ETV Bharat / state

Jharsuguda By Poll: ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ - ନାମାଙ୍କନ ଦାଖଲ କଲେ ତରୁଣ ପାଣ୍ଡେ

ଆଜି ପୂର୍ବାହ୍ନ 11 ଟାରେ ଝାରସୁଗୁଡା ସହରର ମନମୋହନ ସ୍କୁଲ ପଡ଼ିଆରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଶୋଭାଯାତ୍ରା ବେଳେ ବରିଷ୍ଠ ନେତାଙ୍କ ସହ ଶହଶହ ଦଳୀୟ କର୍ମୀ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ

Jharsuguda By Poll: ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ

author img

By

Published : Apr 15, 2023, 6:30 PM IST

Updated : Apr 15, 2023, 7:58 PM IST

ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ । ଦଳର ରାଜ୍ୟସ୍ତରୀୟ ଶୀର୍ଷନେତାଙ୍କ ଗହଣରେ ଆସି ତରୁଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଆଜି ପୂର୍ବାହ୍ନ 11 ଟାରେ ଝାରସୁଗୁଡା ସହରର ମନମୋହନ ସ୍କୁଲ ପଡ଼ିଆରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଶୋଭାଯାତ୍ରା ବେଳେ ବରିଷ୍ଠ ନେତାଙ୍କ ସହ ଶହ ଶହ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

ଏହି ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି, ବିଧାୟକ ସୁର ରାଉତରାୟଙ୍କ ସମେତ ବରିଷ୍ଠ ନେତା ବିଜୟ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ । ଏନେଇ ପ୍ରାର୍ଥୀ ତରୁଣ କହିଛନ୍ତି ଉପନିର୍ବାଚନରେ ସ୍ଥାନୀୟ ନିଯୁକ୍ତି, ପ୍ରଦୂଷଣ, ପାନୀୟଜଳ ସମସ୍ୟା, ଦୁର୍ନୀତି ଭଳି ସମସ୍ୟାକୁ ମୁଦ୍ଦା କରି ନିର୍ବାଚନ ଲଢିବେ । ଗତ 23 ବର୍ଷରେ ଝାରସୁଗୁଡାର କୌଣସି ବିକାଶ ହୋଇନାହିଁ । ଯାହା ବିକାଶ ହୋଇଥିଲା କଂଗ୍ରେସ ସମୟରେ ବୋଲି କହିଛନ୍ତି । ଏତତ ବ୍ୟତୀତ ବାପା ବିରେନ୍ଦ୍ର ପାଣ୍ଡେ କରିଥିବା ବିକାଶ ଓ ବର୍ତ୍ତମାନର ବିଭିନ୍ନ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବେ । ଲୋକଙ୍କ ବୁଝାଇବେ, ସମର୍ଥନ ଲୋଡିବେ ବୋଲି କହିଛନ୍ତି । ସେହିପରି ଝାରସୁଗୁଡ଼ାରେ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଗଣତନ୍ତ୍ରର ହତ୍ୟା କରୁଥିବା ଅଭିଯୋଗ କରିଛନ୍ତି ତାରା । ଝାରସୁଗୁଡ଼ା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଏହି ନାମାଙ୍କନ ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ।

ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ପ୍ରଥମ ଦଳ ଭାବେ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତା 18 ତାରିଖରେ ବିଜେଡି ପ୍ରାର୍ଥୀ ଦିପାଳୀ ଦାସ ନାମାଙ୍କନ ଦାଖଲ କରିବେ । ଏଥିପାଇଁ ଆଜି ଦିପାଳୀ ନବୀନ ନିବାସ ଆସି ଟିକେଟ ନେଇଛନ୍ତି । ତେବେ ବିଜେପି ପ୍ରାର୍ଥୀ କେବେ ନାମାଙ୍କନ ଦାଖଲ କରିବେ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ଯଯେ ଆସନ୍ତା ମେ ’ 10 ରେ ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ମେ ’ 13 ରେ ଫଳାଫଳ ପ୍ରକାଶ ପାଇବ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଏହି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି ।

ଇଟିଭି ଭାରତ, ଝାରସୁଗୁଡା

Last Updated : Apr 15, 2023, 7:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.