ETV Bharat / state

ବାହାରିଲା ହାବିଲଦାର ଓ କନେଷ୍ଟବଳ ସଂଘର ନିର୍ବାଚନ ଫଳାଫଳ - ଫଳ ପ୍ରକାଶ ପରେ ଖୁସିର ମାହୋଲ

ପୋଲିସ ହାବିଲଦାର ଓ କନେଷ୍ଟବଳ ସଂଘର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ହାବିଲଦାର ସୁଶାନ୍ତ ପ୍ରଧାନ । ଅଧିକ ପଢନ୍ତୁ

havaldar constable election result
ହାବିଲଦାର ଓ କନେଷ୍ଟବଳ ସଂଘର ନିର୍ବାଚନ
author img

By ETV Bharat Odisha Team

Published : Sep 9, 2023, 9:00 PM IST

ହାବିଲଦାର ଓ କନେଷ୍ଟବଳ ସଂଘର ନିର୍ବାଚନ

ଝାରସୁଗୁଡ଼ା: ଆଜି ପୋଲିସ ହାବିଲଦାର ଓ କନେଷ୍ଟବଳ ସଂଘର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ହୋଇଥିଲା ପୋଲିସ ହାବିଲଦାର ଓ କନେଷ୍ଟବଳ ସଂଘର ନିର୍ବାଚନ । ଯାହାର ଫଳାଫଳ ପ୍ରକାଶ ପାଇବା ପରେ ନବ ନିଯୁକ୍ତ ପ୍ରାର୍ଥୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଏଥିରେ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ହାବିଲଦାର ସୁଶାନ୍ତ ପ୍ରଧାନ । ତେବେ ସୁଶାନ୍ତ ମୋଟ୍ ୨୮୬ ଭୋଟ ପାଇ ବିଜୟ ଲାଭ କରିଥିବା ଜଣାପଡିଛି । ଏହି ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଆୟୋଜିତ ହୋଇଥିବା ବେଳେ ଫଳାଫଳ ମଧ୍ୟ ପ୍ରକାଶ ପାଇଛି।

ତେବେ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ, ଫାଣ୍ଡି, ରିଜର୍ଭଠାରେ ଭୋଟ ଗ୍ରହଣ କରାଯାଇଥିଲା । ସକାଳ ୮ଟାରୁ ଦିନ ୨ଟା ଯାଏଁ ଚାଲିଥିଲା ଏହି ନିର୍ବାଚନର ମତଦାନ ପ୍ରକ୍ରିୟା । ସମୁଦାୟ ଭୋଟ ସଂଖ୍ୟା ୪୪୦ ରହିଥିବାବେଳେ ୪୧୬ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିଲେ । ଏହି ନିର୍ବାଚନରେ ହାବିଲଦାର ସୁଶାନ୍ତ ୨୮୬ ଭୋଟ ପାଇ ନିଜ ପ୍ରତିଦ୍ବନ୍ଦୀ ଏମ.ଡି ଅଫଜଲଙ୍କୁ ପରାସ୍ତ କରିଥିଲେ । ଏହାପରେ ଅରବିନ୍ଦ ଭୋଇ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ ।

ଏହା ବି ପଢନ୍ତୁ...ଜୋର ଧରିଲା ଛାତ୍ର ସଂସଦ ନିର୍ବାଚନ ଦାବି; ବିଭିନ୍ନ କଲେଜ୍‌ରେ ଘଣ୍ଟ ବଜାଇ ଛାତ୍ର କଂଗ୍ରେସର ପ୍ରତିବାଦ

ଏହା ବି ପଢନ୍ତୁ...ସହମତି ଭିତିରେ ହେବା ଦରକାର ୱାନ୍‌ ନେସନ ୱାନ୍‌ ଇଲେକ୍ସନ; ଏହା ଏକ ରିସ୍କ ବିଜ୍‌ନେସ କହିଲେ ରାଜନୀତି ସମୀକ୍ଷକ

ତେବେ ଖରା , ବର୍ଷା , ଶୀତ ତଥା ଅଦିନିଆ ଝଡ଼ ଆଦି ସବୁ ସମୟରେ ହାବିଲଦାର ଏବଂ କନେଷ୍ଟବଳ ମାନେ ନିସ୍ବାର୍ଥପର ଭାବେ ନିଜ ଦାୟିତ୍ୱ ସମ୍ପାଦନ କରିଥାନ୍ତି । ହୋଲି, ଦଶହରା, ଇଦ, ଦୀପାବଳି ଆଦି ପର୍ବ ମଧ୍ୟ ସେମାନଙ୍କ ପାଇଁ ସମାନ। କୌଣସି ସାଧାରଣ ସଭା ବା ଛୋଟ ବଡ଼ ପର୍ବପର୍ବାଣି ସବୁ ସମୟରେ ପୋଲିସ, ହାବିଲଦାର ଓ କନେଷ୍ଟବଳମାନେ ନିଜ ଶତ ପ୍ରତିଶତ କାର୍ଯ୍ୟ ଦକ୍ଷତା ଦର୍ଶାଉଛନ୍ତି । ହେଲେ ତାଙ୍କର ଅସୁବିଧା ସରକାରଙ୍କ ପାଖକୁ ପହଞ୍ଚି ପାରୁନଥିବା କହିଛନ୍ତି। ତେବେ ଏ ସମସ୍ତ ସମସ୍ୟା ଦିଗରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ଚେଷ୍ଟିତ ରହିବେ ବୋଲି ପ୍ରତିଶୃତି ନବନିର୍ବାଚିତ ସଭାପତି ସୁଶାନ୍ତ ପ୍ରଧାନ । ତେବେ ଏହି ନିର୍ବାଚନ ସୁରୁଖୁରୁରେ ଆୟୋଜିତ ହୋଇ ଫଳାଫଳ ମଧ୍ୟ ପ୍ରକାଶ ପାଇଛି।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.