ଝାରସୁଗୁଡା: ଖୁବଶୀଘ୍ର ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଲଗାଯିବ ଇନଷ୍ଟ୍ରୁମେଣ୍ଟାଲ ଲ୍ୟାଣ୍ଡିଂ ସିଷ୍ଟମ । ଏନେଇ ଟୁଇଟ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ।
ଖବର ଅନୁଯାୟୀ, ସାମାନ୍ୟ ପାଗ ଖରାପ ହେଲେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରୁ ବିମାନ ଉଡ଼ାଣକୁ ବାତିଲ କରାଯାଏ । ପାଗ ଖରାପକୁ ନେଇ ବାରମ୍ବାର ବିମାନ ବାତିଲ ଘଟଣା ବିମାନଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି । କେବଳ ସେତିକି ନୁହେଁ, ବିମାନ ବାତିଲ ହେବା ଦ୍ବାରା ଯାତ୍ରୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କିନ୍ତୁ ଏସବୁ ସମସ୍ୟାର ସମାଧାନ ଖୁବ ଶୀଘ୍ର କରାଯିବ ବୋଲି ଟୁଇଟ ଯୋଗେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ।
ଝାରସୁଗୁଡାରୁ ରବି ନାରାୟଣ ସାହୁ , ଇଟିଭି ଭାରତ