ETV Bharat / state

Jharsuguda By poll: ବୁଥରେ ମୌଳିକ ସୁବିଧା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ - Jharsuguda By poll 2023

ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଆଗାମୀ ଉପନିର୍ବାଚନ ପାଇଁ ବୁଥ୍ ମାନଙ୍କରେ ପାନୀୟ ଜଳ,ବିଦ୍ୟୁତ୍ ଓ ଶୌଚାଳୟ ଆଦି ସୁବିଧା ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

basic facilities in booths
basic facilities in booths
author img

By

Published : Apr 15, 2023, 9:45 AM IST

basic facilities in booths

ଝାରସୁଗୁଡା: ପାଖଉଛି ଉପନିର୍ବାଚନ ତାରିଖ । ସୁରୁଖୁରୁରେ ନିର୍ବାଚନ ପ୍ରକ୍ରିୟା କରିବାକୁ ପ୍ରସ୍ତୁତି ଚଳାଇଛି ଜିଲ୍ଲା ପ୍ରଶାସନ । ଏହାରି ମଧ୍ୟରେ ବୁଥ ଗୁଡିକରେ ସମସ୍ତ ବ୍ୟବସ୍ଥା କରିବାକୁ ଧ୍ୟାନ ଦେଉଛି ଜିଲ୍ଲା ପ୍ରଶାସନ । ତେବେ ବୁଥ୍ ମାନଙ୍କରେ ପାନୀୟ ଜଳ,ବିଦ୍ୟୁତ୍ ଓ ଶୌଚାଳୟ ଆଦି ସୁବିଧା ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଅବୋଲି ସୁନିଲ ନରୱାଣେ । ଏଥି ସହିତ ଏହି ସବୁ ବ୍ୟବସ୍ଥା ଯେପରି କାର୍ଯ୍ୟକ୍ଷମ ରହିବ ତା'ର ତଦାରଖ ପାଇଁ ନିର୍ବାଚନୀ ସଂକ୍ରାନ୍ତୀୟ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ବୈଠକରେ ମଡେଲ ବୁଥ୍ ସମ୍ପର୍କରେ ଆଲୋଚନା କରାଯାଇ ଝାରସୁଗୁଡ଼ା ବ୍ଲକ ଓ ପୌର ପରିଷଦ ଅଞ୍ଚଳରେ ୧୦ଟି ଏବଂ କୋଲାବିରା, ଲଇକେରା ଓ କିର୍ମିରା ବ୍ଲକରେ ମଧ୍ୟ ୧୦ଟି ଲେଖାଏଁ ମଡେଲ ବୁଥ୍ କରାଯିବାକୁ କହିଛନ୍ତି ଜିଲ୍ଲାପାଳ । ଏଥିସହ ଝାରସୁଗୁଡ଼ା ପୌର ପରିଷଦ ଅଞ୍ଚଳରେ ୨୦ଟି ଓ କୋଲାବିରା, ଲଇକେରା ଓ କିର୍ମିରା ବ୍ଲକରେ ୨ଟି ଲେଖାଏଁ ପିଙ୍କ ବୁଥର ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ବୁଥ୍ ଫେରନ୍ତାଙ୍କ ପାଇଁ ସେଲ୍ଫି ପଏଣ୍ଟର ବ୍ୟବସ୍ଥା ଓ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ବସିବା ବ୍ୟବସ୍ଥା କରାଯିବ । ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀ, ଅତିରିକ୍ତ ଜିଲ୍ଲାପାଳ ପ୍ରବୀର, ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ଗୃହ ଓ ରାସ୍ତା ଅଧିକ୍ଷଣ ଯନ୍ତ୍ରୀ ସମେତ ଜିଲ୍ଲାର ସମସ୍ତ ବିଡିଓ, ଉପ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାରେ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ନିର୍ବାଚନ ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଏହା ସହିତ ଇଭିଏମ୍ ମେସିନକୁ ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ମେସିନର ସଠିକ ଭାବରେ ଯାଞ୍ଚ ହେବା ସହିତ ତାକୁ ନିରିକ୍ଷଣ ମଧ୍ୟ କରାଯିବ ।

ଏହା ମଧ୍ୟ ପଢନ୍ତୁ-ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରସଙ୍ଗ: ‘ମୁଖ୍ୟମନ୍ତ୍ରୀ ଜବାବ ରଖିବା ଦରକାର, କ୍ଷମା ମାଗନ୍ତୁ ବିଜୟ ପଟ୍ଟନାୟକ’

ଏହା ମଧ୍ୟ ପଢନ୍ତୁ-Karantaka Poll: ସାମ୍ନାକୁ ଆସିଲା ବିଜେପି ଫାଟ, ଟିକେଟ ନପାଇ କଂଗ୍ରେସରେ ମିଶିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ସୂଚନା ଥାଉକି ଆଜି(ଶନିବାର) କଂଗ୍ରେସ ଓ ୧୭ ତାରିଖରେ ବିଜେପି ଏବଂ ୧୮ ତାରିଖରେ ବିଜେଡି ପ୍ରାର୍ଥୀ ମାନେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିବେ । ମେ’ 10 ରେ ଭୋଟ ସହ 13 ମେ’ ରେ ପ୍ରକାଶ ପାଇବ ଫଳାଫଳ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.