ETV Bharat / state

ହାଇକୋର୍ଟଙ୍କ ନିର୍ଦ୍ଦେଶ, ଜିଲ୍ଲାପାଳଙ୍କ ହାତରେ ବେଦାନ୍ତ ଜନଶୁଣାଣି ଭାଗ୍ୟ

author img

By

Published : Oct 10, 2020, 5:43 PM IST

ବେଦାନ୍ତ ଆଲୁମିନିୟମର ସ୍ମେଲଟର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଗତ ସେପ୍ଟେମ୍ବର 30 ତାରିଖରେ କୁରେବଗା ପଞ୍ଚାୟତରେ ଜନ ଶୁଣାଣି ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ଘୁଞ୍ଚାଇବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଥିଲା ।

ଜିଲ୍ଲାପାଳଙ୍କ ହାତରେ ବେଦାନ୍ତ ଜନ ଶୁଣାଣି ଭାଗ୍ୟ

ଝାରସୁଗୁଡା: ବେଦାନ୍ତ ଆଲୁମିନିୟମର ସ୍ମେଲଟର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଗତ ସେପ୍ଟେମ୍ବର 30 ତାରିଖରେ କୁରେବଗା ପଞ୍ଚାୟତରେ ଜନଶୁଣାଣି ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ଘୁଞ୍ଚାଇବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଥିଲା । ଜିଲ୍ଲାରେ କୋରୋନା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଜନ ଶୁଣାଣି କିପରି ଭାବରେ ଆୟୋଜନ ହେବ ଓ ଲୋକେ ଉପସ୍ଥିତ ହୋଇ ସେମାନଙ୍କ ମତ ଉପସ୍ଥାପନ କରିବାରେ ସମସ୍ୟା ସୃଷ୍ଟି ହେବ ବୋଲି କୁହାଯାଇଛି।

ଏହାସହ ବେଦାନ୍ତର ଉତ୍ପାଦନ କ୍ଷମତା ବୃଦ୍ଧି ହେଲେ ଯେଉଁ ଅଞ୍ଚଳ ପ୍ରଭାବିତ ହେବ ସେଠାକାର ଲୋକଙ୍କୁ ପ୍ରଥମେ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଅବଗତ କରାଯାଉ ଏବଂ ପରେ ଜନ ଶୁଣାଣିର ଆୟୋଜନ କରାଯାଉ ବୋଲି ପ୍ରଶାସନ ନିକଟରେ ଜିଲ୍ଲା ଓକିଲ ସଂଘ, ପରିବେଶବିତ ସମେତ ବିଜେପି ଦଳ ଦାବି କରିଛି । ଜନ ଶୁଣାଣି ଘୁଞ୍ଚାଇବା ପାଇଁ ହାଇକୋର୍ଟରେ ମଧ୍ୟ ଦ୍ବାରସ୍ଥ ହୋଇଥିଲେ ସମସ୍ତେ । ଶେଷରେ ମାନ୍ୟବର ହାଇକୋର୍ଟ ବିଚାର କରି ବେଦାନ୍ତର ଜନ ଶୁଣାଣି ଭାଗ୍ୟ ଝାରସୁଗୁଡା ଜିଲ୍ଲାପାଳ ଉପରେ ଛାଡିଦେଇଛନ୍ତି ।

ସୂଚନାଯୋଗ୍ୟ, ବେଦାନ୍ତ ଆଲୁମିନିୟମର ସ୍ମେଲଟର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଜନ ଶୁଣାଣି ଘୁଞ୍ଚାଇବା ପାଇଁ ବିଭିନ୍ନ ସଂଗଠନ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ମାନ୍ୟବର ହାଇକୋର୍ଟ ବିଚାର କରି ହେବାକୁ ଥିବା ଜନ ଶୁଣାଣିକୁ ସ୍ଥଗିତ ରଖିଥିଲେ । ବେଦାନ୍ତ କମ୍ପାନୀ ଧାର୍ଯ୍ୟ କରାଯାଇଥିବା ଦିନରେ ଜନ ଶୁଣାଣି କରିବା ଆଶାରେ ରିଭିୟୁ ପିଟିସନ ଦାଖଲ କରିଥିବା ବେଳେ ସେହିଦିନ ହିଁ ହାଇକୋର୍ଟରୁ ଦିନ 4ଟା ସମୟରେ ଆଦେଶ ଆସିବା ପରେ ଜନ ଶୁଣାଣି କରାଯାଇଥିଲା ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.