ETV Bharat / state

ଗୋଟିଏ ପରିବାରର 5 ସଦସ୍ୟ ଆତ୍ମହତ୍ୟା ଉଦ୍ୟମ ଘଟଣା, ବଡ ଭାଇ ମୃତ - jharsuguda suicide news

ଝାରସୁଗୁଡା ସହର ନିକଟସ୍ଥ ଲହଣ୍ଡାବୁଡ ରାସ୍ତା ନିକଟରେ ରହୁଥିବା ଗୋଟିଏ ପରିବାରର 5 ସଦସ୍ୟ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ଆଜି ସକାଳୁ ବଡ ଭାଇର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଗୋଟିଏ ପରିବାର 5 ସହସ୍ୟ ଆତ୍ମହତ୍ୟା ଉଦ୍ୟମ ଘଟଣା, ବଡ ଭାଇ ମୃତ

author img

By

Published : Jun 3, 2020, 9:58 AM IST

ଝାରସୁଗୁଡା: ସାନ ଭାଇର ମୃତ୍ୟୁକୁ ସହି ନପାରି ଗୋଟିଏ ପରିବାରର 5 ଜଣ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲାରେ ।

ଝାରସୁଗୁଡା ସହର ନିକଟସ୍ଥ ଲହଣ୍ଡାବୁଡ ରାସ୍ତା ନିକଟରେ ରହୁଥିବା ଏକ ପରିବାର ଭାଇର ମୃତ୍ୟୁକୁ ସହି ନପାରି ଏପରି ଚରମ ନିଷ୍ପତ୍ତି ନେଇଥିଲେ । ଗତ ସୋମବାର ବିଳମ୍ବିତ ରାତିରେ ଦୀର୍ଘ 2 ବର୍ଷ କୋମାରେ ରହି ସାନ ଭାଇ ଦୀପକ ବିଶ୍ବାଳର ମୃତ୍ୟୁ ହୋଇଥିଲା । ଆଉ ଏହା ପରେ ତାକୁ ସହି ପାରିନଥିଲେ ପୁରା ପରିବାର । ଧୈର୍ଯ୍ୟ ହରା ହୋଇ ମାଆ, ତିନି ଭଉଣୀ ଓ ବଡ ଭାଇ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଖବର ଜଣାପଡିବା ପରେ ପୋଲିସ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।

ସେମାନଙ୍କ ମଧ୍ୟରୁ ଗୋଟିଏ ଭଉଣୀ ଲିଲିର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ମଙ୍ଗଳବାର ସକାଳୁ ବୁର୍ଲା ପଠାଇ ଦିଆଯାଇଥିଲା । କିନ୍ତୁ ଅନ୍ୟମାନଙ୍କ ଅବସ୍ଥା ସ୍ଥିର ରହିଥିଲା । ହେଲେ ଗତକାଲି ରାତିରେ ହଠାତ ବଡଭାଇ ଶ୍ରୀକାନ୍ତର ଅବସ୍ଥା ଅଧିକ ବିଗିଡ଼ି ଯିବାରୁ ତାକୁ ବୁର୍ଲା ପଠାଇ ଦିଆଯାଇଥିଲା । ଆଜି ସକାଳୁ ଶ୍ରୀକାନ୍ତର ବୁର୍ଲାରେ ମୃତ୍ୟୁ ଘଟିଥିବା ଜଣାପଡିଛି ।

ବିଡମ୍ବନାର ବିଷୟ ଯେ ସୋମବାର ଠାରୁ ଦୀପକର ମୃତଦେହ ସତ୍କାର କରାଯାଇ ପାରି ନଥିବା ବେଳେ ଆଜି ଆଉ ଜଣେ ଭାଇର ମୃତ୍ୟୁ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.