ଝାରସୁଗୁଡା: ଓଡିଶା କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ମନ୍ତ୍ରୀ ଓ ବିଧାୟକ । ଆଜି ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ 83 ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି । ଏନେଇ ଝିଅ ତଥା ବିଜେଡି ନେତ୍ରୀ ସୁନୀତା ବିଶ୍ବାଳ ସୂଚନା ଦେଇଛନ୍ତି ।
ହେମାନନ୍ଦ ବିଶ୍ବାଳଙ୍କ ଦେହାନ୍ତ ପରେ ଏବେ ସବୁଠି ଶୋକ । ଶୋକବ୍ୟକ୍ତ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ସମେତ ପୂର୍ବତନ ବିଧାୟକ ବିରେନ ପାଣ୍ଡେ ।
ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ