ETV Bharat / state

ରେଳଧାରଣାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ କଲେ ପରିବାର - ଜିଆରପି ପୋଲିସ

ଗତକାଲି(ବୁଧବାର) ରେଳଧାରଣାରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା ଜିଆରପି ପୋଲିସ ।

ଯୁବତୀଙ୍କ ମୃତଦେହ ଉଦ୍ଧାର କଲା ଜିଆରପି ପୋଲିସ
ଯୁବତୀଙ୍କ ମୃତଦେହ ଉଦ୍ଧାର କଲା ଜିଆରପି ପୋଲିସ
author img

By

Published : Feb 11, 2021, 6:55 PM IST

ଝାରସୁଗୁଡା: ରେଳଧାରଣାରୁ ମିଳିଥିବା ଅଜଣା ମୃତ ଯୁବତୀଙ୍କ ପରିଚୟ ମିଳିଛି । ଗତକାଲି(ବୁଧବାର) ରେଳଧାରଣାରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା ଜିଆରପି ପୋଲିସ । ଆଜି(ଗୁରୁବାର) ଯୁବତୀର ପରିଚୟ ମିଳିଥିବାବେଳେ ମୃତ ଯୁବତୀ ଜଣକ ହେଲେ ବ୍ରଜରାଜନଗର ଲମଟିବାହାଲ ଅଞ୍ଚଳର ମୋନିକା ଯୋଶୀ ।

ଯୁବତୀଙ୍କ ମୃତଦେହ ଉଦ୍ଧାର କଲା ଜିଆରପି ପୋଲିସ

ଝାରସୁଗୁଡ଼ା ଜିଲ୍ଲା ଇବ ଷ୍ଟେସନ ନିକଟରେ ଗତକାଲି ଜଣେ ଅଜଣା ଯୁବତୀଙ୍କ ମୃତଦେହ ରେଳ ଧାରଣା କଡ଼ରୁ ରେଳବାଇ ପୋଲିସ ଦ୍ଵାରା ଉଦ୍ଧାର କରାଯାଇଥିଲା। ମୃତକ ଯୁବତୀ ଜଣକ ବ୍ରଜରାଜନଗର କଲେଜର ଛାତ୍ରୀ ଏବଂ ବୁଧବାର ସେ ପାଖାପାଖି 12 ଟାରେ କମ୍ପ୍ୟୁଟର କ୍ଳାସ ପାଇଁ ଘରୁ ବାହାରି ଥିବାବେଳେ ଘରକୁ ଆଉ ଫେରି ନଥିଲେ ।

ଯାହାକୁ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ବ୍ରଜରାଜନଗର ଥାନାରେ ଏକ ନିଖୋଜ ମାମଲା ଦାୟର କରାଯାଇଥିଲା । ତେବେ ଆଜି(ଗୁରୁବାର) ସକାଳେ ମୃତ ଯୁବତୀଙ୍କୁ ଚିହ୍ନଟ କରାଯାଇଛି । ଏହି ଘଟଣାରେ ଯୁବତୀ ଜଣଙ୍କୁ ହତ୍ୟା ସନ୍ଦେହ କରୁଛନ୍ତି ମୃତ ଯୁବତୀଙ୍କ ପରିବାର ।

ତେବେ ଯୁବତୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ନପଡ଼ିଥିଲେ ମଧ୍ୟ ଚଳନ୍ତା ଟ୍ରେନରୁ ଖସି ପଡ଼ି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ତାହା ତଦନ୍ତ ପରେ ଜଣାପଡିବ ବୋଲି ରେଳବାଇ ପୋଲିସ କହିବା ସହ ତଦନ୍ତ ଚଳାଇଛି। ଏପଟେ ରେଳ ଷ୍ଟେସନର ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ କରିବ ବୋଲି ରେଳବାଇ ପୋଲିସ ତରଫରୁ ସୂଚନା ଦିଆଯାଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.