ETV Bharat / state

Jharsuguda ByPoll Result: ବାଜି ମାରି ନେବ କି BJD ? 16 ରାଉଣ୍ଡ ସୁଦ୍ଧା ଦୀପାଳି ୪୨,୩୯୫ ଭୋଟରେ ଆଗୁଆ

author img

By

Published : May 13, 2023, 11:48 AM IST

ଝାରସୁଗୁଡା ଗଡ ଦଖଲ କରି ନେବ କି ବିଜେଡି । ଆଉ ମାତ୍ର କିଛି ସମୟର ଅପେକ୍ଷା କାହାକୁ ନେତା ବାଛିଛନ୍ତି ଜନତା ତାହା ସ୍ପଷ୍ଟ ହୋଇଯିବ । ଅଧିକ ପଢନ୍ତୁ

bjd lead in Jharsuguda Byelection
ବାଜି ମାରି ନେବ କି ବିଜେଡି

ଝାରସୁଗୁଡା: ଝାରସୁଗୁଡାରେ ବାଜିବ କି ଶଙ୍ଖ ? ମଉଳି ଯିବ କି ପଦ୍ମ ନା ବଳ ଗୋଟାଇବାରେ ବିଫଳ ହେବ ହାତ । ଝାରସୁଗୁଡା ଉପନିର୍ବାଚନ ପାଇଁ ହୋଇଥିବା ଭୋଟ ଗଣତି ରିପୋର୍ଟ କିଛି ଏମିତି ସଙ୍କେତ ଦେଉଛି । ମତଦାନ ଗଣତି ଆରମ୍ଭରୁ ଝାରସୁଗୁ଼ଡାରେ ବିଜେଡି ଆଗୁଆ ରହିଛି । ବିଜେପି ପ୍ରାର୍ଥୀ ଦୀପାଳି ଦାସ ବାଜି ମାରି ନେବା ନେଇ ସଙ୍କେତ ମିଳୁଛି । 16 ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗୁଆ ରହିଛନ୍ତି । ସେ 76,939 ଖଣ୍ଡ ଭୋଟ ପାଇଛନ୍ତି । ଦୀପାଳି ଦାସ 34,250 ଖଣ୍ଡ ଭୋଟରେ ଆଗରେ ରହିଛନ୍ତି । ତେବେ ୧୬ ରାଉଣ୍ଡ ସୁଦ୍ଧା ଦୀପାଳି ୪୨, ୩୯୫ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି । ଦୀପାଳି ବର୍ତ୍ତମାନ ୯୪, ୩୨୬ ଖଣ୍ଡ ଭୋଟ, ଟଙ୍କଧର ତ୍ରିପାଠୀ 5୧, ୯୩୧ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ୪,୧୩୩ ଖଣ୍ଡ ଭୋଟ ପାଇଛନ୍ତି ।

ମେ 10 ତାରିଖରେ ଝାରସୁଗୁଡା ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଜି ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରଥମ ବାଲାଟ ପେପର ଓ ପରେ ଇଭିଏମ ଭୋଟ ଗଣା ଆରମ୍ଭ ହୋଇଥିଲା । ମୋଟ 19ଟି ରାଉଣ୍ଡରେ ଭୋଟ ଗଣତି ହେବ । ଏବେ ସୁଦ୍ଧା ମୋଟ 13ଟି ରାଉଣ୍ଡରେ ଭୋଟ ଗଣତି ଶେଷ ହୋଇଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଲିଡ କରୁଛନ୍ତି । ସେ 76,939 ଖଣ୍ଡ ଭୋଟ ପାଇ 34,250 ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ବିଜେପି ପଛରେ ପଡି ଯାଇଛି । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମୋଟ 42,689 ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ଉପରକୁ ଉଠିବା ଏକ ପ୍ରକାର କଷ୍ଟକର ହୋଇଛି । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ 3, 634 ଖଣ୍ଡ ଭୋଟ ପାଇଛନ୍ତି । 16 ରାଉଣ୍ଡ ଗଣତି ରିପୋର୍ଟ ସୁଦ୍ଧା ବିଜେଡି ଦଖଲରେ ଝାରସୁଗୁଡା ରହିବ ବୋଲି ଅନୁମାନ କରାଯାଉଛି । ତେବେ ଆଉ ବାକି 3 ରାଉଣ୍ଡରେ ସୁଦ୍ଧା କିଛି ଚମତ୍କାର ହେଉଛି ନା ବିଜେଡିର ଏହି ଆଗୁଆ ଧାରା ବଜାୟ ରହୁଛି ତାହା ଦେଖିବାକୁ ବାକି ରହିଲା ।

ଏହା ବି ପଢନ୍ତୁ...Karnataka Election Results: ବଜରଙ୍ଗବଲୀ ଶରଣରେ ପ୍ରିୟଙ୍କା, ଜୋଶରେ କଂଗ୍ରେସ

ଏହା ବି ପଢନ୍ତୁ...Jharsuguda Byelection Result: ଝାରସୁଗୁଡା ରେସ୍‌, ଆଗୁଆ ଦୀପାଳି

ପ୍ରକାଶଥାଉ କି, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡା ଆସନ ଖାଲି ପଡିଥିଲା । ମେ 10 ତାରିଖରେ ଝାରସୁଗୁଡା ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମୋଟ 253ଟି ବୁଥରେ ମୋଟ 75.60 ପ୍ରତିଶତ ଭୋଟ ଗ୍ରହଣ ହୋଇଥିଲା । ଆଜି ଫଳାଫଳ ପ୍ରକାଶ ପାଇବ । 9 ପ୍ରାର୍ଥୀ ଥିଲେ ବି ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହୋଇଥିବା ତ୍ରିମୁଖୀ ଲଢେଇରେ କିଏ ଝାରସୁଗୁଡା ଦଖଲ କରିବ ତାହାକୁ ନେଇ ଚର୍ଚ୍ଚା । ଝାରସୁଗୁ଼ଡା ବାସୀ ବ୍ୟକ୍ତିତ୍ବ ନା ପ୍ରସଙ୍ଗକୁ ଭିତ୍ତି କରି ମତଦାନ ସାବ୍ୟସ୍ତ କରିଛନ୍ତି ତାହା ସ୍ପଷ୍ଟ ହୋଇଯିବ । ବିଜେଡି ବିଜୟୀ ହେବା ସମ୍ଭାବନା ଅଧିକ ରହିଛି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.