ETV Bharat / state

ବିଷ୍ଣୁପ୍ରିୟା ଟ୍ରଷ୍ଟ ପାଳିଲା ଅନ୍ତର୍ଜାତୀୟ ମହିଳା ଦିବସ, ନାରୀଶକ୍ତିକୁ ସୁଦୃଢ କରିବା ଲକ୍ଷ୍ୟ

author img

By

Published : Mar 8, 2022, 6:25 PM IST

ଝାରସୁଗୁଡ଼ା ଜିଲ୍ଲାରେ ବିଷ୍ଣୁପ୍ରିୟା ଟ୍ରଷ୍ଟର ଟ୍ରଷ୍ଟି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଛି । ଅଧିକ ପଢନ୍ତୁ

ବିଷ୍ଣୁପ୍ରିୟା ଟ୍ରଷ୍ଟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଝାରସୁଗୁଡ଼ା: ଜିଲ୍ଲାର ବ୍ରଜରାଜନଗର ଓ ଲଖନପୁରରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏହି ଅବସରରେ ନରସିଂହ ବିଷ୍ଣୁପ୍ରିୟା ଟ୍ରଷ୍ଟର ଟ୍ରଷ୍ଟି ଦୀପାଳି ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଂଚଳର ଉନ୍ନତି ପାଇଁ କାର୍ଯ୍ୟ କରିଥିବା ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ପୁରସ୍କୃତ କରିଛନ୍ତି ।

ବିଷ୍ଣୁପ୍ରିୟା ଟ୍ରଷ୍ଟ ପାଳିଲା ଅନ୍ତର୍ଜାତୀୟ ମହିଳା ଦିବସ, ନାରୀଶକ୍ତିକୁ ସୁଦୃଢ କରିବା ଲକ୍ଷ୍ୟ

ମହିଳାଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ମିଶନ ଶକ୍ତିର ଆରମ୍ଭ କରିଛନ୍ତି । ତେଣୁ ନାରୀଙ୍କୁ ସହାୟତା ପ୍ରଦାନ କରିବା ତଥା ସେମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଥିବାରୁ ଝାରସୁଗୁଡ଼ା ଜିଲ୍ଲାର ପ୍ରତ୍ୟେକ ମହିଳାଙ୍କ ପକ୍ଷରୁ ନବୀନ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଏବଂ ସମାଜରେ ନିଜକୁ ପ୍ରତିଷ୍ଠା କରିବା ପାଇଁ ପ୍ରତ୍ୟେକ ମହିଳା ଆଗକୁ ଆସନ୍ତୁ ବୋଲି ଦୀପାଳି କହିଛନ୍ତି । ଗତ ୧୯୯୨ ମସିହାଠାରୁ ପ୍ରତିବର୍ଷ ଟ୍ରଷ୍ଟ ପକ୍ଷରୁ ଏହି ଦିବସ ପାଳନ ହେଉଛି । କିନ୍ତୁ ଚଳିତ ବର୍ଷ ଜିଲ୍ଲାର ଲଖନପୁରରେ ଏହା ଆୟୋଜିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ଆନନ୍ଦିନୀ ଯୋଗ ଦେଇ କହିଛନ୍ତି ଯେ ମହିଳାଙ୍କ ପାଇଁ ସରକାର କରୁଥିବା ସମସ୍ତ ବ୍ୟବସ୍ଥାକୁ ସଠିକ ଭାବେ କାର୍ଯ୍ୟକାରୀ କରିବା ତାଙ୍କର ଲକ୍ଷ୍ୟ ରହିଛି । ତେବେ ସେ ସର୍ବଦା ନାରୀଙ୍କୁ କିପରି ଆଗଧାଡ଼ିକୁ ଆଣିବେ ସେ ନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.