ଝାରସୁଗୁଡା: ଜିଲ୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସିଧାସଳଖ ପାଟନାକୁ ଉଡିବ ବିମାନ । ଆସନ୍ତା ମଇ 1 ତାରିଖ ଦିନ ସ୍ପାଇସଜେଟ୍ ଆରମ୍ଭ କରିବ ଏହି ସେବା । ଏନେଇ ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତିଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଏହି ସ୍ବତନ୍ତ୍ର ବିମାନ ଝାରସୁଗୁଡାରୁ ପାଟନା ଦେଇ ଗୌହାଟୀ ଯିବ । Q-400 air craft, 78 ସିଟ ବିଶିଷ୍ଟ ବିମାନ ରହିଛି । ଏହି ବିମାନ ସନ୍ଧ୍ୟା 4.20ରେ ଝାରସୁଗୁଡାରେ ଅବତରଣ କରି 4.50ରେ ଉଡାଣ ଭରିବ । ତେବେ ଏହି ବିମାନ ସେବା ପ୍ରତିଦିନ ଉପଲବ୍ଧ ରହିବ ବୋଲି ସୂଚନା ମିଳିଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ