ଝାରସୁଗୁଡ଼ା: ଜାତୀୟ ସ୍ତରୀୟ ହୋମିଓପ୍ୟାଥିକ ଡାକ୍ତରଙ୍କ ଦୁଇଦିନିଆ କର୍ମଶାଳା ଝାରସୁଗୁଡ଼ା ସ୍ଥାନୀୟ ଏକ ଘରୋଇ ହୋଟେଲ ପରିସରରେ ଉଦଘାଟିତ ହୋଇଛି । ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଯୋଗ ଦେଇଛନ୍ତି।
ଏହି ଦୁଇଦିନିଆ କର୍ମଶାଳାରେ ରାଜ୍ୟ ଓ ରାଜ୍ୟ ବାହାର ଅନେକ ଡାକ୍ତରୀ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସହ ବହୁ ଡାକ୍ତର ମାନେ ଯୋଗ ଦେଇଥିଲେ । ତେବେ ଏହି କର୍ମଶାଳାରେ ହୋମିଓପ୍ୟାଥିକ ଚିକିତ୍ସା ଦ୍ବାର କିଭଳି ସାଧାରଣ ଲୋକେ ଉପକୃତ ହୋଇପାରିବେ ଓ ହୋମିଓପାଥିକ ଔଷଧ ସେବନ କରିବା ଦ୍ବାରା କଣ କଣ ରୋଗ ଦୂର ହୋଇପାରିଛି ସେନେଇ ଏହି କର୍ମଶାଳାରେ ଆଲୋଚନା ହୋଇଥିଲା ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ