ETV Bharat / state

ହୀରାକୁଦ ବୁଡ଼ି ଅଞ୍ଚଳବାସୀଙ୍କୁ ଜମିପଟ୍ଟା କେବେ ? କ୍ଷତିପୂରଣ ଦାବିରେ ଗଣଧାରଣା

author img

By

Published : Nov 11, 2022, 11:14 AM IST

ଆଜି ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ହୀରାକୁଦ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ପକ୍ଷରୁ ଗଣଧାରଣା ଦିଆଯାଇଛି । ବିସ୍ଥାପିତଙ୍କୁ କ୍ଷତିପୂରଣ ଦାବିରେ ଗଣଧାରଣା ଦିଆଯାଇଛି । ଅଧିକ ପଢ଼ନ୍ତୁ

ହୀରାକୁଦ ବୁଡ଼ି ଅଞ୍ଚଳବାସୀଙ୍କୁ ଜମିପଟ୍ଟା କେବେ ?  କ୍ଷତିପୂରଣ ଦାବିରେ ଗଣଧାରଣା
ହୀରାକୁଦ ବୁଡ଼ି ଅଞ୍ଚଳବାସୀଙ୍କୁ ଜମିପଟ୍ଟା କେବେ ? କ୍ଷତିପୂରଣ ଦାବିରେ ଗଣଧାରଣା

ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ହୀରାକୁଦ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ପକ୍ଷରୁ ଗଣଧାରଣା ଦିଆଯାଇଛି । ହୀରାକୁଦ ନଦୀ ବନ୍ଧ ଯୋଜନାରେ ବହୁତ ଗାଁ ବିସ୍ଥାପିତ ହେଲା ଓ ସେହି ଅଞ୍ଚଳରେ ବସବାସ କରୁଥିବା ସ୍ଥାନୀୟ ଲୋକେ ନିଜ ଭିଟମାଟି ଛାଡି ଅନ୍ୟତ୍ର ଚାଲିଗଲେ । ଯେଉଁମାନଙ୍କ ଜମି ପଟ୍ଟା ରହିଥିଲା ସେମାନଙ୍କୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ମିଳିଲା ।

ହେଲେ ସେହି ସମୟରେ ସେବା ଯୋଗାଇ ଦେଉଥିବା ଲୋକମାନଙ୍କୁ କୌଣସି ପ୍ରକାର କ୍ଷତିପୂରଣ ମିଳିଲା ନାହିଁ । ଏହାକୁ ନେଇ ଆଜି ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତି ପକ୍ଷରୁ ଗଣଧାରଣ ଦିଆଯାଇଥିଲା । ସରକାର ସେହି ଭୂମିହୀନ ପରିବାରଙ୍କ ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ସଂଗ୍ରାମ ସମିତି ପକ୍ଷରୁ କୁହାଯାଇଛି ।

ଏ ସମ୍ପର୍କରେ ହୀରାକୁଦ ବୁଡିଅଞ୍ଚଳ ସଂଗ୍ରାମ ସମିତିର ସମ୍ପାଦକ ଗୋପିନାଥ ମାଝୀ କହିଛନ୍ତି, "ଆଜି ଗଣଧାରଣାର ଗୋଟିଏ ମାତ୍ର ଲକ୍ଷ୍ୟ ବିସ୍ଥାପିତ ପୂର୍ବରୁ ଅର୍ଥାତ ଯେତେବେଳେ ହୀରାକୁଦ ନଦୀବନ୍ଧ ଯୋଜନା ହୋଇନଥିଲା, ସେତେବେଳେ ଏମାନଙ୍କର ଅନେକ ଜମି ବୁଡ଼ିଯାଇଥିଲା । ସେହି ସମୟରେ ଏମାନଙ୍କୁ ସରକାର ପ୍ରତିଶୃତି ଦେଇଥିଲେ ଯେ ଏନେଇ ସମସ୍ତ କ୍ଷତିଗ୍ରସ୍ତଙ୍କୁ କ୍ଷତି ପୂରଣ ଦିଆଯିବ । ହେଲେ ପରବର୍ତ୍ତୀ ମୂହୁର୍ତ୍ତରେ ସରକାର ଏହାକୁ ଆଉ ମାନିଲା ନାହିଁ । ଏହାପର ଠାରୁ ଆଜି ପର୍ଯ୍ୟନ୍ତ ଏହି କ୍ଷତିଗ୍ରସ୍ତ ପରିବାରଙ୍କୁ ଜମି ମିଳିନାହିଁ । ଏନେଇ ଆଜି ଜିଲ୍ଲାପାଳଙ୍କୁ ଆମେ ଭେଟିଛୁ । ଏ ସମ୍ପର୍କରେ ସେଠାରେ ଆମେ ଏ କ ଦାବିପତ୍ର ମଧ୍ୟ ପ୍ରଦାନ କରିଛୁ ।"

ଇଟିଭି ଭାରତ, ଝାରସୁଗୁଡ଼ା

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.