ETV Bharat / state

ବନ୍ୟାଜଳରେ ବେହାଲ ଓଡିଶା-ଛତିଶଗଡ ସୀମାନ୍ତବର୍ତ୍ତୀ ଅଞ୍ଚଳ

author img

By

Published : Aug 30, 2020, 5:12 PM IST

ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବେହାଲ ହୋଇଛି ଓଡିଶା-ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ୧୯ ଖଣ୍ଡ ମୌଜାର ଅନେକ ଗ୍ରାମରେ ମହାନଦୀ ପଛୁଆ ପାଣି ପଶିଯାଇଛି। ୧୩୪୯ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ପ୍ରତ୍ୟେକ କ୍ଷତିଗ୍ରସ୍ତ ଓ ପ୍ରଭାବିତ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି । ଅଧିକ ପଢନ୍ତୁ....

ବନ୍ୟାଜଳରେ ବେହାଲ ଓଡିଶା-ଛତିଶଗଡ ସୀମାନ୍ତବର୍ତ୍ତୀ ଅଞ୍ଚଳ
ବନ୍ୟାଜଳରେ ବେହାଲ ଓଡିଶା-ଛତିଶଗଡ ସୀମାନ୍ତବର୍ତ୍ତୀ ଅଞ୍ଚଳ

ଝାରସୁଗୁଡା: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବେହାଲ ହୋଇଛି ଓଡିଶା-ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ୧୯ ଖଣ୍ଡ ମୌଜାର ଅନେକ ଗ୍ରାମରେ ମହାନଦୀ ପଛୁଆ ପାଣି ପଶିଯାଇଛି। ଫଳରେ ସୁଖାସୋଡ଼ା, ସେମଲିଆ, ମୁହୁଦି, ଚିଖଲି, ଶରଧା ଓ ମହୁଲପାଲି ଗ୍ରାମର ଲୋକଙ୍କ ସମସ୍ୟା ବଢ଼ିଯାଇଛି ।

ଗ୍ରାମଗୁଡ଼ିକ ଜଳବନ୍ଦୀ ଥିବାବେଳେ ଲୋକେ ଡଙ୍ଗାରେ ଯାତାୟାତ କରୁଛନ୍ତି । ଶହଶହ ଏକର ଚାଷ ଜମିରେ ପାଣି ମାଡ଼ି ଧାନ, ଅଦା, ଲଙ୍କା, ପନିପରିବା ଆଦି ଚାଷ ନଷ୍ଟ ହୋଇଯାଇଛି।

ସେହିପରି ପାଣି ଜମି ରହିଥିବାରୁ ମାଟି ଘରଗୁଡ଼ିକ ଭାଙ୍ଗିଯାଇଛି । ବର୍ତ୍ତମାନ ଏହି ଗାଁର ଲୋକଙ୍କ ପାଖରେ ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାନ ଓ ଦି’ଓଳି ଖାଇବା ପାଇଁ ଖାଦ୍ୟର ଅଭାବ ଦେଖାଯାଇଛି । ତେବେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ କରାଯାଇଛି ଏବଂ ଖାଦ୍ୟ ପାନୀୟ ଯୋଗାଇବାର ବ୍ୟବସ୍ଥା କରାଯାଉଛି। ୧୩୪୯ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ପ୍ରତ୍ୟେକ କ୍ଷତିଗ୍ରସ୍ତ ଓ ପ୍ରଭାବିତ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.