ETV Bharat / state

ଜେଲରୁ ବାହାରି ଘରକୁ ଫେରିଲେ ପୂର୍ବତନ ବିଧାୟକ ଅନୁପ ସାଏ

author img

By

Published : Nov 10, 2022, 8:18 AM IST

Updated : Nov 10, 2022, 8:43 AM IST

7 ତାରଖ ଦିନ ବିଳାସପୁର ଜେଲରୁ ବାହାରିଥିଲେ ଅନୁପ ସାଏ । ବୁଧବାର ବାଜା ବଜାଇ ବାଣ ଫୁଟାଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ

ଜେଲରୁ ବାହାରି ବାଜା ବଜାଇ ଘରକୁ ଫେରିଲେ ପୂର୍ବତନ ବିଧାୟକ ଅନୁପ ସାଏ

ଝାରସୁଗୁଡା: ଘରକୁ ଫେରିଲେ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏ । ବାଜା ବଜାଇ ବାଣ ଫୁଟାଇ ସମର୍ଥକଙ୍କ ଗହଣରେ ଘରକୁ ଫେରିଛନ୍ତି ଅନୁପ ସାଏ । ବହୁଚର୍ଚ୍ଚିତ ଡବଲ ମର୍ଡର ମାମଲାରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା ବିଜେଡିର ପୂର୍ବତନ ନେତା ଅନୁପ ସାଏଙ୍କୁ ନଭେମ୍ବର 3 ତାରିଖରେ ଛତିଶଗଡ ହାଇକୋର୍ଟରୁ ଜାମିନ ମିଳିଥିଲା । 7 ତାରଖ ଦିନ ବିଳାସପୁର ଜେଲରୁ ବାହାରିଥିଲେ ଅନୁପ । ବୁଧବାର ବାଜା ବଜାଇ ବାଣ ଫୁଟାଇ ଘରକୁ ଫେରିଛନ୍ତି ।

ବ୍ରଜରାଜନଗର ସ୍ଥିତ ବଘରାଚକାକୁ ଫେରିବା ଅବସରରେ ଓଡିଶା ସୀମାନ୍ତ ଠାରୁ ବିଭିନ୍ନ ଛକ ସ୍ଥାନରେ ଅନୁପ ସାଏଙ୍କୁ ଅଟକାଇ ଫୁଲ ତୋଡା ଦେଇ ଭବ୍ୟ ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା । ସେହିପରି ବ୍ରଜରାଜନଗରର ଗାନ୍ଧିଛକ ଠାରେ ଅଞ୍ଚଳ ବାସିନ୍ଦା ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ବାଜା ବଜାଇ ସ୍ୱାଗତ କରିବା ସହ ଆତସବାଜିରେ ସ୍ୱାଗତ କରିବା ସହ ଫୁଲହାର ଦେଇ ସ୍ୱାଗତ କରିଥିଲେ । ଆଗାମୀ ଦିନରେ ମାଁ ମାଟିର ସେବା କରିବି ବୋଲି କହିଛନ୍ତି ଅନୁପ ସାଏ ।

ଏହା ବି ପଢନ୍ତୁ...ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ ହାଇକୋର୍ଟରୁ ମିଳିଲା ଜାମିନ

ମା’ ଓ ଛୁଆଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୨୦୨୦ ମସିହା ଫେବ୍ରୁଆରୀରେ ତାଙ୍କୁ ଗିରଫ କରିଥିଲା ଛତିଶଗଡ଼ ପୋଲିସ । ଛତିଶଗଡ଼ରେ ଜିଲ୍ଲା ଦୌରା ଜଜ୍ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଥିଲେ । ଏହାକୁ ନେଇ ପୂର୍ବରୁ ଅନୁପ ସାଏଙ୍କ ଓକିଲ ବେଲ୍‌ ପିଟିସନ ଦାଖଲ କରିଥିଲେ । ତେବେ ବେଲ୍‌ ଆବେଦନ ଖାରଜ କରି ଦେଇଥିଲେ କୋର୍ଟ । ଏହାପରେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ଅନୁପ ସାଏଙ୍କ ଓକିଲ । ନଭେମ୍ବର 3 ତାରିଖରେ ଛତିଶଗଡ଼ ହାଇକୋର୍ଟ ଅନୁପ ସାଏଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିଲେ । ନଭେମ୍ବର 7 ତାରିଖରେ ଜେଲରୁ ମୁକୁଳିଥିଲେ ଅନୁପ ସାଏ ।

2016 ମସିହା ମେ ମାସରେ କଳ୍ପନା ଦାସ ଓ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିଲା । ପୋଲିସ ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ତଦନ୍ତ କରିବା ସହ ଦୀର୍ଘ 4 ବର୍ଷ ପରେ ଅଭିଯୁକ୍ତ ଅନୁପ ସାଏକୁ ଗିରଫ କରାଯାଇଥିଲା । ମୃତ ମହିଳା ପୂର୍ବରୁ ବିବାହିତ ଥିଲେ । ତାଙ୍କର ଏକ ଝିଅ ମଧ୍ୟ ଥିଲା । କିନ୍ତୁ ସେ ନିଜ ସ୍ବାମୀଙ୍କୁ ଛାଡପତ୍ର ଦେଇ ଅନୁପ ସହ ଅନୈତିକ ସମ୍ପର୍କ ରଖିଥିଲେ । ତେବେ ବିବାହକୁ ନେଇ ଅନୁପ ଏବଂ କଳ୍ପନାଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ହେଉଥିଲା । ଏହି ଝଗଡ଼ାରୁ ମୁକ୍ତି ପାଇବା ପାଇଁ ଲୁହା ରଡ୍‌ରେ ୨ ଜଣଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ ଅନୁପ ।

ଇଟିଭି ଭାରତ, ଝାରସୁଗୁଡା

Last Updated : Nov 10, 2022, 8:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.