ETV Bharat / state

ଝାରସୁଗୁଡାରୁ କୋଲକାତାକୁ ଉଡିଲା ଏଲାଇନ୍ସ ଏୟାର - ସିଧା ଉଡାଣ ଭରିଲା ଏଲାୟନ୍ସ ଏୟାର

ଘଟିଲା ବହୁ ଦିନର ପ୍ରତୀକ୍ଷା । ଏବେ ସିଧାସଳଖ ଝାରସୁଗୁଡାରୁ ଉଡି ହେବ କୋଲକାତା । ବିମାନ ସେବା ଦେବାରେ ଆଉ ପାଦେ ଆଗେଇଛି ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର । ଅଧିକ ଖବର ପଢନ୍ତୁ...

ଝାରସୁଗୁଡାରୁ କୋଲକାତାକୁ ସିଧା ଉଡାଣ ଭରିଲା ଏଲାୟନ୍ସ ଏୟାର
ଝାରସୁଗୁଡାରୁ କୋଲକାତାକୁ ସିଧା ଉଡାଣ ଭରିଲା ଏଲାୟନ୍ସ ଏୟାର
author img

By

Published : Jan 27, 2020, 11:17 PM IST

ଝାରସୁଗୁଡା: ଘଟିଲା ବହୁ ଦିନର ପ୍ରତୀକ୍ଷା । ଏବେ ସିଧାସଳଖ ଝାରସୁଗୁଡାରୁ ଉଡି ହେବ କୋଲକାତା । ବିମାନ ସେବା ଦେବାରେ ଆଉ ପାଦେ ଆଗେଇଛି ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର । ତେବେ ଏଭଳି ସେବା ପାଇବା ପରେ ବି ଯାତ୍ରୀ ମାନେ ବି ଖୁସ୍।

ଝାରସୁଗୁଡାରୁ କୋଲକାତାକୁ ସିଧା ଉଡାଣ ଭରିଲା ଏଲାୟନ୍ସ ଏୟାର

ସ୍ବପ୍ନ ହେଲା ସତ । ଝାରସୁଗୁଡାରୁ କୋଲକାତାକୁ ଉଡିଲା ସିଧାସଳଖ ବିମାନ । ଉଡାନ-3 ଯୋଜନାରେ ସୋମବାରଠାରୁ ଝାରସୁଗୁଡାରୁ କୋଲକାତାକୁ ବିମାନ ସେବା ଯୋଗାଇଛି ଏଲାଇନ୍ସ ଏୟାର । କୋଲକାତାରୁ ଦିନ ୧୦:୫୦ ରୁ ଛାଡିଥିବା ବିମାନ ଝାରସୁଗୁଡାରେ ପହଞ୍ଚିଥିଲା ଅପରାହ୍ନ ୧୨:୨୫ ରେ। ପୁଣି ଝାରସୁଗୁଡାରୁ ୧୨:୫୦ ରେ କୋଲକାତା ଅଭିମୁଖେ ଉଡିଥିଲା ବିମାନ । ଏଲାଇନ୍ସ ଏୟାର ପକ୍ଷରୁ ଏହି ସେବା ପ୍ରାଥମିକ ପର୍ଯ୍ୟାୟରେ ୨୭ ଜାନୁଆରୀ ରୁ ୩୦ ଜାନୁଆରୀ ପର୍ଯ୍ୟନ୍ତ ସମାନ ସମୟରେ ଯିବା ଆସିବା କରିବ । ଆଉ ୩୧ ଜାନୁଆରୀ ରୁ ସମୟରେ ପରିବର୍ତ୍ତନ କରାଯିବା ନେଇ ସୂଚନା ରହିଛି।

ତେବେ କୋଲକାତା ରୁ ସକାଳ 5 ଟା 50ମିନିଟ ରେ ବାହାରି ଝାରସୁଗୁଡାରେ 7 ଟା 20 ମିନିଟରେ ପହଞ୍ଚିବ। ଝାରସୁଗୁଡ଼ାରୁ 7 ଟା 45 ମିନିଟ ବାହାରି ରାୟପୁରରେ ସକାଳ 8 ଟା 50 ମିନିଟରେ ପହଞ୍ଚବ । ରାୟପୁର ରୁ ସକାଳ 9 ଟା 15 ମିନିଟ ବାହାରି ସକାଳ 10 ତା 20 ମିନିଟରେ ପହଞ୍ଚିବ । ସେହିପରି ଝାରସୁଗୁଡା ରୁ 10ଟା 45 ମିନିଟ ରେ ବାହାରି 11 ଟା 50 ମିନିଟରେ ପହଞ୍ଚିବ । ଭୁବନେଶ୍ବରରୁ ଦିନ 12 ଟା 15 ମିନିଟ ରେ ବାହାରି ବାରଣାସୀ କୁ ଦିନ 2 ଟା 5 ମିନିଟରେ ପହଞ୍ଚିବ ।

ତେବେ ଏଲାୟନ୍ସ ଏୟାର ପକ୍ଷରୁ ଏହି ସେବା ଯୋଗାଇ ଦିଆଯାଉଥିବାରୁ ଯାତ୍ରୀ ମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ନେଇ ଆଶାବାଦୀ ଥିବା ସହ ଖୁସି ବ୍ୟକ୍ତ କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ବହୁଦିନର ପ୍ରତୀକ୍ଷା ର ଅନ୍ତ ଘଟିଛି । ଉଡାନ3 ଯୋଜନାରେ ଆଜିଠାରୁ ଝାରସୁଗୁଡା ରୁ କୋଲକାତାକୁ ସିଧାସଳଖ ବିମାନ ସେବା
ଏଲୟନ୍ସ ଏୟାର ପକ୍ଷରୁ ଆରମ୍ଭ ହୋଇଛି । କୋଲକାତାରୁ ଦିନ ୧୦:୫୦ ରୁ ଛାଡି ଝାରସୁଗୁଡାରେ ୧୨:୨୫ ରେ ପହଂଚିଛି। ପୁଣି ଝାରସୁଗୁଡାରୁ ୧୨:୫୦ ରେ କୋଲକାତା ଅଭିମୁଖେ ବିମାନ ଯାତ୍ରା ଝାରସୁଗୁଡା ବିମାନବନ୍ଦରୁ ଯାଇଛି ।

ଏଲୟନ୍ସ ଏୟାର ପକ୍ଷରୁ ଏହି ସେବା ପ୍ରାଥମିକ ପର୍ଯ୍ୟାୟରେ ୨୭ ଜାନୁଆରୀ ରୁ ୩୦ ଜାନୁଆରୀ ପର୍ଯ୍ୟନ୍ତ ଏହି ସମୟରେ ଯିବାଆସିବା କରବ ଓ ୩୧ ଜାନୁଆରୀ ରୁ ସମୟରେ ପରିବର୍ତ୍ତନ କରାଯାଇ କୋଲକାତା ରୁ ସକାଳ 5 ଟା 50ମିନିଟ ରେ ବାହାରି ଝାରସୁଗୁଡା କୁ 7 ଟା 20 ମିନିଟ ପହଞ୍ଚିବ ।ସେହିପରି ଝାରସୁଗୁଡ଼ା ରୁ 7 ଟା 45 ମିନିଟ ବାହାରି ରାୟପୁର କୁ ସକାଳ 8 ଟା 50 ମିନିଟ ରେ ପହଞ୍ଚବ । ରାୟପୁର ରୁ ସକାଳ 9 ଟା 15 ମିନିଟ ବାହାରି ସକାଳ 10 ତା 20 ମିନିଟ ରେ ପହଞ୍ଚିବ । ସେହିପରି ଝାରସୁଗୁଡା ରୁ 10ଟା 45 ମିନିଟ ରେ ବାହାରି 11 ଟା 50 ମିନିଟ ରେ ପହଞ୍ଚିବ । ଭୁବନେଶ୍ୱର ରୁ ଦିନ 12 ଟା 15 ମିନିଟ ରେ ବାହାରି ବାରଣାସୀ କୁ ଦିନ 2 ଟା 5 ମିନିଟ ରେ ପହଞ୍ଚିବ । ବାରାଣସୀ ରୁ ଦିନ 2 ଟା 30 ମିନିଟ ବାହାରି ଭୁବନେଶ୍ୱର କୁ 4 ଟା 20 ମିନିଟ ରେ ପହଞ୍ଚିବ । ଭୁବନେଶ୍ୱର ରୁ 4 ଟା 45 ମିନିଟ ରେ ବାହାରି 5 ଟା 50 ମିନିଟ ପହଞ୍ଚିବ ଏବଂ ଝାରସୁଗୁଡା ରୁ ସନ୍ଧ୍ୟା 6 ଟା 15 ମିନିଟ ରେ ବାହାରି କୋଲକାତା କୁ 7 ଟା 45 ମିନିଟ ପହଞ୍ଚିବ ।

Byte1: ଅଭିଜିତ ଶତପଥି , ଏଲୟନ୍ସ ଏୟାର ।
Byte2: ପି କରୁଣାକରନ , ଭାରପ୍ରାପ୍ତ ନିର୍ଦ୍ଦେଶକ , ଝାରସୁଗୁଡ଼ା ବିମାନବନ୍ଦର ।Body:।।Conclusion:Anchor: ବହୁଦିନର ପ୍ରତୀକ୍ଷା ର ଅନ୍ତ ଘଟିଛି । ଉଡାନ3 ଯୋଜନାରେ ଆଜିଠାରୁ ଝାରସୁଗୁଡା ରୁ କୋଲକାତାକୁ ସିଧାସଳଖ ବିମାନ ସେବା
ଏଲୟନ୍ସ ଏୟାର ପକ୍ଷରୁ ମିଳିବ। କୋଲକାତାରୁ ଦିନ ୧୧.୪୫ ରୁ ଛାଡି ଝାରସୁଗୁଡାରେ ୧.୧୫ ରେ ପହଂଚିବ। ପୁଣି ଝାରସୁଗୁଡାରୁ ୧.୪୫ ରେ କୋଲକାତା ଅଭିମୁଖେ ଯିବ ବିମାନ ବୋଲି ଝାରସୁଗୁଡା ବିମାନବନ୍ଦର ନିର୍ଦ୍ଦେଶକ ସ୍ୱଦେଶ ଚୌହ୍ୱାନଙ୍କ ସୂଚନା ।

ଝାରସୁଗୁଡ଼ା ବୀର ସୁରେନ୍ଦ୍ରସାଏ ଏୟାରପୋର୍ଟରୁ ସ୍ପାଇସଜେଟ୍‌ ସଫଳ ହେବା ପରେ ଉଡାନ୩ ଯୋଜନାରେ ଗତବର୍ଷ ଜୁନ ୬ ତାରିଖରୁ ଏଲୟନ୍ସ ଏୟାର ପକ୍ଷରୁ ଆରମ୍ଭ ହୋଇଥିଲା ଝାରସୁଗୁଡାରୁ ଭୁବନେଶ୍ବର ଓ ରାୟପୁରକୁ ବିମାନ ସେବା । ପୂର୍ବରୁ ନୂଆଦିଲ୍ଲୀ, କୋଲକତା ଓ ହାଇଦ୍ରାବାଦକୁ ଏଠାରୁ ବିମାନ ଚଳଚଳ ଆରମ୍ଭ ହୋଇଥିଲା । ଆଉ ଏବେ ଉଡାନ ଯୋଜନାରେ ସିଧାସଳଖ କୋଲକାତା ସହ ଯୋଡି ହୋଇଛି ଝାରସୁଗୁଡା ।
ରାଜ୍ୟର ଦ୍ବିତୀୟ ବିମାନ ବନ୍ଦର ଝାରସୁଗୁଡା । ଏହା କାର୍ଯ୍ୟକ୍ଷମ ହେବା ପରେ ସ୍ଥାନୀୟ ଲୋକ ବେଶ ଲାଭବାନ ହେଉଛନ୍ତି । ଝାରସୁଗୁଡାରୁ ନିୟମିତ ବିମାନ ସେବା ମିଳିବା ପରେ ଏବେ ଝାରସୁଗୁଡା ବିମାନ ବନ୍ଦର ଉପରେ ସମଗ୍ର ପଶ୍ଚିମ ଓଡିଶା ନିର୍ଭରଶୀଳ । ପଡୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡର ଯାତ୍ରୀମାନେ ମଧ୍ୟ ଏହାଦ୍ବାରା ସୁଫଳ ପାଇପାରୁଛନ୍ତି । ଆଜିଠାରୁ ଝାରସୁଗୁଡା -କୋଲକାତା ସିଧାସଳଖ ବିମାନ ସେବା ଏଲୟନ୍ସ ଏୟାର ଆରମ୍ଭ କରୁଥିବା ବେଳେ ୩୧ ଜାନୁଆରୀ ରୁ ଝାରସୁଗୁଡା -ବାରାଣସୀ ଭୟା ଭୁବନେଶ୍ବର ଆରମ୍ଭ ହେଉଥିବା ସୂଚନା ଦେଇଛନ୍ତି ଝାରସୁଗୁଡା ବିମାନ ବନ୍ଦର ନିର୍ଦେଶକ ସୁଦେଶ କୁମାର ଚୌହାନ । ଏଥିସହିତ ପୂର୍ବ ସମୟ ସାରଣୀ ରେ ମଧ୍ୟ ପରିବର୍ତ୍ତନ ହୋଇଛି । ।ଝାରସୁଗୁଡା ବିମାନ ବନ୍ଦର ରେ ଯାତ୍ରୀଙ୍କ ଅଭିବୃଦ୍ଧି ଆଗକୁ ଦେଶର ପ୍ରମୁଖ ସହର କୁ ବିମାନ ସେବା ପାଇଁ ସୁଯୋଗ ସୃଷ୍ଟି କରିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.