ETV Bharat / state

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅନୁଗତର ଦାଦାଗିରି; ଜିଆରଏସଙ୍କୁ ଗାଳିଗୁଲଜ ସହ ନିଲମ୍ବନ ଧମକ, ଅଡିଓ ଭାଇରାଲ

author img

By

Published : Mar 7, 2021, 4:57 PM IST

Updated : Mar 7, 2021, 5:48 PM IST

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅନୁଗତ ସରକାରୀ କର୍ମଚାରୀଙ୍କୁ ଫୋନରେ ଧମକ ଦେଇଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଖାସ ଅନୁଗତ ବିଶ୍ବନାଥ ତ୍ରିପାଠୀ ସ୍ଥାନୀୟ ଗ୍ରାମରୋଜଗାର ସେବକକୁ ଫୋନରେ ଅଶ୍ଳୀଳ ଭାଷା ସହ ଧମକ ଦେଇଥିବା ଅଡିଓ ଭାଇରାଲ ହୋଇଛି । ଅଧିକ ପଢନ୍ତୁ...

GRS suspended from job with obscene language, audio viral
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅନୁଗତ ଧମକ; ଜିଆରଏସଙ୍କୁ ଅଶ୍ଲୀଳ ଭାଷା ସହ ଚାକିରୀରୁ ସସପେଣ୍ଡ ଧମକ, ଅଡିଓ ଭାଇରାଲ

ଝାରସୁଗୁଡା: ପୁଣି ବିବାଦରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଖାସ ଅନୁଗତ ସରକାରୀ କର୍ମଚାରୀଙ୍କୁ ଫୋନରେ ଧମକ ଦେଇଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଖାସ ଅନୁଗତ ବିଶ୍ବନାଥ ତ୍ରିପାଠୀ ସ୍ଥାନୀୟ ଗ୍ରାମରୋଜଗାର ସେବକକୁ ଫୋନରେ ଅଶ୍ଳୀଳ ଭାଷା ସହ ଧମକ ଦେଇଥିବା ଅଡିଓ ଭାଇରାଲ ହୋଇଛି ।

ସୂଚନା ଥାଉକି ଗତ ମାର୍ଚ୍ଚ ୩ ତାରିଖ ଝାରସୁଗୁଡା ବ୍ଲକ ଅନ୍ତର୍ଗତ ହିର୍ମା ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ରାଧେଶ୍ୟାମ ସାହୁ (୩୮)ଙ୍କୁ ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି । ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଖାସ ଅନୁଗତ ବିଶ୍ଵନାଥ ତ୍ରିପାଠୀ ସମ୍ପୃକ୍ତ ଗ୍ରାମ ରୋଜଗାର ସେବକଙ୍କୁ ମୋବାଇଲରେ ଫୋନ କରି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଦଳୀୟ କାର୍ଯ୍ୟରେ ବାଧା ଦେଉଥିବାରୁ ଦୁଇ ଦିନରେ ଜିଲ୍ଲାପାଳଙ୍କ ପାଖରେ ବସି ସସପେଣ୍ଡ କରିବା ସହ ଦରକାର ପଡ଼ିଲେ ତତେ ମୁଁ ଟ୍ରାନ୍ସଫର କରି ଶ୍ରୀପୁରା ପଞ୍ଚାୟତକୁ ନେବି ବୋଲି ଫୋନରେ ଧମକ ଦେଇଛନ୍ତି । କାହାର କେତେ ଦମ ଅଛି ଏବଂ ଟ୍ରାନ୍ସପରକୁ ରୋକି ପାରିବ ଦେଖିବି ବୋଲି ରାଧେଶ୍ୟାମ ସାହୁଙ୍କୁ ଧମକ ଦେଇଥିବା ଅଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅନୁଗତର ଦାଦାଗିରି; ଜିଆରଏସଙ୍କୁ ଗାଳିଗୁଲଜ ସହ ନିଲମ୍ବନ ଧମକ, ଅଡିଓ ଭାଇରାଲ

ଝାରସୁଗୁଡ଼ାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଖାସ ଅନୁଗତ ଭାବେ ପରିଚିତ ଓ ବିଶ୍ବସ୍ତ ହେଉଛନ୍ତି ବିଶ୍ବନାଥ ତ୍ରିପାଠୀ । ବିଶ୍ବନାଥ ତ୍ରିପାଠୀ ବିଭିନ୍ନ କାର୍ଯ୍ୟକ୍ରମରେ ନବଙ୍କ ସହିତ ଆଗଧାଡିରେ ଥିବା ଦେଖାଯାଉଥିବା ବେଳେ ପଶ୍ଚିମ ଓଡ଼ିଶାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବଙ୍କ ପାରିବାରିକ ବ୍ୟବସାୟ କଥା ବିଶ୍ବନାଥ ଦେଖୁଥିବା ଝାରସୁଗୁଡାରେ ସଭିଏଁ ଜାଣନ୍ତି । ଅନ୍ୟପଟେ ଝାରସୁଗୁଡ଼ା ଜିଲ୍ଲା ଗ୍ରାମ ରୋଜଗାର ସେବକ ସଂଘ ଘଟଣାକୁ ଗୁରୁତର ସହ ନେଇଥିବା ବେଳେ ବିଶ୍ବନାଥ ତ୍ରିପାଠୀଙ୍କ ବିରୋଧରେ ଗତ ଶୁକ୍ରବାର ଦିନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସମେତ ଜିଲ୍ଲାପାଳ ସରୋଜ କୁମାର ସାମଲ ଓ ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ତପିରାମ ମାଝୀଙ୍କ ନିକଟରେ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି । ଅଭିଯୋଗ ପତ୍ରରେ ଗ୍ରାମ ରୋଜଗାର ସେବକ ରାଧେଶ୍ୟାମ ସାହୁ କହିଛନ୍ତି ମୋତେ ତଥା ଅନ୍ୟ କର୍ମଚାରୀଙ୍କୁ ବିଭିନ୍ନ ସମୟରେ ବିଶ୍ବନାଥ ତ୍ରିପାଠୀ ଫୋନ କରି ଏ ପ୍ରକାର ଧମକ ଦେଉଛନ୍ତି । ତେଣୁ ଆମ୍ଭ ମାନଙ୍କୁ କାର୍ଯ୍ୟ କରିବାରେ ବାଧା ଉତ୍ପନ କରୁଥିବାରୁ ମାନସିକ ସ୍ତରରେ ନିର୍ଯ୍ୟାତିତ ହେଉଅଛୁ ବୋଲି କହିଛନ୍ତି।

ଅନ୍ୟପଟେ ଘଟଣାକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ଜିଲ୍ଲା ପ୍ରଶାସନଙ୍କୁ ଅଭିଯୋଗ ପରେ ବି ମନ୍ତ୍ରୀଙ୍କ ଚାପରେ ପ୍ରଶାସନ ଚୁପ ଥିବାବେଳେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ତେବେ ବିଶ୍ବନାଥ ତ୍ରିପାଠୀଙ୍କ ଜିଲ୍ଲା ସାରା ଧମକ ଭରା ଅଡ଼ିଓ ଭାଇରାଲ ହୋଇ ସାରିଥିବା ବେଳେ ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା ନେବାରୁ ସେ ନୋ କମେଣ୍ଟ କହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ ।

ଝାରସଗୁଡାରୁ ରବିନାରାୟଣ ସାହୁ,ଇଟିଭି ଭାରତ

Last Updated : Mar 7, 2021, 5:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.