ETV Bharat / state

BrajarajNagar By poll: ବିଜେଡିର କର୍ମୀ ସମ୍ମିଳନୀ

author img

By

Published : May 16, 2022, 8:10 PM IST

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଝାରସୁଗୁଡ଼ା ସହରର ଏକ ଘରୋଇ ହୋଟେଲରେ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ । ବିଜେଡିର ପ୍ରାର୍ଥିନୀ ଅଳକା ମହାନ୍ତିଙ୍କୁ ଜିତାଇବା ନେଇ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

Brajaraj Nagar By poll: ବିଜେଡିର କର୍ମୀ ସମ୍ମିଳନୀ

ଝାରସୁଗୁଡା: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ଜୋରଦାର । ଆଜି (ସୋମବାର) ଝାରସୁଗୁଡ଼ା ସହରର ଏକ ଘରୋଇ ହୋଟେଲରେ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବିଜେଡିର ପ୍ରାର୍ଥିନୀ ଅଳକା ମହାନ୍ତିଙ୍କୁ ଜିତାଇବା ନେଇ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ଝାରସୁଗୁଡ଼ା ବ୍ଳକର ୫ଟି ପଞ୍ଚାୟତର ବିଜେଡି କର୍ମୀ ଯୋଗ ଦେଇଥିଲେ ।

ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ମନ୍ତ୍ରୀ ଭାବରେ ଦାୟିତ୍ବ ଦେଇଥିବା ବେଳେ ନିର୍ବାଚନରେ ନିଜର ପ୍ରାର୍ଥୀଙ୍କୁ କେମିତି ଜିତାଇବେ ସେନେଇ ପ୍ରକାଶ କରିଥିଲେ ସ୍ବସ୍ଥ୍ୟମନ୍ତ୍ରୀ । ସେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀସ୍ତରୀୟ ସମସ୍ତ ବିକାଶ କାର୍ଯ୍ୟ ଦେଖିବେ ଏବଂ ଉପନିର୍ବାଚନରେ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଜିତାଇବାକୁ କର୍ମୀମାନଙ୍କୁ ନିବେଦନ କରିଥିଲେ । ଏହି ବୈଠକରେ ବିଜେଡ଼ି ପର୍ଯ୍ୟବେକ୍ଷକ ସୁବାସ ସିଂ ଓ ସହପର୍ଯ୍ୟବେକ୍ଷକ ବିଷ୍ଣୁ କେଡ଼ିଆ ଉପସ୍ଥିତ ଥିଲେ ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.