ETV Bharat / state

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଅନ୍ତରୀଣ ଜାମିନ

author img

By

Published : Oct 16, 2020, 10:51 AM IST

ଝାରସୁଗୁଡା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ କୁମାର ସାଏଙ୍କୁ ହାଇକୋର୍ଟରୁ ମିଳିଛି ଅନ୍ତରୀଣ ଜାମିନ । ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ ଜାମିନ ମିଳିଥିବା ସୂଚନା । ଅଧିକ ପଢନ୍ତୁ...

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଅନ୍ତରୀଣ ଜାମିନ
ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଅନ୍ତରୀଣ ଜାମିନ

ଝାରସୁଗୁଡା: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ କୁମାର ସାଏଙ୍କୁ ବିଳାସପୁର ହାଇକୋର୍ଟରୁ ସାମୟିକ ଆଶ୍ବସ୍ତି । ସ୍ବାସ୍ଥ୍ୟଗତ କାରଣ ପାଇଁ ଆସନ୍ତା 25 ନଭେମ୍ବର ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।

ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟକ ଥିବା ଅନୁପ ସାଏଙ୍କୁ ଛତିଶଗଡ ପୋଲିସ ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣାରେ ଗତ ଫେବୃଆରୀ 13 ତାରିଖରେ ଗିରଫ କରିଥିଲା । 2016 ମସିହାର ମା’ କଳ୍ପନା ଦାଶ ଓ ତାଙ୍କ ଝିଅ ପ୍ରଭାତୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ପୋଲିସ ।

ତେବେ ତାଙ୍କୁ ଦୁଇ ମାସ ପାଇଁ ଅନ୍ତରୀଣ ଜାମିନ ମିଳିବା ପରେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ସୂଚନା ମିଳିଛି । ଗତ ସେପ୍ଟେମ୍ବର 25 ତାରିଖରେ ଅନୁପଙ୍କୁ ଜାମିନ ମିଳିଥିବା ଜଣାଯାଇଛି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.