ଦ୍ବାରା ନିୟୋଜିତ ସଫେଇ କର୍ମଚାରୀଙ୍କୁ ମିଳୁନି ସେମାନଙ୍କ ପ୍ରାପ୍ୟ । ଯାହାକୁ ବିରୋଧ କରି ଆଜି ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ କରି ଚିକିତ୍ସାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ଅଧିକ ପଢନ୍ତୁ...

ପ୍ରାପ୍ୟ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମୀ
ପ୍ରାପ୍ୟ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମୀ

ଝାରସୁଗୁଡା: ସାରା ବିଶ୍ବରେ ନିଆଁ ଭଳି ବ୍ୟାପୁଛି ମହାମାରୀ କୋରୋନା । ଏଭଳି ସ୍ଥିତିରେ ଏହି ଅଦୃଶ୍ୟ ଶକ୍ତି ବିରୋଧରେ ଲଢେଇ ଜାରି ରଖିଛନ୍ତି ସ୍ବାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ ଓ ପୋଲିସ କର୍ମଚାରୀ । ଆଉ କେନ୍ଦ୍ରଠୁ ଆରମ୍ଭ କରି ରାଜ୍ୟ ସରକାର, ବିଭିନ୍ନ ଅନୁଷ୍ଠାନ ଏମାନଙ୍କୁ କୋଭିଡ ଯୋଦ୍ଧାର ଆଖ୍ୟା ଦେଇଛି । ଏପରିକି ସେମାନଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଉଛି । କିନ୍ତୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଠିକା ସଂସ୍ଥା ଦ୍ବାରା ନିୟୋଜିତ ସଫେଇ କର୍ମଚାରୀଙ୍କୁ ମିଳୁନି ସେମାନଙ୍କ ପ୍ରାପ୍ୟ । ଯାହାକୁ ବିରୋଧ କରି ଆଜି ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ କରି ଚିକିତ୍ସାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ ।

ତେବେ ଠିକା ସଂସ୍ଥା ଦ୍ୱାରା ନିୟୋଜିତ ଏହି ସଫେଇ କର୍ମଚାରୀମାନେ ନିଜର ଦରମା ଠିକ ସମୟରେ ପାଉନଥିବା, କୋଭିଡ଼ ସମୟରେ ମଧ୍ୟ କୋଭିଡ ଦରମା ପାଇନଥିବା ଏବଂ ଏପର୍ଯ୍ୟନ୍ତ ନିଯୁକ୍ତିପତ୍ର ପାଇନଥିବା ଆଦି ଅଭିଯୋଗ ଆଣି ଧାରଣାରେ ବସିଥିଲେ । ଦୀର୍ଘ 3 ଘଣ୍ଟା ଧରି ଚିକିତ୍ସାଳୟ ଫାଟକ ସମ୍ମୁଖରେ ଧାରଣା ଦେବା ପରେ ଆନ୍ଦୋଳନକାରୀଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ, ପୋଲିସ ଓ ସମ୍ପୃକ୍ତ ଠିକା ସଂସ୍ଥାର ପ୍ରତିନିଧି ଭେଟିଥିଲେ । ଏହାସହ ଆନ୍ଦୋଳନକାରୀଙ୍କ ଦାବି ପତ୍ର ଅନୁସାରେ ଆଲୋଚନା କରି ଦାବି ଗୁଡିକ ମାନି ନେଇ ଏଦିଗ ପ୍ରତି ପଦକ୍ଷେପ ନେବେ ବୋଲି ସମ୍ପୃକ୍ତ ଠିକା ସଂସ୍ଥାର ପ୍ରତିନିଧି ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ଧାରଣା ପ୍ରତ୍ୟାହାର ହୋଇଥିଲା ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.