ETV Bharat / state

ଓଡିଶାରୁ ଚୋରି କରି ଛତିଶଗଡରେ ବିକ୍ରି କରୁଥିଲେ, 6 ଆନ୍ତଃରାଜ୍ୟ ଚୋର କୋର୍ଟ ଚାଲାଣ - ଝାରସୁଗୁ଼ଡ଼ାରେ ଆନ୍ତଃରାଜ୍ୟ ଚୋର ଗିରଫ

ରେଙ୍ଗାଲି ପୋଲିସ 6 ଜଣ ଆନ୍ତରାଜ୍ୟ ଚୋର ଗ୍ୟାଙ୍ଗକୁ ଗିରଫ କରିଛି l ବଡ଼ବଡ଼ ଲୁହା ପାଣି ପାଇପକୁ ଏହି ଗ୍ୟାଙ୍ଗ ଚୋରି କରି ଛତିଶଗଡ଼ରେ ବିକ୍ରି କରୁଥିଲା l ଅଧିକ ପଢ଼ନ୍ତୁ

ଓଡିଶାରୁ ଚୋରି କରି ଛତିଶଗଡରେ ବିକ୍ରି କରୁଥିଲେ, 6 ଆନ୍ତଃରାଜ୍ୟ ଚୋର କୋର୍ଟ ଚାଲାଣ

author img

By

Published : Mar 1, 2022, 10:39 PM IST

ଝାରସୁଗୁଡ଼ା: ଜିଲ୍ଲା ରେଙ୍ଗାଲି ପୋଲିସ 6 ଜଣ ଆନ୍ତରାଜ୍ୟ ଚୋର ଗ୍ୟାଙ୍ଗକୁ ଗିରଫ କରିଛି l ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଝାରସୁଗୁଡା ତଥା ବିଭିନ୍ନ ଜିଲ୍ଲାରେ ରଖାଯାଇଥିବା ଲକ୍ଷାଧିକ ଟଙ୍କାର ବଡ଼ବଡ଼ ଲୁହା ପାଣି ପାଇପକୁ ଏହି ଗ୍ୟାଙ୍ଗ ଚୋରି କରି ଛତିଶଗଡ଼ରେ ବିକ୍ରି କରୁଥିଲା l ତେବେ ଏମାନେ 26 ଓ 27 ତାରିଖ ବାଦିମାଲ ଓ ଅମାପାଲି ଅଞ୍ଚଳରେ ରଖାଯାଇଥିବା ପାଇପକୁ ଚୋରି କରିଥିଲେ ।

ଓଡିଶାରୁ ଚୋରି କରି ଛତିଶଗଡରେ ବିକ୍ରି କରୁଥିଲେ, 6 ଆନ୍ତଃରାଜ୍ୟ ଚୋର କୋର୍ଟ ଚାଲାଣ

ଏହାକୁ କନକତୋରା ନିକଟସ୍ତ ଜଙ୍ଗଲରେ ଲୁଚାଇ ଥିବାବେଳେ ପୋଲିସ ଖବର ପାଇ ଚଢାଉ କରିଥିଲା l ଚଢ଼ାଉ ବେଳେ ସେଠାରୁ ପାଇପ ବୋଝେଇ 2ଟି ଟ୍ରକ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତମାଙ୍କ ମଧ୍ୟରେ ମାଷ୍ଟର ମାଇଣ୍ଡ ଛତିଶଗଡ଼ର ବିନୋଦ ରାଜ ଚୌହାନ ସହ ସଞ୍ଜୟ ଗୋଣ୍ଡ, ସୁନ୍ଦରଗଡ଼ର ପ୍ରତାପ ସିଂ, ସମ୍ବଲପୁରର ସୁରେନ୍ଦ୍ର ନାଏକ, କୈଳାସ ଖଡ଼ିଆ ଓ ଅମୁସ ମୁଣ୍ଡା ସାମିଲ ରହିଛନ୍ତି l ମୁଖ୍ୟ ଅଭିଯୁକ୍ତ ବିନୋଦ ରାଜ ଚୌହାନ ନିଜ ଟ୍ରକରେ ନକଲି ଗାଡି ନମ୍ବର ବ୍ୟବହାର କରି ଏହି ଚୋରି କରୁଥିଲା l

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.