ETV Bharat / state

ପିଙ୍କ୍‌ ବୁଥକୁ ଗଲା ଇଭିଏମ୍ ମେସିନ, ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

author img

By

Published : May 9, 2023, 8:31 PM IST

ରାତି ପାହିଲେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପଡ଼ିବ ଭୋଟ । ଏନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି । ପୁଲିଂ ଅଫିସର ଏବଂ ପ୍ରିଜାଇଡିଂ ଅଫିସର ମାନେ ନିଜ ନିଜ ବୁଥକୁ ଇଭିଏମ୍ ସହ ସମସ୍ତ ସାମଗ୍ରୀ ନେଇଛନ୍ତି । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପୋଲିସ ଓ ପ୍ରଶାସନର ପ୍ରସ୍ତୁତି

ଝାରସୁଗୁଡ଼ା: ଆସନ୍ତାକାଲି ଝାରସୁଗୁଡ଼ାରେ ପଡ଼ିବ ଭୋଟ । ଏନେଇ ପ୍ରସ୍ତୁତି ଶେଷ କରିଛି ପ୍ରଶାସନ । ପୁଲିଂ ଅଫିସର ଏବଂ ପ୍ରିଜାଇଡିଂ ଅଫିସର ମାନେ ନିଜ ନିଜ ବୁଥକୁ ଇଭିଏମ୍ ସହ ସମସ୍ତ ସାମଗ୍ରୀ ନେଇଛନ୍ତି । ତେବେ ଆଜି ୨୬ ଗୋଟି ପିଙ୍କ ବୁଥ ପାଇଁ ପ୍ରିଜାଇଡିଂ ଅଫିସର ମାନେ ତାଙ୍କର ସାମଗ୍ରୀ ଏବଂ ଇଭିଏମ୍ ମିସିନ ନେବେ ବୋଲି ସୂଚନା ରହିଛି । ଆସନ୍ତାକାଲି ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରଶାସନର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏନେଇ ଜିଲ୍ଲାପାଳ ନିଜେ ଏଭିଏମ୍ ମେସିନ ନିରୀକ୍ଷଣ ଏବଂ ପ୍ରିଜାଇଡିଂ ଅଫିସର ମାନଙ୍କୁ ଦିଆଯାଉଥିବା ପ୍ରଶିକ୍ଷଣ ଉପରେ ତଦାରଖ କରୁଛନ୍ତି । ତେବେ ଆସନ୍ତାକାଲି ପିଙ୍କ ବୁଥରେ ମତଦାତା ମାନେ ମତଦାନ କରି ଭଲ ଅନୁଭୂତି ପାଇବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ଆଜି ଝାରସୁଗୁଡ଼ା ବଢେଇମୁଣ୍ଡାସ୍ଥିତ ଇଞ୍ଜିନିୟରିଂ ସ୍କୁଲରେ EVM ସଂଚାଳନ କରିବା ପାଇଁ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଥିବା ୨୬ଟି ପିଙ୍କ ବୁଥକୁ ଯାଉଥିବା ମହିଳା ପୁଲିଂ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ପୂର୍ବରୁ ମଧ୍ୟ ୩ ଥର ସମସ୍ତ ପୁଲିଂ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଆଜି ସେମାନେ ନିଜ ନିଜ ବୁଥକୁ ଯିବେ । ତେବେ ଯିବା ପୂର୍ବରୁ ମହିଳା ଅଧିକାରୀଙ୍କୁ ଆଉଥରେ ପ୍ରଶିକ୍ଷଣ ଦିଆଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି । ଆସନ୍ତାକାଲି ଉପନିର୍ବାଚନ ଭୋଟ ଗ୍ରହଣ ପାଇଁ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୫୩ଟି ବୁଥ ରହିଛି । ଏହି ୨୫୩ଟି ବୁଥ ମଧ୍ୟରୁ ୧୦୬ଟି ସମ୍ବେଦନଶୀଳ ବୁଥ ରହିଛି ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏପର୍ଯ୍ୟନ୍ତ ୧୦୬ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଥିବା ବେଳେ ଏଥିରେ ଅଦଳ ବଦଳର ମଧ୍ୟ ସମ୍ଭାବନା ରହିଛି ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଆସନ୍ତାକାଲି ଝାରସୁଗୁଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ଓ ନିରପେକ୍ଷ ଭାବରେ କିଭଳି ନିର୍ବାଚନ ହେବ, ସେନେଇ ସମସ୍ତ ବ୍ୟବସ୍ଥା ହୋଇଛି । ନିର୍ବାଚନୀ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡ଼ା ଏସପି ସ୍ମିତ ପରମାର । ସେ କହିଛନ୍ତି, "ସମ୍ବେଦନଶୀଳ ବୁଥ ଗୁଡ଼ିକ ପାଇଁ ସ୍ବତନ୍ତ୍ର ମୋବାଇଲ ପେଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ପୋଲିସ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି ।" ଏହା ସହିତ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ସଜାଗ ରହିଛି ଏବଂ ଭୋଟର ନିଃସନ୍ଦେହରେ ଆସି ନିଜ ମତଦାନ ସାବ୍ୟସ୍ତ କରନ୍ତୁ ବୋଲି ଏସପି ନିବେଦନ କରିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.