ETV Bharat / state

Lalit Sahoo Death: ତଦନ୍ତ ଉପରେ କଂଗ୍ରେସର ସନ୍ଦେହ, କହିଲା ଭେସେରା ରିପୋର୍ଟ ଦେଖାଅ - ଲଳିତ ସାହୁ ମୃତ୍ୟୁ ମାମଲା

ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ଘଟଣା । ତଦନ୍ତ ଉପରେ ସନ୍ଦେହ ପ୍ରକଟ କଲା ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ

Lalit Sahoo Death: ତଦନ୍ତ ଉପରେ କଂଗ୍ରେସର ସନ୍ଦେହ, କହିଲା ଭେସେରା ରିପୋର୍ଟ ଦେଖାଅ

author img

By

Published : Apr 29, 2022, 11:20 AM IST

ଝାରସୁଗୁଡା: ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା । ଏହି ମୃତ୍ୟୁ ଘଟଣାକୁ ନେଇ ପ୍ରଥମ କରି ମୁହଁ ଖୋଲିଲା ଜିଲ୍ଲା କଂଗ୍ରେସ । ପୂର୍ବରୁ ବିଜେପି ଏହାକୁ ହତ୍ୟା ବୋଲି କହି ସିବିଆଇ ତଦନ୍ତ ଦାବି କରିଥିଲା । ଗୁରୁବାର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କଂଗ୍ରେସ ମାମଲାରେ ପୋଲିସ ପ୍ରଶାସନର ତଦନ୍ତକୁ ନେଇ ସନ୍ଦେହ ପ୍ରକଟ କରିଛି । ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ଥିବା କହିବା ସହ ଯେଉଁ ଅଧିକାରୀମାନଙ୍କୁ ମୃତଦେହ ବ୍ୟବଚ୍ଛେଦ କରାଯାଇଛି ସେମାନଙ୍କୁ ସିଧାସଳଖ ପ୍ରଶ୍ନ କରିଛି ଦଳ ।

Lalit Sahoo Death: ତଦନ୍ତ ଉପରେ କଂଗ୍ରେସର ସନ୍ଦେହ, କହିଲା ଭେସେରା ରିପୋର୍ଟ ଦେଖାଅ

ଯଦି ଏହା ଏକ ଆତ୍ମହତ୍ୟା ତାହାହେଲେ ସଠିକ୍ ରିପୋର୍ଟ ସହ ଭେସେରା ରିପୋର୍ଟ ମଧ୍ୟ ଦେଖାଅ ବୋଲି କଂଗ୍ରେସ ଦାବି କରିଛି । ଲଳିତର ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କାର କାରବାର କିଏ କରିଛି ସେ ଦିଗରେ ତଦନ୍ତ କରାଯାଉ । ଆଇପିଏଲ ବେଟିଂରେ ଲକ୍ଷାଧିକ ଟଙ୍କା ହରାଇଥିବା ଯୋଗୁଁ ଲଳିତର ମୃତ୍ୟୁ ଘଟିଥିବା କଥା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଦଳ କହିବା ସହ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି । ଏପରିକି ଦରକାର ହେଲେ ଆଗାମୀ ଦିନରେ ଝାରସୁଗୁଡା ବନ୍ଦ ଡାକାର ଦେବା ବୋଲି ଚେତାବନୀ ଦେଇଛି ।

ସୂଚନା ଥାଉ କି, ଗତ ୧୭ ତାରିଖରେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଝାରସୁଗୁଡା ସ୍ଥିତ ବାସଭଭନରେ ରୋଷେୟା ଲଳିତଙ୍କ ମୃତ୍ୟୁ ଘଟିଥିଲା । ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଥିଲା । ତାଙ୍କର ଅନ୍ତିମ ସଂସ୍କାର ରାତି ଅଧିଆ କରାଯାଇଥିବାରୁ ବିଜେପି ଏହାକୁ ହତ୍ୟା ବୋଲି କହିଥିଲା ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.