ETV Bharat / state

ମୃତ୍ୟୁର ଆଭାସ ପାଇଥିଲେ କି ନବ ? ହତ୍ୟାକୁ ବିତିଲା 13 ଦିନ, ଆଜିବି ଗୁଞ୍ଜରିତ ଶେଷ ଅଭିଭାଷଣ

author img

By

Published : Feb 10, 2023, 10:01 AM IST

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ୧୩ ଦିନ । ତଥାପି ସ୍ପଷ୍ଟ ହୋଇପାରୁନି କାରଣ । ତେବେ ମୃତ୍ୟୁ ଆଗରୁ ଆଭାସ ପାଇଥିଲେ କି ନବ ? ଶେଷ କାର୍ଯ୍ୟକ୍ରମରେ କଣ କହିଥିଲେ ଜାଣନ୍ତୁ

ମୃତ୍ୟୁର ଆଭାସ ପାଇଥିଲେ କି ନବ
ମୃତ୍ୟୁର ଆଭାସ ପାଇଥିଲେ କି ନବ
ମୃତ୍ୟୁର ଆଭାସ ପାଇଥିଲେ କି ନବ

ଝାରସୁଗୁଡା: ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା କରିବା ଘଟଣା । ଇତି ମଧ୍ୟରେ ମୃତ୍ୟୁକୁ ୧୩ ଦିନ ବିତିଯାଇଥିଲେ ସୁଦ୍ଧା ରହସ୍ୟ ଉପରୁ ଉଠୁନି ପରଦା । ଏବେ ବି ରହସ୍ୟ ଘେରରେ ନବ ଦାସଙ୍କ ହତ୍ୟା । ତେବେ ସବୁଠାରୁ ବଡ କଥା ହେଲା ନବ ଦାସଙ୍କୁ ଗୁଳି କରିବା ପୂର୍ବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କ ଅଭିଭାଷଣ ଶୁଣିଲେ ସତେ ଯେପରି ମନେ ହେଉଛି ମୃତ୍ୟୁ ପୂର୍ବରୁ ଆଭାସ ପାଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ । ଏହି କଥା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ଗତ ଜାନୁଆରୀ ୨୯ତାରିଖରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗର ଠାରେ ଜଣେ ଗାନ୍ଧିଛକ ଫାଣ୍ଡି ଏଏସଆଇ ଗୋପାଳ ଦାସ ଗୁଳିକରି ହତ୍ୟା କରିଥିଲେ । ବ୍ରଜରାଜନଗର ଗାନ୍ଧିଛକ ଠାରେ ନଗରପାଳ ଓ ଉପନଗରପାଳଙ୍କ ଜନ ଶୁଣାଣି କାର୍ଯ୍ୟାଳୟକୁ ଉଦଘାଟନ କରିବାକୁ ଆସୁଥିବା ବେଳେ ହତ୍ୟାର ଶିକାର ହେଲେ । ଘଟଣାକୁ ମନେ ପକାଇଲେ ଲାଗୁଛି ନବଙ୍କୁ ଯେମିତି ରାସ୍ତାରେ ଚାହିଁ ବସିଥିଲା ମୃତ୍ୟୁ । ଇତି ମଧ୍ୟରେ ଘଟଣାକୁ ୧୩ ଦିନ ବିତିଯାଇଛି । ଅଭିଯୁକ୍ତ ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ ୩ଥର ରିମାଣ୍ଡରେ ଆଣି ଜେରା କରିବା ସତ୍ତ୍ବେ ମଧ୍ୟ ରହସ୍ୟ ଉପରୁ ପରଦା ଉଠିପାରୁନାହିଁ । ବର୍ତ୍ତମାନ ସୁଦ୍ଧା ମଧ୍ୟ ମନ୍ତ୍ରୀଙ୍କୁ ହତ୍ୟା କରିବାର କାରଣ ସ୍ପଷ୍ଟ ହୋଇନାହିଁ ।

ତେବେ ଗତ ୨୯ ତାରିଖ ଦିନ ବ୍ରଜରାଜନଗର ଆସିବା ପୂର୍ବରୁ ଝାରସୁଗୁଡ଼ା ସରବାହାଲରେ ଶେଷ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ସ୍ବର୍ଗତ ମନ୍ତ୍ରୀ ନବ ଦାସ । ସେଠାରେ ମଞ୍ଚରେ ଏକ ଅଭିଭାଷଣ ଦେଇଥିଲେ । ଯାହା ଶୁଣିଲେ ମନେହେଉଛି ଯେପରି ମୃତ୍ୟୁର ଆଭାସ ପାଇଥିଲେ ମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ: Naba Das Murder Case: ଧରାପଡିବ ଗୋପାଳର ସତ, ଶୁକ୍ରବାର ହେବ ନାର୍କୋ ଟେଷ୍ଟ

ମନ୍ତ୍ରୀ କହିଥିଲେ," ସବୁ ଜାଗାରେ ରାମ ସାଙ୍ଗକୁ ରାବଣ ରହିବେ । କୃଷ୍ଣ ସାଙ୍ଗକୁ କଂସ ମଧ୍ୟ ରହିବେ । ନବ ଦାସଙ୍କୁ କିଛି ଲୋକ ପ୍ରଶଂସା କରିବେ ଆଉ କିଛି ଲୋକ ଗାଳି କରିବେ । ସେହି ସମୟରେ ରାମ ସୀତାଙ୍କୁ ଛାଡି ନଥିଲେ ଆଉ ମୋତେ କଣ ଛାଡିବେ । ତଥାପି ସତ୍ୟର ଜୟ ହେବ ।" ତେବେ ମନ୍ତ୍ରୀ କହିଥିବା ଏଭଳି କଥାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହେଇଛି । ଆଗକୁ ସେ କଣ ମୃତ୍ୟୁର ଆଭାସ ପାଇସାରିଥିଲେ କି ? ନା ବିରୋଧୀଙ୍କୁ ଡରି ଏଭଳି କହୁଥିଲେ । ମନରେ ଭୟ ନଥିଲେ ଇତିହାସର ବ୍ୟାଖ୍ୟା ଏଭଳି କରାଯାଇ ନଥାଏ ବୋଲି ଚର୍ଚ୍ଚା ହେଉଛି ।

ଏହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ଶନି ମହାଦଶା ଲାଗିଥିବାରୁ ବୋଧହୁଏ ମୃତ୍ୟୁ ଆସୁଛି ବୋଲି ମନ୍ତ୍ରୀ ଜାଣିପାରିଥିବା ମଧ୍ୟ କିଛି ଜଣ କହୁଛନ୍ତି । କାହିଁକି ନା ମୃତ୍ୟୁର ୮ ଦିନ ଆଗରୁ ମହାରାଷ୍ଟ୍ରର ଏକ ଶନି ମନ୍ଦିରରେ ସୁନା କଳସ ଦାନ କରିଥିଲେ ନବ ଦାସ । ତେବେ କିଛି ଅଘଟଣ ନିଶ୍ଚିତ ଭାବରେ ସେ ଆଶଙ୍କା କରୁଥିଲେ ନହେଲେ ରାମାୟଣ ଓ ମହାଭାରତର ଉଦାହରଣ ଦେଇ ନିଜର ଅସହାୟତା ପ୍ରମାଣ କରିନଥାନ୍ତେ ବୋଲି କିଛିଜଣ କହିଛନ୍ତି ।

ପ୍ରକାଶଥାଉକି, ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସଙ୍କ ମୁହଁରୁ ସତ ବାହାର କରିବା ପାଇଁ କ୍ରାଇମବ୍ରାଞ୍ଚ ଟିମ ଗୁଜୁରାଟ ନେଇଛି । ଗତକାଲି ଗୋପାଳର ପଲିଗ୍ରାଫ ଟେଷ୍ଟ ହୋଇଥିବା ବେଳେ ଆଜି ନାର୍କୋ ଟେଷ୍ଟ ହେବା ନେଇ ସୂଚନା ରହିଛି । ତେବେ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ ଉପରୁ କେବେ ରହସ୍ୟ ଉଠିବ ସେ ଉପରେ ରହିଛି ରାଜ୍ୟବାସୀଙ୍କ ନଜର ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.