ଝାରସୁଗୁଡା: ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ପାଇଁ ଗଣଧାରଣା ଦିଆଯାଇଛି । 14 ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର ଜ୍ୟୋତ୍ସ୍ନାରାଣୀ ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତିର ସଭାପତି ବାସୁଦେବ ଭୋଇ, ସମ୍ପାଦକ ଗୋପୀନାଥ ମାଝୀ, ଉପଦେଷ୍ଟା ବିରଞ୍ଚି ସାହୁଙ୍କ ନେତୃତ୍ତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଲଖନପୁର ତହସିଲ ଅଞ୍ଚଳର ଶତାଧିକ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଲୋକେ ସାମିଲ ଥିଲେ । ଦାବିପତ୍ର ଗ୍ରହଣ ପରେ ସରକାରଙ୍କୁ ଏସମ୍ପର୍କରେ ଜଣାଇବେ ବୋଲି ତହସିଲଦାର ସାହୁ କହିଛନ୍ତି । ଦାବିପତ୍ର ଗ୍ରହଣ ପରେ ସରକାରଙ୍କୁ ଏସମ୍ପର୍କରେ ଜଣାଇବେ ବୋଲି ତହସିଲଦାର ସାହୁ କହିଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ