ETV Bharat / state

୨୪ ପାଇଁ କଂଗ୍ରେସର ପ୍ରସ୍ତୁତି; ଝାରସୁଗୁଡାରେ ଘର ଘର କଂଗ୍ରେସ ଅଭିଯାନ ଆରମ୍ଭ - ପିସିସି ସଭାପତି ଝାରସୁଗୁଡା ଗସ୍ତ

ଝାରସୁଗୁଡାରେ ଗଡ଼ ଫେରି ପାଇବାକୁ କଂଗ୍ରେସର ରଣନୀତି । ସରକାରଙ୍କ ଅପରାଗତା ନେଇ ଲୋକଙ୍କ ପାଖରେ ପହଞ୍ଚିବାକୁ ଝାରସୁଗୁଡାରେ ଦଳୀୟ କର୍ମୀଙ୍କୁ ଆହ୍ବାନ କଲେ ପିସିସି ସଭାପତି । ଅଧିକ ପଢ଼ନ୍ତୁ

ଝାରସୁଗୁଡାରେ ଘର ଘର କଂଗ୍ରେସ ଅଭିଯାନ ଆରମ୍ଭ
ଝାରସୁଗୁଡାରେ ଘର ଘର କଂଗ୍ରେସ ଅଭିଯାନ ଆରମ୍ଭ
author img

By ETV Bharat Odisha Team

Published : Sep 27, 2023, 11:25 AM IST

ଝାରସୁଗୁଡାରେ ଘର ଘର କଂଗ୍ରେସ ଅଭିଯାନ ଆରମ୍ଭ

ଝାରସୁଗୁଡା: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏଥର ଆଗୁଆ ନିର୍ବାଚନ ହେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଦେଶ କଂଗ୍ରେସ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ବିଜେଡି ଓ ବିଜେପିକୁ ଚେକ୍ ଦେବା ପାଇଁ ଆରମ୍ଭ ହୋଇଛି ଘର ଘର କଂଗ୍ରେସ ଅଭିଯାନ । ଝାରସୁଗୁଡାରେ ଗଡ଼ ଫେରାଇ ଆଣିବାକୁ ରଣନୀତି ତିଆରି କରୁଛି କଂଗ୍ରେସ । ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ଶରତ ପଟ୍ଟନାୟକ ମଙ୍ଗଳବାର ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ଦଳର ଅଭିଯାନ ସମ୍ପର୍କରେ କର୍ମକର୍ତ୍ତାମାନଙ୍କୁ ବିସ୍ତୃତ ବିବରଣୀ ଦେଇଛନ୍ତି ।

ଝାରସୁଗୁଡ଼ାରେ ଘରଘର କଂଗ୍ରେସ ଅଭିଯାନ ଆରମ୍ଭ କରି ଲୋକଙ୍କ ପାଖରେ ପହଞ୍ଚିବାକୁ ଦଳ ଉଦ୍ୟମ ଆରମ୍ଭ କରିଛି । ଏହି ଅବସରରେ ପିସିସି ସଭାପତି କହିଛନ୍ତି, କଂଗ୍ରେସ ଝାରସୁଗୁଡାରେ ନିଜ ଗଡ଼ ଫେରିପାଇବ । ଗତ ୨୪ ବର୍ଷ ଧରି ଶାସନ କରୁଥିବା ନବୀନ ସରକାର ଓଡ଼ିଶାର ସମୃଦ୍ଧି କରିବା ବଦଳରେ ଅଧିକ ଗରୀବ ରାଜ୍ୟ କରିଛନ୍ତି । ବିଜେପି ଓ ବିଜେଡି ଦୁଇ ଭାଇ । ବିଜେପିର ବଳରେ ବିଜେଡି ବଳିୟାନ ହେଉଛି । ଉଭୟ ବିଜେପି ଓ ବିଜେଡି ସରକାରର ଅପରାଗତାକୁ ନେଇ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚିବ । ଆସନ୍ତା ନିର୍ବାଚନରେ ଲୋକେ ଉଚିତ୍ ଜବାବ ଦେବେ ଏବଂ କଂଗ୍ରେସ ଭଲ ପ୍ରଦର୍ଶନ କରିବ ।

ଏହାମଧ୍ୟ ପଢନ୍ତୁ: ନିର୍ବାଚନ ପାଇଁ ବିଶାଳ ଜନ ସମାବେଶ କରିବ କଂଗ୍ରେସ, ଓଡିଶାକୁ ଛୁଟିବେ କେନ୍ଦ୍ରୀୟ ନେତା

ଝାରସୁଗୁଡ଼ାରେ ଆୟୋଜିତ କଂଗ୍ରେସର କାର୍ଯ୍ୟକ୍ରମରେ ଶରତ ପଟ୍ଟନାୟକଙ୍କ ସମେତ ବରଗଡ଼ କଂଗ୍ରେସ ସାଂସଦ ପ୍ରଦୀପ୍ତ ଦେବତା, ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ସୀତାରାମ ଦାସ, କଂଗ୍ରେସ ଝାରସୁଗୁଡ଼ା ଜିଲ୍ଲା ବିଧାୟକ ପାର୍ଥି ତରୁଣ ପାଣ୍ଡେ, କଂଗ୍ରେସ୍ ମିଡିଆ ସେଲ୍‌ ଜିଲ୍ଲା ମୁଖ୍ୟ ଗୁଡୁ ଦାସ ଏବଂ ଅନ୍ୟାନ୍ୟ କର୍ମୀ ଉପସ୍ଥିତ ଥିଲେ । ଏଥିରେ ଜିଲ୍ଲାର ପ୍ରତ୍ୟେକ ଜିଲ୍ଲା ପରିଷଦ ଜୋନରେ ଘର ଘର କଂଗ୍ରେସ ଅଭିଯାନକୁ ଜୋରସୋର କାର୍ଯକାରୀ କରିବା ଦିଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।

ବିଜେଡ଼ି ଓ ବିଜେପି ଦଳର ଅପାରଗତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ସହିତ କଂଗ୍ରେସ କାର୍ଯ୍ୟକାଳ ସମୟରେ ହୋଇଥିବା କାର୍ଯ୍ୟକୁ ଲୋକଙ୍କୁ ଅବଗତ କରାଇବା ଏହି ଅଭିଯାନର ଲକ୍ଷ୍ୟ । ପୁରୁଣା କଂଗ୍ରେସ କର୍ମୀମାନେ ଦଳରେ ସାମିଲ ହୋଇଛନ୍ତି । ଯାହାଫଳରେ କଂଗ୍ରେସର ଶକ୍ତି ବୃଦ୍ଧି ପାଇବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.