ETV Bharat / state

ଝାରସୁଗୁଡା ବିମାନବନ୍ଦର ପରିସରରେ ନିଆଁ, 5ଟି ଦମକଳ କଲା ଆୟତ୍ତ

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ପାଚେରୀ ପାଖରେ ନିଆଁ । ବିମାନବନ୍ଦର ପାଚେରୀକୁ ଲାଗି ରହିଥିବା ଗାଁଲୋକେ ପଡିଆରେ ଥିବା ଶୁଖିଲା ବୁଦାରେ ନିଆଁ ଲଗାଇବା କାରଣରୁ ଏଭଳି ପରିସ୍ଥିତି ଉପୁଜିଥିଲା ।

ଝାରସୁଗୁଡା ବିମାନବନ୍ଦର ପରିସର ନିଆଁ
ଝାରସୁଗୁଡା ବିମାନବନ୍ଦର ପରିସର ନିଆଁ
author img

By

Published : Feb 3, 2021, 6:29 PM IST

ଝାରସୁଗୁଡା: ବିମାନବନ୍ଦର ପରିସର ପାଚେରୀ ପାଖରେ ନିଆଁ । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ପାଚେରୀ ପାଖରେ ନିଆଁ ଲାଗିଥିବା ସୂଚନା । ପାଚେରୀକୁ ଲାଗି ରହିଥିବା ଗାଁଲୋକେ ପଡିଆରେ ଥିବା ଶୁଖିଲା ବୁଦାରେ ନିଆଁ ଲଗାଇବା କାରଣରୁ ଏଭଳି ପରିସ୍ଥିତି ଉପୁଜିଥିଲା । ଏହି ନିଆଁ ଲାଗିବା ଯୋଗୁଁ ଘଣ୍ଟାଏ ପର୍ଯ୍ୟନ୍ତ ବିମାନବନ୍ଦର ପରିସର ଧୂଆଁମୟ ହୋଇଥିଲା ।

ବିମାନବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି
ବିମାନବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି
ଝାରସୁଗୁଡା ବିମାନବନ୍ଦର ପରିସର ନିଆଁ

ପ୍ରବଳ ଧୂଆଁ ଯୋଗୁଁ ବିମାନ ଅବତରଣ ଓ ଉଡାଣ ଭରିବାରେ ସମସ୍ୟା ସୃଷ୍ଟି ଆଶଙ୍କାରେ ତୁରନ୍ତ ବିମାନବନ୍ଦର କର୍ତ୍ତୃପକ୍ଷ ନିଜ ଅଧୀନରେ ଥିବା 5ଟି ଦମକଳ ନିୟୋଜିତ କରି ନିଆଁକୁ ଆୟତ୍ତ କରିଥିଲେ ।

ନିଆଁ ଆୟତ କରିବାକୁ ପ୍ରାୟ ଘଣ୍ଟାଏଁରୁ ଊର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ କସରତ କରିବାକୁ ପଡ଼ିଥିଲା। ଧୂଆଁ ନିୟନ୍ତ୍ରଣ ହେବାରୁ ସୁରୁଖୁରୁରେ ବିମାନ ଚଳାଚଳ ଚାଲିଛି ବୋଲି କହିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି । ଏଥିସହ ନିକଟସ୍ଥ ଗ୍ରାମବାସୀ କୌଣସି ପଡ଼ିଆରେ ନିଆଁ ନ ଲଗାଇବାକୁ ଅନୁରୋଧ କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.