ETV Bharat / state

Jharsuguda Bypoll: ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ, ମୈଦାନକୁ ଓହ୍ଲାଇଲେ ଦୀପାଳି

author img

By

Published : Apr 27, 2023, 8:38 AM IST

Updated : Apr 27, 2023, 1:26 PM IST

ଝାରସୁଗୁଡା ଉପନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ଘର ଘର ବୁଲି ଭୋଟ ଭିକ୍ଷା କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଅଧିକ ପଢନ୍ତୁ

ଝାରସୁଗୁଡା ଉପନିର୍ବାଚନ ପ୍ରଚାର ଜୋରଦାର
ଝାରସୁଗୁଡା ଉପନିର୍ବାଚନ ପ୍ରଚାର ଜୋରଦାର

Jharsuguda Bypoll campaign

ଝାରସୁଗୁଡା: ଉପନିର୍ବାଚନକୁ ନେଇ ସରଗରମ ରହିଛି ଝାରସୁଗୁଡା ରାଜନୀତି । ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ତିନି ପ୍ରମୁଖ ଦଳ । ଭୋଟରଙ୍କ ମନ ଜିଣିବାକୁ ଲାଗି ପଡିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ଏଥିପାଇଁ କେଉଁଠି ସଭା ସମିତି ତ ଆଉ କେଉଁଠି ହେଉଛି କର୍ମୀ ସମ୍ମିଳନୀ । ସେହିପରି ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାରଠୁ ବିଧିବଦ୍ଧ ଭାବେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡ଼ି ପ୍ରାର୍ଥୀ ଦୀପାଳି ଦାସ । ଦୀପାଳି ଲଇକେରା ବ୍ଲକର ନିକ୍ତିମାଲ, ରଙ୍ଗେଆଟିକ୍ରା, ଠାକୁରପଡ଼ା ଆଦି ବିଭିନ୍ନ ଗ୍ରାମାଞ୍ଚଳକୁ ଯାଇ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରିଛନ୍ତି । ଦୀପାଳିଙ୍କ ସହ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ବରିଷ୍ଠ ବିଜେଡି ନେତା ମଧ୍ୟ ପ୍ରଚାର କରିଛନ୍ତି ।

ଦୀପାଳି ଦାସଙ୍କ ସମେତ ସମସ୍ତ ନେତୃମଣ୍ଡଳୀ ଘର ବୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶରେ ବାର୍ତ୍ତା ଦେବା ସହ ସ୍ବର୍ଗତ ନବ ଦାସ ଦେଖିଥିବା ଝାରସୁଗୁଡାର ବିକାଶ ସ୍ବପ୍ନ ସ୍ବପ୍ନକୁ ଆଗେଇ ନେବାକୁ କହି ଭୋଟ ଭିକ୍ଷା କରିଛନ୍ତି । ଦୀପାଳି ଗତକାଲି ଠାରୁ ପ୍ରଚାର ଜୋରଦାର କରିଥିବାବେଳେ ଗାଁ ଗାଁରେ ଲୋକେ ତାଙ୍କୁ ସ୍ଵାଗତ କରିଛନ୍ତି । ଝାରସୁଗୁଡା ଉପନିର୍ବାଚନରେ ବିଜେଡିକୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଦୀପାଳି ଲୋକଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ବାପା ନବ ଦାସଙ୍କ ଅବର୍ତ୍ତମାନରେ ରହି ଯାଇଥିବା ସମସ୍ତ ବିକାଶ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ପୂରଣ କରିବେ ଏବଂ ଲୋକଙ୍କ ସୁଖ ଦୁଃଖରେ ସବୁବେଳେ ଛିଡା ହୋଇ ରହିବେ ।

ଏହାମଧ୍ୟ ପଢନ୍ତୁ: Jharsuguda By Poll: କାହାର ପଲ୍ଲା ଭାରି ? କଣ କହୁଛି ଅତୀତର ଟ୍ରେଣ୍ଡ

ଅନ୍ୟପଟେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଝାରସୁଗୁଡ଼ା ପୌରାଞ୍ଚଳର ୱାର୍ଡ ନଂ ୧୧ରେ ନିଜ ଦଳୀୟ କର୍ମୀଙ୍କ ସହ ଘର ଘର ବୁଲି ପ୍ରଚାର କରିଥିବା ଦେଖିବାକୁ ମିଳିଛି । ବିଜେପି ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ଲୋକଙ୍କ ପାଖକୁ ଯାଇ ଭୋଟ ମାଗିଛନ୍ତି । ପୌରାଞ୍ଚଳରେ ଥିବା ସମସ୍ୟାକୁ ମୁଦ୍ଦା କରିଛନ୍ତି ଟଙ୍କଧର ତ୍ରିପାଠୀ ଏବଂ ଏହି ଉପନିର୍ବାଚନରେ ନ୍ୟାୟ ଆଉ ଅନ୍ୟାୟର ଲଢେଇରେ ସାଧାରଣ ଜନତାଙ୍କ ବିଜୟ ହେବ ବୋଲି ସେ କହିଛନ୍ତି । କହିରଖୁଛୁ କି, ନବ ଦାସଙ୍କ ହତ୍ୟା ପରେ ଖାଲି ପଡିଥିବା ଝାରସୁଗୁଡା ବିଧାନସଭା ଆସନ ପାଇଁ ଆସନ୍ତା ମେ' ୧୦ ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି ।

ଇଟିଭି ଭାରତ, ଝାରସୁଗୁଡା

Last Updated : Apr 27, 2023, 1:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.