ETV Bharat / state

ଚାକିରି ନାଁରେ ଚୂନ ଲଗାଇଲେ ଲକ୍ଷ ଲକ୍ଷ ଟଙ୍କା, 6 ଗିରଫ - ଝାରସୁଗୁଡ଼ା ଖବର

ଚାକିରି ଦେବା ନାଁରେ ଲୋକଙ୍କୁ ଠକୁଥିବା ଏକ ବଡ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ । ଝାରସୁଗୁଡ଼ା A.K. Associates ନାମକ ଠକ ସଂସ୍ଥା ଉପରେ ଚଢାଉ କରାଯାଇ ୬ ଜଣ ଠକଙ୍କୁ ଗିରଫ କରାଯାଇଛି ।

ଚାକିରି ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ , ୬ ଠକଙ୍କୁ ଗିରଫ

author img

By ETV Bharat Odisha Team

Published : Sep 17, 2023, 8:50 AM IST

ଚାକିରି ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ , ୬ ଠକଙ୍କୁ ଗିରଫ

ଝାରସୁଗୁଡ଼ା: ପୋଲିସକୁ ସଫଳତା । ଚାକିରି ଦେବା ନାଁରେ ଲୋକଙ୍କୁ ଠକୁଥିବା ଏକ ବଡ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ । ଦେଶରେ ହୁ ହୁ ହୋଇ ବଢି ଚାଲିଛି ବେକାରୀ ସମସ୍ୟା ଯାହାଫଳରେ ଦଲାଲମାନେ ଚାକିରିର ପ୍ରଲୋଭନ ଦେଖାଇ ଯୁବକଯୁବତୀ ଲକ୍ଷ ଲକ୍ଷ ଟଙ୍କା ନେଇ ଫେରାର ହେଉଛନ୍ତି । ଏଭଳି ଏକ A.K. Associates ନାମକ ଠକ ସଂସ୍ଥା ଝାରସୁଗୁଡ଼ାରେ ଏକ କାର୍ଯ୍ୟାଳୟ ଖୋଲି ଚାକିରି ଦେବା ନାଁରେ ଯୁବକ ଯୁବତୀମାନଙ୍କୁ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିଲା । ଏହା ଉପରେ ଚଢାଉ କରିଛି ମାଲକାନଗିରି ପୋଲିସ । A.K. Associates ଝାରସୁଗୁଡ଼ାର ବିଭିନ୍ନ ଅଞ୍ଚଳରେ ନିଜର କାର୍ଯ୍ୟାଳୟ ଖୋଲି ପିଲାଙ୍କୁ ଚାକିରି କରେଇ ଦେବା ନାଁରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୬୫ ପିଲାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିଲା କିନ୍ତୁ ସେମାନଙ୍କୁ ଚାକିରି ଦେଉ ନଥିଲା ।

ଏହି ଠକାମିର ଶିକାର ହୋଇଥିଲେ ମାଲକାନଗିରି ଜିଲ୍ଲାର ନିରଞ୍ଜନ ଖରା ନାମକ ଜଣେ ଯୁବକ । ସେ ଏହି ସଂସ୍ଥାକୁ ଚାକିରି ପାଇଁ ଟଙ୍କା ଦେଇଥିଲେ । କିନ୍ତୁ ଚାକିରି ପାଇନଥିଲେ ଏବଂ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଯାହାଫଳରେ ସେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଭିତ୍ତିକରି ଏକ ମାମଲା ରିଜୁ କରି ଏକ ସ୍ବତନ୍ତ୍ର ଟିମ୍‌ ଗଠମ କରି ତଦନ୍ତ ଆରମ୍ଭ କରିଥିଲା । ଆଇଆଇସି ସ୍ବପ୍ନା ରାଣୀ ଗୋଛାୟତଙ୍କ ଅଧ୍ୟକ୍ଷତାରେ ଏକ ଟିମ ଝାରସୁଗୁଡ଼ା ଯାଇ ଉକ୍ତ ଠକ ସଂସ୍ଥା ଉପରେ ଚଢାଉ କରିଥିଲେ । ଏଥିରେ ସମ୍ପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।

ଏହା ମଧ୍ୟ ପଢନ୍ତୁ..ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଠକେଇ, TC ଦେବ କହି ୪୭ ଲକ୍ଷ ଠକିଥିବା ଠକ ଗିରଫ

ଏଥିରେ ସଂପୃକ୍ତ ଥିବା ୬ ଜଣ ହେଲେ ପୁରୀର କୁବରକାନ୍ତ ପରିଡ଼ା, ଭଦ୍ରକର ଶୁଭେନ୍ଦୁ ଥାଟୋଇ, ସତ୍ୟଜିତ ରଥ, ଚନ୍ଦନ ମିଶ୍ର, ସନ୍ତୋଷ ଦାସ, ପୁରୀର ଦେବାଶିଷ କାନ୍ଦି । ସେମାନଙ୍କ ଠାରୁ ଗୋଟିଏ ଲାପଟପ୍‌, ୪ ଗୋଟି ମୋବାଇଲ, ଗୋଟିଏ କଲର୍ ପ୍ରିଣ୍ଟର ଆଦି ଜବତ କରାଯାଇଛି । କମ୍‌ ବୟସର ବେରୋଜଗାର ପିଲାମାନଙ୍କୁ ସେମାନେ ଭଲ ଚାକିରି ନାଁରେ ଠକି ଟଙ୍କା ନେବା ସହ Glaze Indiaର କିଛି ସାମଗ୍ରୀ ବିକ୍ରି କରିବାକୁ ବାଧ୍ୟ କରାଯାଉଥିଲା । ଏଥିରେ ଯେଉଁମାନେ ରାଜି ହେଉନଥିଲେ ସେମାମନଙ୍କୁ ଅତ୍ୟାଚାର କରାଯାଉଥିଲା ବୋଲି ଜଣା ପଡିଛି । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କହିଛନ୍ତି, "ଝାରସୁଗୁଡ଼ାରେ ବର୍ତ୍ତମାନ ଏଭଳି ଠକ ସଂସ୍ଥା ଆହୁରି ରହିଛି । ଏଭଳି ସଂସ୍ଥାକୁ ଘର ଭଡ଼ା ନ ଦେବା ସହ ନିଜକୁ ଏଥିରେ ନିବୃତ ରଖନ୍ତୁ ।

ଇଟିଭି ଭାରତ,ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.