ଝାରସୁଗୁଡା: ରାଜ୍ୟରେ ଥିବା ବିମାନବନ୍ଦର ଗୁଡିକରେ ଇଉରୋପ ଓ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଯାତ୍ରୀଙ୍କ କୋଭିଡର ନୂତନ ଭ୍ୟାରିଏଣ୍ଟ ଟେଷ୍ଟ ହେବ । ଏ ନେଇ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ । ନୂତନ ଭ୍ୟାରିଏଣ୍ଟ ପାଇଁ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ତୀକ୍ଷଣ ଦୃଷ୍ଟି ରଖିଛି । ଯେଉଁମାନେ ଦକ୍ଷିଣ ଆଫ୍ରିକାରୁ କିମ୍ବା ଇଉରୋପରୁ ଆସୁଛନ୍ତି ।
ସେମାନଙ୍କୁ କ୍ବାରେଣ୍ଟିନରେ ରଖାଯିବ, କୋଭିଡ ଟେଷ୍ଟ କରାଯିବା ସହିତ ଯାହାର ଲକ୍ଷଣ ଦେଖାଯିବ । ସେହିମାନଙ୍କୁ ଚିକିତ୍ସା କରାଯିବ ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି। ବିମାନବନ୍ଦର ଗୁଡିକରେ ମଧ୍ୟ ଭାରତ ବାହାରୁ ଆସୁଥିବା ଯାତ୍ରୀଙ୍କୁ ଵିଶେଷ ଗୁରୁତ୍ୱ ଦିଆଯିବ ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ